ଏବେ ବି ରହିଛି ବ୍ରିଟିଶ୍‌ ସମୟର ସିମିଳି ଗଛ ଫାଶୀଖୁଣ୍ଟ

ଏମ୍‌ଭି-୭୯, ୨୧ା୮ (ଭିକି ବାରିକ):ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନନ୍ତପାଲ୍ଲୀ ଗ୍ରାମକୁ ପୂର୍ବରୁ ଦଣ୍ଡକାରଣ୍ୟ ଅଞ୍ଚଳ କୁହାଯାଉଥିଲା l ଏହି ଗଁାରେ ହନ୍ତାଳ, ମାଦିରି, ୱାଡେଙ୍ଗୀ ଓ ବେଟି ପରିବାର ବାସ କରୁଥିଲେ। ପରବର୍ତ୍ତୀ ସମୟରେ ସମୟାନୁକ୍ରମେ ବିଭିନ୍ନ ଅଞ୍ଚଳର ଲୋକମାନେ ଆସି ଏହି ଗ୍ରାମରେ ବାସ କରି ରହିଛନ୍ତି l ବର୍ତ୍ତମାନ ଏହି ଗ୍ରାମର ଲୋକସଂଖ୍ୟା ୧୨୧୮ l ବ୍ରିଟିିଶ ଶାସନ ସମୟରେ ଯଦି କେହି ବିରୋଧରେ କଥା କହୁଥିଲେ, ବ୍ରିଟିଶମାନେ ସେମାନଙ୍କୁ ଗଁାରେ ଲଗାଇଥିବା ସିମିଳି ଗଛରେ ବାନ୍ଧି ଫାଶୀ ଦେଉଥିଲେ। ଏବେ ବି ସେହି ସିମିଳି ଗଛ ଦ୍ୱୟ ମୂକ ସାକ୍ଷୀ ଭାବେ ଗଁା ମୁଣ୍ଡରେ ଠିଆ ହୋଇଛି।
ମାଲକାନଗିରି ଜିଲାରେ ଇଂରେଜ ଶାସନ ସମୟରେ ବହୁ ଲୋକେ ପ୍ରାଣ ହରାଇଛନ୍ତି। ମାଥିଲିର ଶହୀଦ ଲକ୍ଷ୍ମଣ ନାୟକ ହୁଅନ୍ତୁ କିମ୍ବା କୋଣ୍ଡାପାଲିର ତାମାଦରା ହୁଅନ୍ତୁ ଏମାନେ ଇଂରେଜଙ୍କ ସହ ଯୁଦ୍ଧ କରି ଶହୀଦ ହୋଇଛନ୍ତି। ମୋଟୁରୁ ଆରମ୍ଭ କରି କାଲିମେଳା ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ଦୋଷ କରୁଥିଲେ ସେମାନଙ୍କୁ ଫାଶୀ ଦେଉଥିଲେ। ବ୍ରିଟିଶ ସମୟରେ ଫାଶୀଖୁଣ୍ଟ ଭାବେ ବ୍ୟବହାର ହେଉଥିବା ଦୁଇଟି ବିରାଟ ସିମିଳି ଗଛ ଏବେ ବି ମୂକସାକ୍ଷୀ ହୋଇ କାଲିମେଳା ବ୍ଲକ ଅନନ୍ତପାଲ୍ଲୀ ଗଁାରେ ରହିଛି। ଏହି ଗଛରେ ଇଂରେଜମାନେ ଫାଶୀ ଦେଉଥିଲେ l ଲୋକେ କୌଣସି ଜଘନ୍ୟ ଅପରାଧ କଲେ କିମ୍ବା ସେହି ସମୟରେ ବ୍ରିଟିଶମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଏହି ଦୁଇ ସିମିଳି ଗଛ ମଝିରେ ଲୋକମାନଙ୍କ ସାମ୍ନାରେ ଇଂରେଜମାନେ ଫାଶୀ ଦେଉଥିବା କଥା ଏବେ ବି ଗଁା ଲୋକେ କୁହନ୍ତି। ସେତେବେଳେ ଇଂରେଜମାନେ ଦୁଇ ଖୁଣ୍ଟ ସଦୃଶ ଗଛ ପୋତି ଥିଲେ, ଆଜି ଏହା ବିରାଟ ଗଛରେ ପରିଣତ ହୋଇଛି l ଅନନ୍ତପାଲ୍ଲୀ ଗଁାର ପଶ୍ଚିିମରେ ନଈ ରହିଛି। ଏହାର ଆରପାରିରେ ୫୦୦ ମିଟର ଲମ୍ବର ଗୋଟିଏ ପଥର ଅଛି। ଏହାକୁ ଲୋକେ ତେଲୁଗୁରେ ଆକୁଲୁ ବାଣ୍ଡା ବୋଲି କହନ୍ତି। ବ୍ରିଟିଶ ବିରୁଦ୍ଧରେ ଏଠାରେ ଲୋକମାନେ ଏକ ସଭା ଆୟୋଜନ କରିଥିଲେ। କୌଣସି ସୂତ୍ରରୁ ଇଂରେଜମାନେ ଖବର ପାଇ ଅଚାନକ ଭାବେ ଲୋକମାନଙ୍କ ଉପରେ ଗୁଳିବର୍ଷା କରିଥିଲେ। ଲୋକେ ପ୍ରାଣ ଭୟରେ ପଥର ଆଡୁଆଳରେ ମୁଣ୍ଡ ଗୁଞ୍ଜି ଥିଲେ, କିନ୍ତୁ ଏଥିରେ ବହୁ ଲୋକଙ୍କ ଜୀବନ ଚାଲିଯାଇଥିଲା l ସେହି ଗୁଳି ବର୍ଷାର ଚିହ୍ନ ବା ପ୍ରମାଣ ପଥରରେ ରହିଛି। ଅନନ୍ତପାଲ୍ଲୀ ଗ୍ରାମ ସମେତ ପ୍ରାୟ ୨୫ ଖଣ୍ଡ ମୌଜାର ଲୋକେ ଗ୍ରାମରେ ଥିବା ମୁସ୍ତାଦାର ହନ୍ତାଳ ପରିବାରରେ ଖଜଣା ପଇଠ କରୁଥିଲେ l ମୋଟୁଠାରୁ ଆରମ୍ଭ କରି କାଲିମେଳା ପର୍ଯ୍ୟନ୍ତ ଆଦିମ ଜନଜାତି ସମ୍ପ୍ରଦାୟର ଲୋକମାନେ ପୂର୍ବେ ପ୍ରାୟ ହନ୍ତାଳ ପରିବାରରେ ହାତବୁଣା ବସ୍ତ୍ର ପରିଧାନ କରୁଥିବା ବିଷୟ ଅଞ୍ଚଳବାସୀ କୁହନ୍ତି। ଏତେ ଦୁର୍ଗମ ଅଞ୍ଚଳରେ ସେ ସମୟରେ ସେମାନେ କେଉଁଠାରୁ ଏ ଲୁଗା ବୁଣିବା ଶିକ୍ଷା ପାଇଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଗଁାକୁ ରାସ୍ତାଘାଟ, ଯାନବାହନ ଓ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ନାହିଁ l ବର୍ତ୍ତମାନ ଏହି ଗଁା ସରକାରଙ୍କ ଅଣଦେଖା ଆଢୁଆଳରେ ରହିଯାଉଛି l
ସୂଚନାଯୋଗ୍ୟ, ଅନନ୍ତପାଲ୍ଲୀ ଗଁାରେ ପ୍ରଥମେ ଜଣେ ମହିଳାଙ୍କର ନାମଥିଲା ଆନାନ୍ତାମା ା ପରବର୍ତ୍ତୀ ସମୟରେ ତାଙ୍କ ନାମ ଅନୁସାରେ ଅନନ୍ତପାଲ୍ଲୀ ଗଁାର ନାମକରଣ ହୋଇଛି l ଗଁା ପୂର୍ବରେ ଜିଲାର ବୃହତ୍‌ ଏମ୍‌ଆଇପି ବନ୍ଦ, ପଶ୍ଚିିମରେ ୨୫ କି.ମି.ଦୂରରେ ସାବେରୀ ନଦୀ, ଦକ୍ଷିଣରେ ଘଞ୍ଚ ପାହାଡ଼ ଓ ସିଲେରି ନଦୀ ଏବଂ ଉତ୍ତର ଦିଗରେ ଏମ୍‌ଭି ୮୧ ଗ୍ରାମ ଅବସ୍ଥିିତ। ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲା ସ୍ବତନ୍ତ୍ର ଓଡ଼ିଶା ଗଠନ ପୂର୍ବରୁ ମାଡ୍ରାସ ପ୍ରେସିଡେନ୍ସିରେ ଥିଲା । ଏ ସମସ୍ତ ଅଞ୍ଚଳର ଜିଲା ବିଜୟନଗରମ୍‌ ଓ ସଦରମହକୁମା ବିଶାଖାପାଟଣା ରହିଥିଲା। ସେଥି ଲାଗି ଏ ସମସ୍ତ ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ଲୋକେ ବସବାସ କରି ଆସୁଛନ୍ତି l
୧୯୩୬ ମସିହା ପୂର୍ବରୁ ସମସ୍ତ ସ୍କୁଲରେ ତେଲୁଗୁ ଭାଷାରେ ଶିକ୍ଷାଦାନ କରାଯାଉଥିଲା। ଅନନ୍ତପାଲ୍ଲୀ ଗଁାରେ ମଧ୍ୟ ତେଲୁଗୁ ଭାଷାରେ ଶିକ୍ଷା ଦିଆଯାଉଥିଲା। ଏହି ଗଁାରେ ବ୍ରିଟିଶ ଶାସକଙ୍କ ଦ୍ୱାରା ଶିକ୍ଷକ ନିଯୁକ୍ତି ପୂର୍ବରୁ ପିଲାମାନେ ଶିକ୍ଷା ନିମନ୍ତେ ପ୍ରାୟ ଦେଢ଼ ଶହ କି.ମି.ଚାଲି ଚାଲି ତେଲଙ୍ଗାନା ରାଜ୍ୟ କୋତାଗୁଡ଼େମ ଗ୍ରାମ ମିଶନାରୀ ସ୍କୁଲରେ ପଢୁଥିଲେ। ବ୍ରିଟିଶ ଶାସନ ସମୟରେ ଏକାଧିକ ଶିକ୍ଷକ ଏହି ଗଁାରୁ ରହିିଛନ୍ତି l ହନ୍ତାଳ ସୁନ୍ଦରାୟା, ମାଦିରି ଇରିମିଆ, ବିଟି ରାତ୍ନାୟା, କୋରା ଇସାହକ, କାମେଶ୍ୱର ଏଡ଼ଲା ଓ ନାଗୁଲା ଆନ୍ଦ୍ରୟା ସମସ୍ତେ ଶିକ୍ଷକ ହୋଇଛନ୍ତି। ବର୍ତ୍ତମାନ ମାଲକାନଗିରି ଜିଲାରେ ପ୍ରଥମ ଆଶ୍ରମ ସ୍କୁଲ ଅନନ୍ତପାଲ୍ଲୀ ଗ୍ରାମରେ ରହିଛି। ୫୦ ବର୍ଷ ପୂର୍ବେ ଉକ୍ତ ଗ୍ରାମକୁ ଜୟପୁରରୁ ଏକ ସରକାରୀ ବସ୍‌ ଯିବାଆସିବା କରୁଥିବା ବେଳେ ବର୍ତ୍ତମାନ ଯାତାୟାତ ନିମନ୍ତେ ରାସ୍ତାଘାଟ ଠିକ୍‌ ଅଛି, ବସ୍‌ ସେବା କିନ୍ତୁ ଏହି ଗ୍ରାମକୁ ବନ୍ଦ ହୋଇଯାଇଛି l ସେହି ସମୟରେ ଲୋକେ ଯାତାୟାତ କରିବା ପାଇଁ ରାସ୍ତାଘାଟର ସୁବିଧା ନ ଥିଲା ଗୋରାସାହେବ ଓ ମୁସ୍ତାଦାରଙ୍କୁ ଲୋକେ ‘କାୱେଡ’ ବା ଭାର କରି ନେବା ଆଣିବା କରୁଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri