ଏବେ ବି ଚୁଆ ପାଣି ଭରସା

ଚମ୍ପୁଆ, ୮ା୪(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର। ଆଜି ପାଣି ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି ମାଛଘାଟ ସାହି ବାସୀନ୍ଦା। ଚମ୍ପୁଆ ପଞ୍ଚାୟତରୁ ଏନ୍‌ଏସି ଘୋଷଣା ହେବା ପ୍ରାୟ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ୧ ନମ୍ବର ୱାର୍ଡ ଗୋଧୂଳି ଗ୍ରାମର ମାଛଘାଟ ସାହି ବାସୀନ୍ଦାମାନେ ଜଳ କଷ୍ଟ ନିବାରଣ ପାଇଁ ନାଳରୁ ଚୁଆ ଖୋଳି ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ମୌଳିିକ ଅସୁବିଧା ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ଆଶା କରାଯାଇଥିଲେ ମଧ୍ୟ ତାହା ଏବେ ଆଶାରେ ରହିଯାଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦେଉଥିବା ଏନ୍‌ଏସିର ନଜର ଏହା ଉପରେ ପଡି ପାରୁନାହିଁ।
ଅନୁସାରେ, ଗୋଧୂଳି ଓ ଶିରିପୁର ସୀମାରେ ଅବସ୍ଥିତ ଏହି ମାଛଘାଟ ସାହିରେ ପ୍ରାୟ ଶତାଧିକ ଲୋକ ବସବାସ କରୁଛନ୍ତି। ମାତ୍ର ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ଦୁଃସ୍ବପ୍ନ। ସକାଳ ହେଲେ ଜଳ ଚିନ୍ତା ଦୂର କରିବାକୁ ପାଖରେ ବୋହିଯାଉଥିବା ଏକ ନାଳରେ ଚୁଆ ଖୋଳି ଗାଁ ଲୋକେ ଜଳ ସଂଗ୍ରହ କରିଥାନ୍ତି। ଏହି ଜଳ ତାଙ୍କ ଜଳ କଷ୍ଟକୁ ମେଣ୍ଟାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସାହିରେ ନକୂପଟିଏ ମଧ୍ୟ ବସି ପାରିଲା ନାହିଁ। ରାଜନୈତିକ ଦୃଷ୍ଟି କୋଣରୁ ଗୋଧୂଳି ଗ୍ରାମ ଏକ ମହତ୍ୱ ଗ୍ରାମ ଭାବେ ପରିଚିତ ହୋଇଥିବା ବେଳେ ଚମ୍ପୁଆ ଏନ୍‌ଏସିର ପ୍ରଥମ ୫ ବର୍ଷ ଚେୟାରମ୍ୟାନ ଭାବେ ଗୋଧୂଳି ଗ୍ରାମର ଜଣେ ମହିଳା ଦାୟିତ୍ୱ ନିର୍ବାହ କରିଥିଲେ। ତଥାପି ଏହି ମାଛଘାଟ ସାହି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ଷା ଦିନେ ଉକ୍ତ ନାଳରେ ଗଳିଆ ପାଣି ଆସୁଥିବାରୁ ନିକଟସ୍ଥ ଗ୍ରାମ ଶିରପୁରରୁ ଏମାନେ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ଏ ନେଇ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ପଚାରିବାରୁ ମୁଁ ଉକ୍ତ ସମସ୍ୟା ବିଷୟରେ ଖବର ପାଇ ମାଛଘାଟ ସାହି ଯାଇଥିଲି। ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ଏ ନେଇ ଚିଠି କରାଯାଇଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri