ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର ମନ୍ମଥଙ୍କ ଖାତାକୁ ଯାଇପାରେ ପାଇକ ଭୋଟ । ୟାସିରଙ୍କ ସଂଖ୍ୟାଲଘୁ ଭୋଟ ହୋଇପାରେ ର୍ନିଣ୍ଣାୟକ ।

ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ଅଭିଜ୍ଞ ଭାଜପା ଏମପି ଅପରାଜିତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ନବାଗତ ପ୍ରାର୍ଥୀ ମନ୍ମଥ ରାଉତରାୟ । ସେପଟେ କଂଗ୍ରେସ ମଧ୍ୟ ଜଣେ ଟାଣୁଆ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏହି ତିନି ଜଣଙ୍କ ଭିତରେ କାହାର ରହିଛି ପଲା ଭାରି ଏବଂ କାହା ସପକ୍ଷରେ ରହିଛି ଅଧିକ ଭୋଟ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ।

ଭୁବନେଶ୍ବର ଲୋକ ସଭା ଆସନରେ କାହାର ହେବ ବିଜୟ। ଭାଜପାର ଅପରାଜିତା ଷଡ଼ଙ୍ଗୀ ନା ବିଜେଡିର ଯୁବ ନେତା ମନ୍ମଥ ରାଉତରାୟ । ନା ଦୁଇ ପ୍ରାର୍ଥୀଙ୍କୁ ଚକମା ଦେଇ ବିଜୟର ଶ୍ରେୟ ନେଇଯିବେ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ । କାହା ସପକ୍ଷରେ ରହିଛି ବିଜୟ ସମୀକରଣ । ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଯଦି ଅପରାଜିତାଙ୍କ କଥା ବିଚାରକୁ ନେବା ତେବେ ସେ ବର୍ତ୍ତମାନର ଏମପି ଅଛନ୍ତି । ବିଜୟ ଧାରା ବଳବତ୍ତର ରଖିବାକୁ ସେ ପ୍ରୟାସ କରିବେ ନିଶ୍ଚୟ । ପ୍ରଶାସନିକ ଢାଞ୍ଚାରେ ସାଂଗଠନିକ କାର୍ଯ୍ୟ ତାଙ୍କୁ ବେଶ ଫାଇଦା ଦେଇ ଆସିଥିବା କୁହାଯାଉଛି । ଭାଜପା ପ୍ରାର୍ଥୀ ଅପରାଜିତାଙ୍କ ସପକ୍ଷରେ ଆଉ ଏକ କଥା ହେଉଛି, ସେ ୫ ବର୍ଷ ଧରି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପକେଟ ଭୋଟ ତିଆରି କରିପାରିଛନ୍ତି । ଖାସ କରି ଯୁବ ଓ ମହିଳା ଭୋଟରଙ୍କ ସହ ସୁସଂପର୍କ ରଖିବାରେ ସଫଳ ହୋଇଥିବାରୁ ଏହା ତାଙ୍କ ବିଜୟର ଏକ ବଡ଼ ଆଧାର ହୋଇପାରେ ବୋଲି କୁହାଯାଉଛି ।

ବିଜେଡିର ଯୁବ ପ୍ରାର୍ଥୀ ମନ୍ମଥ ରାଉତରାୟ ନିର୍ବାଚନୀ ରାଜନୀତିରେ ପ୍ରଥମ ଥର ଏଣ୍ଟ୍ରି ମାରିଛନ୍ତି। ବାପା ବରିଷ୍ଠ ରାଜନେତା ସୁରେଶ ରାଉତରାୟଙ୍କ ପାଇକ ସଂପ୍ରଦାୟରେ ବେଶ ପ୍ରଭାବ ଓ ପତିଆରା ଥିବାରୁ ମନ୍ମଥଙ୍କ ପାଖକୁ ପାଇକ ଭୋଟ ଆସିବା ସମ୍ଭାବନା ଅଧିକ ରହିଛି । ତା’ଛଡ଼ା ସୁରଙ୍କ ଜଟଣୀ ପକେଟ ଭୋଟ ମଧ୍ୟ ମନ୍ମଥଙ୍କ ଖାତାକୁ ଟ୍ରାନ୍ସଫର ହୋଇପାରେ । ଜଣେ ଯୁବ ନେତା ଭାବେ ଯୁବ ଭୋଟରଙ୍କୁ ଆକର୍ଷିତ କରିବାର କ୍ଷମତା ରଖିଛନ୍ତି ମନ୍ମଥ ।

ପୂର୍ବ ଥର ଭଳି ଏଥର କଂଗ୍ରେସ ଆଉ ମେଣ୍ଟ ପ୍ରାର୍ଥୀ ଦେଇନାହିଁ । ଜଣେ ଟାଣୁଆ ଯୁବ ନେତା ୟାସିର ନୱାଜଙ୍କୁ ମଇଦାନକୁ ଓହ୍ଲାଇଛି । ସଂଖ୍ୟାଲଘୁ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବାରୁ. ୟାସିରଙ୍କ ପାଖରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବଡ଼ ସଂଖ୍ୟାଲଘୁ ଭୋଟ ରହିଛି । ଛାତ୍ର ତଥା ଯୁବ କଂଗ୍ରେସକୁ ଲିଡ କରିବା ସହ ବିଗତ ଦିନରେ ବହୁ ପ୍ରସଙ୍ଗ ଉଠାଇ ବଡ଼ ଆନ୍ଦୋଳନ କରାଇବାରେ ୟାସିର ନୱାଜ ସଫଳ ହୋଇଛନ୍ତି । ତେଣୁ ବିଜୟ ସମୀକରଣକୁ ଏପଟସେପଟ କରିବାରେ ଯଥେଷ୍ଟ କ୍ଷମତା ରଖିଛନ୍ତି ନୱାଜ ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri