Posted inଜାତୀୟ

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି, ସାଇପ୍ରସ ଗସ୍ତରେ ଜୟଶଙ୍କର…

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି ଏକ ଦୃଢ଼ ବାର୍ତ୍ତା ଦେବାକୁ ଯାଉଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ସାଇପ୍ରସ ଗସ୍ତ ଆରମ୍ଭ ହୋଇଛି। ଏହି ଗସ୍ତକାଳରେ ପ୍ରତିରକ୍ଷା ସହ ଇମିଗ୍ରେଶନ ଉପରେ କେତେକ ଚୁକ୍ତିନାମା ସ୍ବାକ୍ଷରିତ ହେବ। ସାଇପ୍ରସ ଗସ୍ତରେ ଜୟଶଙ୍କର ପାକିସ୍ତାନର ନିର୍ଦ୍ଦେଶରେ କଶ୍ମୀର ଏବଂ ଭାରତ ପ୍ରସଙ୍ଗରେ କଡ଼ା ମନ୍ତବ୍ୟ ଦେଉଥିବା ତୁର୍କୀ ରାଷ୍ଟ୍ରପତି ରେସିପ ତାଇପ ଏର୍ଦୋଗନଙ୍କୁ ଉଚିତ ଉତ୍ତର ଦେବେ।

ଭୂମଧ୍ୟସାଗରର ପ୍ରାକୃତିକ ସମ୍ପଦ ଏବଂ ଅଞ୍ଚଳ ଉପରେ ସାଇପ୍ରସ ଏବଂ ତୁର୍କୀ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ତୁର୍କୀ ସହ ବିବାଦ ଉପରେ ଆଲୋଚନା ହୋଇପାରେ ବୋଲି ଆଶା ରହିଛି। ସ୍ପୁଟନିକର ରିପୋର୍ଟ ଅନୁଯାୟୀ, ଜୟଶଙ୍କର ଏବଂ ସାଇପ୍ରସ ମଧ୍ୟରେ ବିଶେଷ ଭାବରେ ପ୍ରତିରକ୍ଷା ଏବଂ ସାମରିକ ସହଯୋଗ ଉପରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହେବ। ଏହା ବ୍ୟତୀତ ଶକ୍ତି କ୍ଷେତ୍ରରେ ମଧ୍ୟ ଚୁକ୍ତି ହେବାର ସମ୍ଭାବନା ଅଛି ।

ଭାରତ ଏବଂ ସାଇପ୍ରସ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ହେଉଛି ୨୧୪ ନିୟୁତ ଡଲାର। ଏକ ଇମିଗ୍ରେଶନ ଚୁକ୍ତି କରି ଏହାକୁ ଆହୁରି ବୃଦ୍ଧି କରିବାକୁ ଏକ ଯୋଜନା ରହିଛି। ସାଇପ୍ରସର ବୈଦେଶିକ ମନ୍ତ୍ରଣାଳୟ ଜୟଶଙ୍କରଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି। ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି ମନ୍ତ୍ରଣାଳୟ କହିଛି। ଏହା ବ୍ୟତୀତ ଆଞ୍ଚଳିକ ସଂରଚନାରେ ଭାରତର ଅଂଶଗ୍ରହଣକୁ ବିଚାର କରାଯିବ। ତୁର୍କୀର ନୀତି ବିଷୟରେ ସାଇପ୍ରସ ବୈଦେଶିକ ମନ୍ତ୍ରୀ ଆଇଓନିସ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଏନେଇ ସୂଚନା ଦେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri