ସାମ୍ପ୍ରଦାୟିକ ହିଂସା ଘଟଣାକୁ ମାସେ ପୂରିଲା

ସମ୍ବଲପୁର,୧୩।୫(ବ୍ୟୁରୋ):ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳା ଆକ୍ରମଣ ଭଳି ସାମ୍ପ୍ରଦାୟିକ ହିଂସା ଘଟଣାକୁ ଶୁକ୍ରବାର ଏକମାସ ପୂରିଛି। ହେଲେ ସେଦିନର ଦୃଶ୍ୟ ଲୋକଙ୍କ ମନରୁ ଲିଭି ନାହିଁ। ପରିସ୍ଥିତି ସ୍ବାଭାବିକ ହୋଇଥିଲେ ବି ପୀଡିତ ଓ ମୃତକ ପରିବାର ଆଜି ମଧ୍ୟ ଦୁଃଖରେ ରହିଛନ୍ତି ା ଅନେକ ଲୋକ ସହର ଛାଡି ବାହାରକୁ ଚାଲିଯାଇଛନ୍ତି। ଭୟରେ ସେମାନେ ଫେରୁ ନାହାନ୍ତି। ପୋଲିସ ଓ ଜିଲା ପ୍ରଶାସନ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଅନ୍ୟପଟେ ଗିରଫ ସଂଖ୍ୟା ବୃଦ୍ଧି ପାଇଛି। ଏପ୍ରିଲ ୧୨ ଓ ୧୪ ତାରିଖ ଘଟଣାରେ ମୋଟ ୧୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣ ହୋଇଛି ା ହେଲେ ସାମାଜିକ ଗଣମାଧ୍ୟମରେ ଆଜି ମଧ୍ୟ କଟକଣା ରହିଛି ା ଘଟଣାକୁ ନେଇ ଉତ୍ତେଜନା ପୂର୍ଣ୍ଣ ମେସେଜ ପଠାଇବା କିମ୍ବା ପୋଷ୍ଟ କରିବା ଉପରେ ନଜର ରଖାଯାଇଛି। ପୂର୍ବରୁ ଅନେକ ଲୋକଙ୍କ ନାମରେ ମାମଲା ରୁଜୁ ସହ ଥାନାକୁ ଆଣି ଚୁକ୍ତିନାମା କରି ଛାଡି ଦିଆଯାଇଛି। ଏବେ ମଧ୍ୟ ପୋଲିସ ସ୍ବତନ୍ତ୍ର ଟିମ୍‌ କାମ କରୁଛନ୍ତି। ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବ ା ସେମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ। ଅନ୍ୟପଟେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ଯାତ୍ରା କମିଟି ସହ ବୈଠକ ହୋଇଛି ା ସେମାନଙ୍କ ସହ ଆଲୋଚନା କରି ଯେଭଳି ଠିକ୍‌ ଭାବେ ଯାତ୍ରା ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ହନୁମାନ ଜୟନ୍ତୀ ପାଇଁ ଏପ୍ରିଲ ୧୨ରେ ବାଇକ୍‌ ଶୋଭାଯାତ୍ରା ଓ ୧୪ରେ ଜୟନ୍ତୀ ଶୋଭାଯାତ୍ରା ହୋଇଥିଲା। ସେ ସମୟରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ପୋଲିସ ଦୁଇଟି ମାମଲା ରୁଜୁ କରି ସୁନାପାଲି ଅଞ୍ଚଳର କେତେଜଣଙ୍କ ଘରୁ ପେଟ୍ରୋଲ ବୋମା, ୧୮ ପ୍ଲାଷ୍ଟିକ ଟ୍ରେରେ ଥିବା ଧାରୁଆ ପଥର, ମାରଣାସ୍ତ୍ର ଜବତ କରିଥିଲା। ଶୋଭାଯାତ୍ରା ସମୟରେ ସାନସିଂହାରି ଗ୍ରାମର ଚନ୍ଦ୍ରଶେଖର ମିର୍ଦ୍ଧା ହତ୍ୟା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୯ଜଣଙ୍କୁ ଗିରଫ କରିସାରିଛି ା ଜିଲାରେ କର୍ଫ୍ୟୁ ଲଗାଯିବା ସହ ନେଟ୍‌ ସେବା ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ଭାଜପା ସଂସଦୀୟ କମିଟି, ଜାତୀୟ ଏସ୍‌ଟି କମିଶନ, ରାଜ୍ୟ ମାନବାଧିକାର କମିଶନ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri