ନଜରରେ ୭ ନଂ.

ଯାଜପୁର ଅଫିସ,୧୩।୨: ୪ଟି ଜିଲା ପରିଷଦ ଜୋନ୍‌କୁ ନେଇ ଗଠିତ ଦଶରଥପୁର ବ୍ଲକରେ ସ୍ଥିତି ଏଥର ସାମାନ୍ୟ ବଦଳିଛି। ଏଥର ଭୋଟର ମାଟିର ଦକ୍ଷ ନେତାକୁ ବାଛିବାକୁ ଅଣ୍ଟା ଭିଡିଛନ୍ତି। ଅସନ୍ତୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ କର୍ମୀମାନେ ବିଜେଡିକୁ ରୋକ ଲଗାଇବାକୁ ଅଘୋଷିତ ମେଣ୍ଟ କରୁଥିବା ସୂଚନା ମିଳୁଛି। ହେଲେ ଗତ ନିର୍ବାଚନରେ ଭାଜପା ଓ କଂଗ୍ରେସର ପ୍ରଦର୍ଶନକୁ ଦେଖିଲେ ନେତାଙ୍କ କର୍ମଫଳ ହିଁ ନିର୍ବାଚନୀ ବୈତରଣୀ ପାର ହେବାର ମାପଦଣ୍ଡ ହେବ ବୋଲି ମତପ୍ରକାଶ ପାଉଛି। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ବିଜୟୀ ୭ ନମ୍ବର ଜୋନ୍‌ରେ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ହୋଇଛି।

୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ବର୍ଷ ରହିଥିବାରୁ ଚଳିତ ନିର୍ବାଚନରେ ଜିଲାପରିଷଦକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଜେଡିର ଦୁର୍ଗ କୁହାଯାଉଥିବା ଦଶରଥପୁର ବ୍ଲକରେ ପ୍ରଚାର ପାଇଁ ରଣନୀତି ଜୋର ଧରିଛି। ଏହି ବ୍ଲକର ୬ ଓ ୭ ନମ୍ବର ଜୋନ୍‌ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ୪ ଓ ୫ ନମ୍ବର ଜୋନ୍‌ ଯାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଛି। ଏଥିପାଇଁ ଦଶରଥପୁର ବ୍ଲକର ୪ ଜୋନ୍‌କୁ ଅକ୍ତିଆର କରିବାକୁ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି। ଭାଜପା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ସହ ବିଜେଡି ସରକାରଙ୍କ ଦୁର୍ନୀତି ତଥା ଜିଲା ପ୍ରତି ଅବହେଳା, ସ୍ଥାନୀୟ ନିଯୁକ୍ତି ସମସ୍ୟା, ନଗଡ଼ାରେ ଶିଶୁମୃତ୍ୟୁ ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର ଚଳାଇଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଭୋଟହାରକୁ ଅନୁଶୀଳନ କଲେ ବିଜେଡିକୁ ଭାଜପା କଡା ଟକ୍କର ଦେବାରେ ଲାଗିଛି। ୨୦୧୭ ନିର୍ବାଚନରେ ଦଶରଥପୁର ବ୍ଲକର ୪ ନମ୍ବର ଜୋନରେ ବିଜେଡି ୫୮%, ଭାଜପା ୩୯% ଓ କଂଗ୍ରେସ ୪% ଭୋଟ ନେଇଥିଲା। ୫ ନମ୍ବର ଜୋନରେ ବିଜେଡି ୫୭%, ଭାଜପା ୩୯% ଓ କଂଗ୍ରେସ ୪ %ରେ ରହିଥିଲା। ୬ ନମ୍ବର ଜୋନ୍‌ରେ ବିଜେଡି ୪୮%, ଭାଜପା ୪୧% ଓ କଂଗ୍ରେସ ୧୧% ଭୋଟ ପାଇଥିଲାବେଳେ ୭ ନମ୍ବର ଜୋନ୍‌ରେ ବିଜେଡି ୪୩%, ଭାଜପା ୫୨% ଓ କଂଗ୍ରେସକୁ ୭% ଭୋଟ ମିଳିଥିଲା। ଏହି ୭ ନମ୍ବର ଜୋନ୍‌ରେ ଭାଜପାରୁ ମାମିନା ମଲ୍ଲିକ ବିଜୟୀ ହୋଇଥିଲେ। ତେବେ ଏଥର ମାମିନା ୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥତ୍ନୀ ହୋଇଛନ୍ତି। ୭ ନମ୍ବର ଜୋନ୍‌ରେ ଭାଜପାର ଚିନ୍ମୟୀ ପାଣ୍ଡବ, ବିଜେଡିରେ ନିନାରାଣୀ ସାମଲ ଓ କଂଗ୍ରେସରୁ ଅମ୍ବିକା ରାଉତ ନିର୍ବାଚନ ଲଢୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଞ୍ଝାରପୁର ବିଧାନସଭା ଆସନରେ ବିଜେଡିକୁ ୫୫.୧୮% ଓ ଭାଜପାକୁ ୪୦.୩୭% ଭୋଟ ମିଳିଥିଲା। ସେହିପରି ଯାଜପୁର ବିଧାନସଭା ଆସନରେ ବିଜେଡି ୬୦.୨୪% ଓ ଭାଜପା ୩୫.୬୮% ଭୋଟ ହାତେଇଥିଲେ।

ଦଶରଥପୁର ବ୍ଲକର ପ୍ରାୟ ଅଧା ଅଞ୍ଚଳ ବିଞ୍ଝାରପୁର ଓ ଯାଜପୁର ବିଧାନସଭା ଆସନରେ ରହିଛି। ଏହି ଦୃଷ୍ଟିକୋଣରୁ ଏଠାରେ ବିଜେଡିର ଭୋଟହାର ଭାଜପାଠାରୁ ବହୁ ଅଧିକ ରହିଛି। ୨୦୧୯ରେ ଭାଜପାର ଯେଉଁ ସ୍ଥିତି ରହିଥିଲା ତାହା ଏବେ ବହୁମାତ୍ରାରେ ପରିବର୍ତ୍ତନ ହୋଇଛି। ଭାଜପା ସେତେଟା ସକ୍ରିୟ ନ ଥିଲା ଭଳି ମନେ ହେଉଛି। ତଥାପି ବିଜେଡିକୁ ପଛରେ ପକାଇ ଭାଜପା ଆଗକୁ ଯିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ କଂଗ୍ରେସ ଟଣାଟଣିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଭୋଟର ଏଥର ଦଳକୁ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି ବୋଲି କୁହାଯାଉଛି। ନିଜନିଜ ଅଞ୍ଚଳରେ ଯେଉଁମାନେ ବିକାଶ କରିବାକୁ ଦକ୍ଷ ସେମାନେ ପ୍ରଥମ ପସନ୍ଦ ହେବେ ବୋଲି ଭୋଟର ମହଲରେ ଚର୍ଚ୍ଚା ହେଉଛି। ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବାଛିବାକୁ ଭୋଟର ଦକ୍ଷ ନେତା ଚାହୁଁଥିବା ମଧ୍ୟ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri