ରଥଯାତ୍ରା ପାଇଁ ଗଡ଼ିବ ୧୩୭ ଅତିରିକ୍ତ ଟ୍ରେନ୍‌

ପୁରୀ ଅଫିସ,୧ା୬: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ୧୩୭ଟି ଅତିରିକ୍ତ ଟ୍ରେନ୍‌ ଚଳାଚଳ କରିବ। ଚଳାଚଳ କରୁଥିବା ମୋଟ୍‌ ୧୫୦ଟି ଅଧିକ କୋଚ୍‌ ଲାଗିବ। ୪୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଳିବ। ଏଥିନିମନ୍ତେ ପୁରୀ ଷ୍ଟେଶନରେ ୩୫ଟି ଅତିରିକ୍ତ ଟିକେଟ୍‌ କାଉଣ୍ଟରର କରାଯିବ। ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ୫୦୦ ଆର୍‌ପିଏଫ୍‌ କର୍ମଚାରୀ ମୁତୟନ ରହିବେ ବୋଲି ବୁଧବାର ଅନୁଷ୍ଠିତ ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକରେ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା।

ଏତଦ୍‌ବ୍ୟତୀତ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ୧୪ଟି ସ୍ଥାନରେ ଆଶୁ ଚିକିତ୍ସାକେନ୍ଦ୍ର, ୨୯ଟି ଆମ୍ବୁଲାନ୍ସ ରହିବ। ୨୩ ପାର୍କିଂସ୍ଥଳ କରାଯିବ। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫୦ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା କରାଯିବ। ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୪୨୭ ନଳକୂପ ବ୍ୟବସ୍ଥା ସହ ୩୫ଟି ପାଇପ ଯୋଗେ ଜଳଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri