Posted inଜାତୀୟ

ସ୍ଥାନ ପାଇପାରନ୍ତି ୨୭ ନୂଆ ମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ପୁଣିଥରେ ଜୋର୍‌ ଧରିଛି। ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବାକୁ ଥିବା କ୍ୟାବିନେଟରେ ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁଶୀଲ ମୋଦି, ସର୍ବାନନ୍ଦ ସୋନୋଓ୍ବାଲ, ନାରାୟଣ ରାଣେ ଏବଂ ଭୂପେନ୍ଦ୍ର ଯାଦବଙ୍କ ସମେତ ୨୭ ଜଣ ସ୍ଥାନ ପାଇବା ସମ୍ଭାବନା ରହିଛି। ନୂଆ ମନ୍ତ୍ରୀ ଭାବେ ଯେଉଁମାନେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି, ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଭାଜପାରେ ସାମିଲ ହୋଇଥିବା ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଦଳର ବରିଷ୍ଠ ସାଂଗଠନିକ ନେତା ତଥା ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ, କୈଳାସ ବିଜୟଭର୍ଗୀୟ, ଭାଜପା ମୁଖପାତ୍ର ତଥା ସଂଖ୍ୟାଲଘୁ ଚେହେରା ସୟେଦ ଜାଫର ଇସ୍‌ଲାମ।
ଏହା ବ୍ୟତୀତ ତାଲିକାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ, ବିଦ୍‌ ଏମ୍‌ପି ପ୍ରୀତମ ମୁଣ୍ଡେ, ଉତ୍ତରପ୍ରଦେଶ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ, ମହାରାଜଗଞ୍ଜ ଏମ୍‌ପି ପଙ୍କଜ ଚୌଧରୀ, ବରୁଣ ଗାନ୍ଧୀ ଏବଂ ସହଯୋଗୀ ଅପ୍‌ନା ଦଳର ନେତ୍ରୀ ଅନୁପ୍ରିୟା ପଟେଲଙ୍କ ନାମ ରହିଛି। ସେହିପରି ରାଜ୍ୟ ସଭା ସଦସ୍ୟ ତଥା ଅଲ୍‌ ଇଣ୍ଡିଆ ଟେନିସ୍‌ ଆସୋସିଏଶନ ସଭାପତି ଅନିଲ ଜୈନ, ଓଡ଼ିଶା ଏମ୍‌ପି ଅଶ୍ୱିନୀ ବୈଷ୍ଣବ ଏବଂ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା, ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କ ନାଁ ତାଲିକାରେ ରହିଥିବା ଜଣାପଡ଼ିଛି। ରାଜସ୍ଥାନରୁ ୩ ଜଣ ନୂଆ ମନ୍ତ୍ରୀ ଭାବେ ସ୍ଥାନ ପାଇପାରନ୍ତି। ସେମାନେ ହେଲେ ମୋଦି କ୍ୟାବିନେଟରେ ପୂର୍ବରୁ ମନ୍ତ୍ରୀ ଥିବା ପି.ପି. ଚୌଧରୀ, ଚୁରୁ ଏମ୍‌ପି ରାହୁଲ କଶ୍ୱାନ ଏବଂ ସିକର ଏମ୍‌ପି ସୁମେଧାନନ୍ଦ ସରସ୍ବତୀ। ଏହା ବ୍ୟତୀତ ଦିଲ୍ଲୀ ଏମ୍‌ପି ମୀନାକ୍ଷୀ ଲେଖି ମଧ୍ୟ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।
ଇତିମଧ୍ୟରେ ବିହାରରେ ଚିରାଗ ପାଶ୍ୱାନଙ୍କ ବିରୋଧରେ ବିଦ୍ରୋହର ନେତୃତ୍ୱ ନେଇଥିବା ପଶୁପତି ପାରସ ଏଲ୍‌ଜେପିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସମ୍ଭାବନା ଥିଲାବେଳେ ଜେଡିୟୁରୁ ଆର୍‌.ସି.ପି. ସିଂ ଏବଂ ସନ୍ତୋଷ କୁମାରଙ୍କୁ କ୍ୟାବିନେଟରେ ନିଆଯାଇପାରେ। ସେହିପରି କର୍ନାଟକରୁ ରାଜ୍ୟ ସଭା ସଦସ୍ୟ ରାଜୀବ ଚନ୍ଦ୍ରଶେଖର, ଗୁଜରାଟ ଭାଜପା ସଭାପତି ସି.ଆର୍‌. ପାଟିଲ ଏବଂ ଅହମଦାବାଦ ଓ୍ବେଷ୍ଟ ଏମ୍‌ପି କିରୀଟ ସୋଲାକି, ହରିୟାଣାରୁ ସିର୍ସା ଏମ୍‌ପି ସୁନୀତା ଡୁଗଲ, ଲଦାଖ ଏମ୍‌ପି ଜମ୍ୟାଙ୍ଗ ସେରିଙ୍ଗ୍‌ ନାମଗ୍ୟାଲଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଆଯିବା ସମ୍ଭାବନା ରହିଛି। ରାମବିଳାସ ପାଶ୍ୱାନ, ସୁରେଶ ଅଙ୍ଗଦିଙ୍କ ପରଲୋକ ଏବଂ ଏନଡିଏରୁ ଅକାଳୀ ଦଳ ଓ ଶିବସେନା ଓହରିଯିବାରୁ କ୍ୟାବିନେଟରେ କେତେକ ମନ୍ତ୍ରୀପଦ ଖାଲି ପଡ଼ିଛି। ଅଧିକାଂଶ ମନ୍ତ୍ରୀଙ୍କୁ ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଇଛି। ସେଥିପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଆବଶ୍ୟକତା ରହିଛି। ୨୦୧୯ରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri