ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଏହି ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲେ ସୁଦ୍ଧା ସେ ପ୍ରଚାର ଉପରେ ଗୁରୁତ୍ୱ ଦେଇନାହାନ୍ତି। ସେ ଦଳୀୟ ଅସନ୍ତୁଷ୍ଟ ନେତା ଓ ନୂଆକରି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଚିରଞ୍ଜୀବ ବିଶ୍ୱାଳଙ୍କୁ ମନାଇବା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଚିରଞ୍ଜୀବ ମଧ୍ୟ ଏହା ଭିତରେ ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳର ସମର୍ଥକମାନଙ୍କୁ ଗତ ୧୯ ତାରିଖରେ କଟକ ଫୁଲନଖରାସ୍ଥିତ ତାଙ୍କ ଫାର୍ମ ହାଉସକୁ ଡାକି ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ସେଥିରେ ସେ ପ୍ରତ୍ୟେକଙ୍କ ସହଯୋଗ କାମନା କରିବା ସହ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ।
ବୁଧବାର ପୂର୍ବାହ୍ନ ୧୧ଟାରେ ଜଗତ୍‌ସିଂହପୁର ପୌରାଞ୍ଚଳର ସମସ୍ତ କଂଗ୍ରେସ କାଉନସିଲର, କଂଗ୍ରେସ ଆଗଧାଡିଆ ନେତା ଓ କର୍ମୀଙ୍କୁ ଚିରଞ୍ଜୀବ ଫୁଲନଖରାସ୍ଥିତ ଫାର୍ମହାଉସକୁ ଡାକିଛନ୍ତି। ଏହି ବୈଠକରେ ସେ ବିଜେଡିକୁ ସଶକ୍ତ କରିବା ପାଇଁ ପୁନର୍ବାର ପ୍ରତ୍ୟେକଙ୍କ ସହଯୋଗ ଲୋଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଅନେକ କଂଗ୍ରେସ ନେତା ଓ କର୍ମୀ ଚିରଞ୍ଜୀବଙ୍କୁ ବିଜେଡି ଟିକେଟ ମିଳି ନ ଥିବାରୁ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଭିତରୁ କେତେଜଣ ପ୍ରତିକ୍ରିୟାରେ କହିଛନ୍ତି,ଚିରଞ୍ଜୀବ ସେମାନଙ୍କୁ ମନାଇବାକୁ ଚେଷ୍ଟା କଲେ ମଧ୍ୟ ଶତପ୍ରତିଶତ ସଫଳ ହେବେନାହିଁ। ଚିରଞ୍ଜୀବଙ୍କ ଏହି ବୈଠକ ସାମ୍ପ୍ରତିକ ପରିସ୍ଥିତିରେ ଗୁରୁତ୍ୱ ବହନ କରୁଛି। କାରଣ ଅତୀତ କଥା ବଖାଣିଲେ ଜଣାଯାଏ, ୨୦୧୯ ନିର୍ବାଚନରେ ଯୁବନେତା ଅମରେନ୍ଦ୍ର ଦାସ ବିଜେଡିରୁ ଟିକେଟ ପାଇବା ପାଇଁ ଲବିରେ ଥିଲେ। କିନ୍ତୁ ତାଙ୍କ ସ୍ଥାନରେ ଏହି ଆସନରେ ପ୍ରଶାନ୍ତଙ୍କୁ ଟିକେଟ ମିଳିଥିଲା, ଯେଉଁ କାରଣରୁ ଅମରେନ୍ଦ୍ରଙ୍କ ଗୋଷ୍ଠୀ ପୋଡାଜଳା କରିବା ସହ ତୁମ୍ଭିତୋଫାନ କରିଥିଲେ। ଏପରିକି ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅମରେନ୍ଦ୍ରଙ୍କୁ ଦଳ ଜିଲା ସଭାପତି ଓ ପରେ କାଜୁ ନିଗମ ଅଧ୍ୟକ୍ଷ ପଦ ମିଳିଥିଲା। ଏହାସତ୍ତ୍ବେ ପ୍ରଶାନ୍ତଙ୍କ ସହ ତାଙ୍କର ଦୂରତ୍ୱ କମି ନ ଥିଲା। ପରେ ଦଳ ଜିଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦ ପର୍ଯ୍ୟାୟକ୍ରମେ ଚାଲି ଯାଇଥିଲା। ଏହାସତ୍ତ୍ବେ ଅମରେନ୍ଦ୍ର ନରମି ନ ଥିଲେ। ସେ ବିଜେଡିରେ ସକ୍ରିୟ ରହି ସମାନ୍ତରାଳ ସଙ୍ଗଠନ ଚଳାଇଥିଲେ। ୨୦୨୪ ନିର୍ବାଚନରେ ସେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ପ୍ରଶାନ୍ତଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଥିଲା। ଯେଉଁ କାରଣରୁ ଅମରେନ୍ଦ୍ର ଦଳ ଛାଡି ଭାଜପାରେ ଯୋଗ ଦେବା ସହ ପ୍ରାର୍ଥୀ ହୋଇଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ଯୁବ ଚେହେରା ସାଙ୍ଗକୁ ନୂଆ ମୁହଁ ହୋଇଥିବାରୁ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ପ୍ରଶାନ୍ତ ଏକପ୍ରକାର ବିବ୍ରତ ଥିବା ପରି ଜଣାପଡ଼ୁଛି। କାରଣ ବିଜେଡିର ସିଂହଭାଗ ଭୋଟ ପ୍ରଭାବିତ ହେବା ସମ୍ଭାବନା ରହିଛି। ତାଙ୍କ ଉପରେ କ୍ଷୋଭ ଓ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ଏଭଳି ପରିବେଶ ସୃଷ୍ଟି କରିଥିବା କୁହାଯାଉଛି। ସେହିପରି କଂଗ୍ରେସର ନେତୃତ୍ୱ ସଙ୍କଟ କାରଣରୁ ଏହି ଦଳର ଭୋଟ ପ୍ରଭାବିତ ହେବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଆଉ ଏହି ଭୋଟକୁ ହାତେଇବା କ୍ଷେତ୍ରରେ ଭାଜପା ସହ ବିଜେଡି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସୁଦ୍ଧା ବାସ୍ତବ ଚିତ୍ର କ’ଣ ରହିବ ତାହା ଏବେଠୁ ଆକଳନ କରିବା ସହଜ ନୁହେଁ। ତେବେ ଏ ପରିସ୍ଥିତିରେ ଚିରଞ୍ଜୀବଙ୍କ ଭୂମିକା ପ୍ରଶାନ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସେ ଦୃଷ୍ଟିରୁ ପ୍ରଶାନ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅପେକ୍ଷା ଚିରଞ୍ଜୀବଙ୍କୁ ଅସ୍ତ୍ର କରିବାକୁ ଉଦ୍ୟମ କରୁଛନ୍ତି।
ଗତ ୧୯ ତାରିଖରେ ଚିରଞ୍ଜୀବ କରିଥିବା ବୈଠକରେ କେତେଜଣ କର୍ମୀ ତାଙ୍କୁ ଟିକେଟ୍‌ ନ ମିଳିଥିବାରୁ ଅସନ୍ତୋଷବ୍ୟକ୍ତ କରିଥିଲେ। ସେମାନେ କହିଥିଲେ, ଯେଉଁ ବିଜେଡି ତାଙ୍କ ନେତାଙ୍କୁ ଟିକେଟ ଦେଲାନି ସେଭଳି ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଅସମ୍ଭବ। ଦୀର୍ଘ ବର୍ଷ ଧରି ବିଜେଡି ବିରୋଧରେ ଲଢ଼େଇ କରି ଏବେ ଏହି ଦଳ ନେତା ଓ କର୍ମୀଙ୍କ ପାଖରେ ଶରଣ ପଶିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ ନ କରିବାକୁ କେତେଜଣ ରୋକଠୋକ୍‌ ମନା କରିଦେଇଥିଲେ। ଏପରି କି ଅଧିକାଂଶ ଚିରଞ୍ଜୀବଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ବୈଠକ ଖୁବ କମ୍‌ ସମୟ ମଧ୍ୟରେ ସରିଯାଇଥିଲା। ବୁଧବାର ବୈଠକରେ କ’ଣ ହେଉଛି ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri