ଏବେବି ଲୋକଙ୍କ ମନରେ ଭୟ

ବାହାନଗା, ୩ା୭(ଅରୂପ କୁମାର ଦାସ)-ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୂରିଗଲାଣି। ଏବେ ବି ସେହି ସନ୍ଧ୍ୟାର ଦୃଶ୍ୟକୁ ମନେ ପକାଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡୁଛନ୍ତି। ଏହି ଷ୍ଟେଶନ ଅପ୍‌, ଡାଉନ୍‌ରେ ୭ଟି ପାସେଞ୍ଜର ଟ୍ରେନ୍‌ ରହୁଥିବା ବେଳେ ଅଦ୍ୟାବଧି ୨ରୁ ୩ଟି ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ଆସୁ ନ ଥିବାରୁ ଯାତ୍ରୀମାନେ କେଉଁ ଟ୍ରେନ୍‌ କେତେବେଳେ ଆସିବ ତାହା ଜାଣିପାରୁନାହାନ୍ତି। ଫଳରେ ଟିକେଟ କାଟିବା ପାଇଁ ଟେଣ୍ଡର ନେଇଥିବା ବ୍ୟକ୍ତିଜଣକ ଟିକେଟ ଠିକ୍‌ ଭାବେ ବିକ୍ରି କରିପାରୁନାହାନ୍ତି।