ଏମିତି ଅଞ୍ଚଳ ରହିବନି ଯେଉଁଠି କାର୍ଯ୍ୟକର୍ତ୍ତା ନ ଥିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୯(ସୁନିତ୍‌ ମିଶ୍ର):ରାଜଧାନୀରୁ ଆରମ୍ଭ କରି ଓଡ଼ିଶାର ଏମିତି କୌଣସି ଉପାନ୍ତ ଅଞ୍ଚଳ ରହିବ ନାହିଁ ଯେଉଁଠି ଭାଜପାର ସଦସ୍ୟ ନ ଥିବେ। ସଦସ୍ୟତା ଅଭିଯାନର ଗୁରୁଦାୟିତ୍ୱ ଆମ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ନ୍ୟସ୍ତ ବୋଲି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ସଦସ୍ୟତା ଅଭିଯାନ-୨୦୨୪’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏକ ନୂଆ ଓଡ଼ିଶା ଗଠନକରି ରାଜ୍ୟକୁ ବିକଶିତ କରିବାକୁ ଆମକୁ ସଂକଳ୍ପ ନେବାକୁ ହେବ। ଏବେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ଶାସନ ବ୍ୟବସ୍ଥାକୁ ହଟାଇବା ପାଇଁ ଆମ କାର୍ଯ୍ୟକର୍ତ୍ତାମାନେ ବହୁ ସଂଘର୍ଷ କରିଛନ୍ତି। କାର୍ଯ୍ୟକର୍ତ୍ତାମାନଙ୍କ କଠିନ ପରିଶ୍ରମ ଯୋଗୁ ଓଡ଼ିଶାବାସୀ ଆମ ଉପରେ ଆସ୍ଥାପ୍ରକଟ କରି ଆମକୁ ଭୋଟ ଦେଇଛନ୍ତି। ପ୍ରଥମ ଥର ଲାଗି ଭାଜପା ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି। ବର୍ତ୍ତମାନ ଅଧିକରୁ ଅଧିକ ସଦସ୍ୟଙ୍କୁ ଆମ ସଙ୍ଗଠନ ସହ ଯୋଡ଼ିବାର ସମୟ ଆସିଛି। ଆମେ ଯେଉଁମାନେ ଏବେ ବଡ଼ ଦାୟିତ୍ୱରେ ବସିଛେ, ତା’ର ପ୍ରଥମ ସୋପାନ ସଙ୍ଗଠନର ତୃଣମୂଳସ୍ତରରୁ ହିଁ ଆରମ୍ଭ ହୋଇଛି। ସଦସ୍ୟତା ହେଉଛି କାର୍ଯ୍ୟକର୍ତ୍ତା ଚୟନର ମୂଳ ଆଧାର। ସଙ୍ଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପା ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ। ଏହି ଦଳ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସକରେ। ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଛିଡ଼ାହୋଇଥିବା ଏହି ଦଳ ବହୁ ସଂଘର୍ଷ ପରେ ୧୮ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ସହ ଆଜି ବିଶ୍ୱର ୧ ନମ୍ବର ରାଜନୈତିକ ଦଳ ହୋଇପାରିଛି। ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ଯୋଡ଼ି ଭାଜପାକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ବୋଲି ମନମୋହନ କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ବର୍ଷ ହେବ ଦେଶକୁ ବିକାଶ ପଥରେ ଆଗେଇ ନେଉଛନ୍ତି। ଓଡ଼ିଶାରେ ଲୋକେ ଭାଜପା ଉପରେ ଆସ୍ଥା ପ୍ରକଟ କରିଥିବାରୁ ରାଜ୍ୟରେ ଦଳ ଏକାକୀ ସରକାର ଗଠନ କରିଛି। ଗୋଟି ଗୋଟି ସଦସ୍ୟ ଯୋଡ଼ି ବର୍ତ୍ତମାନ ଆମେ ଏହି ସ୍ଥାନରେ ପହଞ୍ଚିପାରିଛୁ। ୧୯୮୦ରେ ଭାଜପା ଆରମ୍ଭ ହେଲା। ୧୯୮୯ ପର୍ଯ୍ୟନ୍ତ ଆମେ ମାତ୍ର ୧% ଭୋଟ ପାଇଁ ସଂଘର୍ଷ କରୁଥିଲୁ। ସଦସ୍ୟଙ୍କ ସଂଖ୍ୟା ୪୧ ଲକ୍ଷ ହୋଇଛି। ଭୋଟ ସଂଖ୍ୟା ବଢ଼ି ୪୦%ରେ ପହଞ୍ଚିଛି। ଲୋକ ସଭାରେ ୪୫% ଭୋଟ ମିଳିଛି। ବିଧାୟକ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ି ଆଜି ୭୮ ଏବଂ ସହଯୋଗୀଙ୍କ ସଂଖ୍ୟା ସହ ମିଶି ମୋଟ୍‌ ୮୧ରେ ପହଞ୍ଚିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ, ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସଦସ୍ୟତା ଅଭିଯାନ ରାଜ୍ୟ ସଂଯୋଜକ ରଞ୍ଜନ ପଟେଲ, ସହ ସଂଯୋଜକ ଅଶୋକ ମିଶ୍ର୍ରଙ୍କ ସମେତ ମନ୍ତ୍ରୀ, ଏମ୍‌ପି, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରାଜ୍ୟ ପଦାଧିକାରୀମାନଙ୍କୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ପଦାଧିକାରୀଙ୍କୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯେପରି ଅଧିକ ସଦସ୍ୟ ଯୋଡ଼ିହେବେ ସେଥିପ୍ରତି ଧ୍ୟାନଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri