ସମ୍ବଲପୁରରେ ହେବ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ

ସମ୍ବଲପୁର,୨୫ା୭(ବ୍ୟୁରୋ): ଓଡ଼ିଶାର ସମ୍ବଲପୁରଠାରେ ଖୁବ୍‌ଶୀଘ୍ର ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଫିଲ୍ମ ଷ୍ଟୁଡ଼ିଓ ସ୍ଥାପନ ହେବ। ଏହା ଦ୍ୱାରା ଜିଲାର କଳାକାରଙ୍କୁ ଉଚିତ ପ୍ଲାଟଫର୍ମ ମିଳିବ। ଏବେ ସିନେମାରେ ଗୀତ ଗାଇବାକୁ ସମ୍ବଲପୁର ଝିଅ ସିଦ୍ଧି ପ୍ରିୟଦର୍ଶିନୀଙ୍କୁ ସୁଯୋଗ ମିଳିଛି। ଆଗାମୀ ସିନେମାରେ ଆଉ ୪ଜଣ କଳାକାରଙ୍କୁ ପ୍ରତିଭା ଦେଖାଇବାକୁ ସୁଯୋଗ ଦିଆଯିବ ବୋଲି ପବ୍ଲିକ୍‌ ଲାଇବ୍ରେରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିନେମା ବିତରକ ପ୍ରସନ୍ନଜିତ ବି. ମିଶ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଥିଲେ, ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ ଅଭିନୟ, ସଙ୍ଗୀତ ପ୍ରଭୃତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରି ପ୍ରତିଭାମାନଙ୍କୁ ସିନେମାରେ ସୁଯୋଗ ଦେବା। ମୁଁ ଝାରସୁଗୁଡା ଜିଲା ବେଲପାହାଡ଼ ବାସିନ୍ଦା ତଥା ଗଙ୍ଗାଧର ମେହେର କଲେଜର ପୁରାତନ ଛାତ୍ର। ତେଣୁ ସମ୍ବଲପୁର ପ୍ରତି ମୋର ଦୁର୍ବଳତା ରହିଛି। ମୁମ୍ବାଇରେ ନିର୍ମାଣାଧୀନ ଓ ପ୍ରଶାଦ୍ଦ ରାୟ ମାଇକେଲଙ୍କ ନିର୍ଦ୍ଦେଶିତ ବହୁଭାଷୀ ସିନେମା ଇନ୍ତିଜାରରେ ସମ୍ବଲପୁରର ସିଦ୍ଧି ପ୍ରିୟଦର୍ଶିନୀ କଣ୍ଠଦାନ ସହିତ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ। ସିନେମାର କଷ୍ଟ୍ୟୁମ୍‌କୁ ସମ୍ବଲପୁରୀ ବସ୍ତ୍ର ଡିଜାଇନର ସମ୍ପ୍ରିତା ପଣ୍ଡା, ଶ୍ରେୟା ପୂଜାରୀ ସହଯୋଗ କରିଛନ୍ତି। ବଙ୍ଗଳା ସହିତ ତାମିଲ, ତେଲୁଗୁ, ଅସମିଆ ଓ ମାଲାୟଲାମ୍‌ ଭାଷାରେ ପରିକଳ୍ପିତ ଅନ୍ୟ ଏକ ଚଳଚ୍ଚିତ୍ର ଆରମ୍ଭ ହେବ। ବଙ୍ଗାଳି ଭାଷାର ଚଳଚିତ୍ର ଭାଲୋବାସାର୍‌ ଜର୍ନୋରେ ମଧ୍ୟ ସିଦ୍ଧିଙ୍କ ସହିତ ସମ୍ବଲପୁରର ଚାରି ଜଣ ପ୍ରତିଭାଙ୍କୁ ସୁଯୋଗ ମିଳିବ। ସିକ୍କିମ୍‌ ଓ ସିଲିଗୁଡ଼ିରେ ଏହାର ଶୁଟିଂ କରାଯିବ। ଦୁର୍ଗାପୂଜା ଆଗରୁ ଏହି ଚଳଚ୍ଚିତ୍ରର ଗୀତ ମୁକ୍ତି ଲାଭ କରିବ। ଆଗକୁ ଓଡ଼ିଆ ସିନେମା ପ୍ରଯୋଜନାର ଲକ୍ଷ୍ୟ ରହିଛି ବୋଲି ପ୍ରସନ୍ନଜିତ ସୂଚନା ଦେଇଥିଲେ। ସିଦ୍ଧି ପ୍ରିଦୟର୍ଶିନୀ କହିଥିଲେ, ଅଭିନୟ ଓ କଣ୍ଠଦାନର ସୁଯୋଗ ପାଇ ସେ ଅଭିଭୂତ। ଏଥିପାଇଁ ପ୍ରସନ୍ନଜିତ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ। ଖବରଦାତା ସମ୍ମିଳନୀରେ ସିଦ୍ଧିଙ୍କ ମା’ସୁପ୍ରଭା ଓ ବାପା ସମୀର ରଞ୍ଜନ, ଅଜା ପ୍ରଫୁଲ୍ଲ ହୋତା ଓ ଆଈ ଶୁଭଲକ୍ଷ୍ମୀ, ଫ୍ୟାଶନ୍‌ ଡିଜାଇନର ସମ୍ପ୍ରିତା ପଣ୍ଡା, ଶ୍ରେୟା ପୂଜାରୀଙ୍କ ସହିତ ଭାରତୀ ପଣ୍ଡା, ତୁଷାର ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri