ଏହିଦିନ ପୃଥିବୀରେ ଆସି ମାଡ଼ ହୋଇପାରେ ଧୂମକେତୁ; ବଡ଼ ଦାବି କଲା ନାସା

ନୂଆଦିଲ୍ଲୀ,୨୩।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ କାଳ୍ପନିକ ଆକଳନ କରି ଜାଣିପାରିଛି ଯେ ଭବିଷ୍ୟତରେ ଗୋଟିଏ ଧୂମକେତୁ ଆସି ପୃଥିବୀରେ ମାଡ଼ ହେବାର ୭୨% ପ୍ରତିଶତ ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଏହି ଧୂମକେତୁ ମାଡ଼ ହେଲେ ଏହାକୁ ସାମ୍ନା କରିବାକୁ ମଧ୍ୟ ଆମେ ଆବଶ୍ୟକ ପ୍ରସ୍ତୁତ ନଥିବା ବୋଲି କୁହାଯାଇଛି।

ସ୍ପେସ୍ ଏଜେନ୍ସିର ଏକ ଅଫିସିଆଲ ରିପୋର୍ଟରେ କହିଛି, ଗତ ଏପ୍ରିଲ ମାସରେ ଜନ୍ ହପକିନ୍ସ ଆପ୍ଲାଏଡ୍ ଫିଜିକ୍ସ ଲାବୋରେଟୋରୀ (ଏପିଏଲ୍) ରେ ପଞ୍ଚମ ଦ୍ୱି ବର୍ଷୀୟ ପ୍ଲାନେଟାରୀ ଡିଫେନ୍ସ ଅନ୍ତଃରାଜ୍ୟ ଟାବଲେଟପ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୦ ରେ, ନାସା ଏକ୍ସରସାଇଜର ସାରାଂଶ ଉନ୍ମୋଚନ କରିଥିଲା।

ନାସା ବ୍ୟତୀତ ଏହି ଟ୍ୟାବଲେଟ୍ ଏକ୍ସରସାଇଜରେ ଆମେରିକାର ବିଭିନ୍ନ ସରକାରୀ ଏଜେନ୍ସି ଏବଂ ଆନ୍ତର୍ଜାତୀୟ ସହଯୋଗୀଙ୍କ ପାଖାପାଖି ୧୦୦ ପ୍ରତିନିଧୀ ସାମିଲ ହୋଇଥିଲେ। ଭବିଷ୍ୟତରେ କୌଣସି ବଡ଼ ଧୂମକେତୁ ବିପଦ ନଥିବାବେଳେ, ପୃଥିବୀର ଏକ ସମ୍ଭାବ୍ୟ ବିପଜ୍ଜନକ ଗ୍ରହର ବିପଦକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାର କ୍ଷମତାକୁ ଆକଳନ କରିବା ପାଇଁ ଏହା କରାଯାଇଥିଲା।

ନାସା ଏହା ମଧ୍ୟ କହିଛି ଯେ, ଏହି କାଳ୍ପନିକ ଏକ୍ସରସାଇଜରୁ ଜଣା ପଡିଲା କି ସମ୍ଭାବ୍ୟ ବିପଦ, ଏହାର ମୁକାବିଲା କରିବାର ବିକଳ୍ପ ଏବଂ ମିଳିତ ମୁକାବିଲା କରିବାର ସୁଯୋଗ କିପରି ରହିଛି।

ଟାବଲେଟପ୍ ଏକ୍ସରସାଇଜ ସାରାଂଶରେ ଉଲ୍ଲେଖ ରହିଛି, “ଏକ୍ସରସାଇଜ ସମୟରେ, ଅଂଶଗ୍ରହଣକାରୀମାନେ ଏକ କାଳ୍ପନିକ ଦୃଶ୍ୟ ପାଇଁ ସମ୍ଭାବ୍ୟ ଜାତୀୟ ତଥା ବିଶ୍ୱସ୍ତରୀୟ ପ୍ରତିକ୍ରିୟାଗୁଡ଼ିକୁ ବିବେଚନା କରିଥିଲେ ଯେଉଁଥିରେ ପୂର୍ବରୁ ଚିହ୍ନଟ ହୋଇନଥିବା ଧୂମକେତୁ ଚିହ୍ନଟ ହୋଇଥିଲା। ପ୍ରାରମ୍ଭିକ ଆକଳନ ଅନୁଯାୟୀ ପୃଥିବୀ ସହିତ ଧକା ହେବାର ୭୨% ସମ୍ଭାବନା ଥିଲା, ଯାହା ପରେ ଆସନ୍ତା ୧୪ ବର୍ଷରେ ପୃଥିବୀକୁ ଧକା ଦେଇପାରେ। ”

ସଠିକ୍ ଭାବରେ କହିବାକୁ ଗଲେ, “୧୨ ଜୁଲାଇ ୨୦୩୮ ରେ(୧୪.୨୫ ବର୍ଷ ପରେ) ପୃଥିବୀ ସହିତ ଧୂମକେତୁ ଧକା ହେବାର ୭୨% ସମ୍ଭାବନା ରହିଛି।” ତେବେ, ଧୁମକେତୁର ଆକାର, ଗଠନ ଏବଂ ଦୀର୍ଘକାଳୀନ ଗତିପଥ ନିର୍ଣ୍ଣୟ କରିବା ପାଇଁ ଏହି ପ୍ରାଥମିକ ପର୍ଯ୍ୟବେକ୍ଷଣ ପର୍ଯ୍ୟାପ୍ତ ନୁହେଁ ବୋଲି ନାସା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?