ଖୁବ୍‌ ଡର ଥିଲା ପବ୍ଲିକ୍‌କୁ

ଜୟ ମା’ ଲକ୍ଷ୍ମୀ’ ସିରିୟଲରୁ ‘ସୁନ୍ଦରଗଡ଼ର ସଲ୍‌ମାନ ଖାଁ’ ପର୍ଯ୍ୟନ୍ତ। ପୁଣି ‘ଚୁମ୍ବକ’ ଓ୍ବେବ ସିରିଜ୍‌ରେ କିସିଂ ସିନ୍‌ ଦେଇ ଚର୍ଚ୍ଚାକୁ ଆସିଥିବା ଗ୍ଲାମର୍ସ ହିରୋଇନ୍‌ ଦିବ୍ୟା ମହାନ୍ତି ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ…

 

ଘର ଓ ପାଠପଢ଼ା

ଭୁବନେଶ୍ୱରରେ ଘର ଆଉ ପାଠପଢ଼ା। ବାପା ବ୍ୟାଙ୍କରେ ଚାକିରି କରନ୍ତି, ମା’ ଗୃହିଣୀ। ମତେ ସମସ୍ତେ ସ୍ନେହରେ ରିପ୍ସି ଡାକନ୍ତି।

ଅଭିନେତ୍ରୀ ହେବାର ଯାତ୍ରା
ଛୋଟ ବେଳୁ ମତେ ଲୋକ ଗହଳିକୁ ଡର ଲାଗେ। ଏମିତିକି ସ୍କୁଲ କଲେଜରେ ଭାଷଣ ଦେବାକୁ ବି ଡର ଲାଗୁଥିଲା। ବହୁତ ଲାଜୁଆ ସ୍ବଭାବର ମଧ୍ୟ ଥିଲି। ତେଣୁ କେବେ ଭାବି ନ ଥିଲି ଅଭିନୟ ଜଗତକୁ ଆସିବି ବୋଲି। କେବଳ ମା’ଙ୍କ ପାଇଁ ମୁଁ ଅଭିନୟ ଜଗତକୁ ଆସିଛି। ତରଙ୍ଗ ଚ୍ୟାନେଲର ଜୟ ମା’ ଲକ୍ଷ୍ମୀ ସିରିୟଲ ପାଇଁ ଅଡିସନ୍‌ ହେଉଥାଏ। ମା’ ଏ ବିଷୟରେ ଜାଣିବା ପରେ ମତେ ଟ୍ରାଏ କରିବାକୁ କହିଥିଲେ। ଇଚ୍ଛା ନ ଥାଇ ମଧ୍ୟ ଅଡିସନ୍‌ ଦେଲି। ମତେ ସେତେବେଳେ ବୟସ ମାତ୍ର ୧୫ ବର୍ଷ। ବୋଧହୁଏ ଭାଗ୍ୟରେ ଥିଲା ଅଭିନେତ୍ରୀ ହେବା ପାଇଁ। ତେଣୁ ଅଡିସନ୍‌ରେ ମୁଁ ସିଲେକ୍ଟ ହେଇଗଲି। ସିଲେକ୍ଟ ହେବା ପରେ ମୋର ମନ ଏତେ ଦୁଃଖ ହେଇଥିଲା ଯେ ବହୁତ କାନ୍ଦିଲି। ମତେ ସମସ୍ତେ ବହୁତ ବୁଝାଇଲେ। ଶେଷରେ ୨୦୧୫ରେ ଜୟ ମା’ ଲକ୍ଷ୍ମୀ ସିରିୟଲରେ ଅଭିନୟ ଆରମ୍ଭ କଲି। ଧୀରେ ଧୀରେ ଏଇ କାମ ପ୍ରତି ଭଲପାଇବା ଆସିଗଲା। ଏହାପରେ ତିନି ବର୍ଷ ସାଉଥ୍‌ ଇଣ୍ଡଷ୍ଟ୍ରୀରେ ସିରିୟଲରେ କାମ କଲି। ତା’ପରେ ୨୦୧୮ରେ ‘ସୁନ୍ଦରଗଡ଼ର ସଲ୍‌ମାନ ଖାଁ’ ଫିଲ୍ମର ଅଫର ମିଳିଲା। ଆଉ ମୁଁ ମୋ ପ୍ରିୟ ଅଭିନେତା ବାବୁସାନ୍‌ଙ୍କ ସହ କାମ କରିବାର ସୁଯୋଗ ପାଇଲି।

ଖାଇବାକୁ ଭଲ ଲାଗେ
ମତେ ଘର ଖାଦ୍ୟ ଖାଇବାକୁ ଭଲ ଲାଗେ। ଆଉ ଭଲ ରୋଷେଇ ବି କରିପାରେ। ଏକ ପ୍ରକାରର ବଏଲ ଫିଶ୍‌ ତରକାରି ଓ ଚିକେନ ମୁଁ ବେଶି ଭଲ ରାନ୍ଧିଥାଏ। ଆଉ ମ୍ୟାଗି ମୋର ବହୁତ ପସନ୍ଦ। ନିଜେ ତିଆରି କରି ଖାଏ। ଆଉ କାହା ହାତରନ୍ଧା ମ୍ୟାଗି ମତେ ପସନ୍ଦ ନୁହେଁ। ଆଉ ଏକ କଥା ଭୋକ ସମୟରେ ନ ଖାଇଲେ ମୋ ମୁଣ୍ଡ ଖରାପ ହେଇଯାଏ।

ଫିଟ୍‌ନେସ୍‌ ପାଇଁ
ପ୍ରତିଦିନ ଏକ୍ସରସାଇଜ କରିବାକୁ ସମୟ ମିଳେନି। ତଥାପି ଟ୍ରାଏ କରେ କିଛି କରିବାକୁ। ଆଉ ମତେ ଜିମିଂ ଓ ପିଲାଟେଜ୍‌ କରିବାକୁ ବହୁତ ଭଲ ଲାଗେ।

ଅତି ନିଜର
ମୋର କଜିନ ଭଉଣୀ କାଜଲ ଓ ଅଭିନେତ୍ରୀ ପୁନମ୍‌ ମୋର ବହୁତ ପ୍ରିୟ। ସେମାନଙ୍କ ସହ ମୁଁ ମୋର ସବୁ ସିକ୍ରେଟ୍‌ ଶେୟାର କରେ।

ପ୍ରଥମ କ୍ରସ୍‌
କ୍ରସ୍‌ ସିଦ୍ଧାର୍ଥ ମାଲହୋତ୍ରା। ଘର କାନ୍ଥରେ ତାଙ୍କ ଫଟୋ ଲଗାଉଥିଲି। ସାଙ୍ଗମାନେ ତାଙ୍କ ଫଟୋ ସହ ମୋ ଫଟୋ ଯୋଡୁଥିଲେ। ଏବେ ମାଚ୍ୟୁଓର ହେଇଗଲିଣି। ସେମିତି କେହି କ୍ରସ୍‌ ନାହାନ୍ତି। ତଥାପି ଏବେବି ମତେ ସିଦ୍ଧାର୍ଥ ଭଲ ଲାଗନ୍ତି।

‘ଚୁମ୍ବକ’ର କିସିଂ ସିନ୍‌
ହଁ, ମୁଁ ଲାଜୁଆ ସ୍ବଭାବର। ହେଲେ ଜଣେ ଅଭିନେତ୍ରୀ। ଓଡିଶାରେ ପ୍ରଥମ କରି ଲେସ୍‌ବିୟାନ୍‌ଙ୍କ ଉପରେ ଆଧାରିତ ଏକ ବୋଲ୍ଡ ଟପିକ୍‌କୁ ନେଇ ଚଳଚ୍ଚିତ୍ର ହେଉଥିଲା। କିଛି କିସିଂ ସିନ୍‌ ଥିଲା। ତେଣୁ ପ୍ରଥମେ ମନା କରୁଥିଲି। ପରେ ଭାବିଲି ଅଭିନେତ୍ରୀଭାବେ ମତେ ସବୁ ପ୍ରକାରର ଅଭିନୟ କରିବା ଦରକାର। ଆଉ ମୋ ବାପା ମା’ କହନ୍ତି, ଯଦି ତୋର କିଛି ପ୍ରୋବ୍ଲେମ୍‌ ନାହିଁ ଆଉ ତୁ କମ୍ଫର୍ଟେବୁଲ, ତେବେ କର। ତେଣୁ ମୁଁ ଏଥିରେ ଅଭିନୟ କରିବାକୁ ନିଷ୍ପତ୍ତି ନେଲି।

ଲାଇଫ୍‌ ପାର୍ଟନର୍‌
ଏବେ ତ ମୁଁ ମୋ କ୍ୟାରିୟରକୁ ଫୋକସ୍‌ କରୁଛି। ତଥାପି ମୁଁ ଚାହେଁ ମୋ ଲାଇଫ୍‌ ପାର୍ଟନର୍‌ ଯିଏ ହେବ ସେ ମତେ ଓ ମୋ କାମକୁ ଭଲ ପାଉଥିବ ଏବଂ ସମ୍ମାନ ଦେଉଥିବ।

ଦୁର୍ବଳତା
ମୁଁ ବହୁତ ଇମୋଶନାଲ। ବାହାରକୁ ଷ୍ଟ୍ରଙ୍ଗ ବୋଲି ଦେଖାଏ। କେହି ନ ପଚାରିଲେ, କଥା ନ ହେଲେ କେୟାର କରେନା ବୋଲି ଦେଖାଏ। କିନ୍ତୁ ସେସବୁ ମତେ ବହୁତ କଷ୍ଟ ଦିଏ।

– ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri