Posted inଫୁରସତ

ଏଭଳି ଦେଶ, ଯେଉଁଠାରେ ଦିନକ ପାଇଁ ହୁଏ ୪୦ ମିନିଟ୍‌ର ରାତି; କାରଣ ଜାଣିଲେ…

ଥରେ ଭାବନ୍ତୁ ତ, ଯଦି ରାତି କେବଳ ୪୦ ମିନିଟର ହେବ ତେବେ କ’ଣ ହେବ। ନିଦରେ ଶୋଇବା ପୂର୍ବରୁ ଉଠିବାକୁ ବାଧ୍ୟହେବ। ଶୁଣିବାକୁ ଅଜବ ଲାଗିଲେ ବି ନରଓ୍ବେର ହେମରଫେଷ୍ଟ ସହରରେ ଏଭଳି କିଛି ହୋଇଆସୁଛି। ଏଠାରେ ରାତି ୧୨ଟା ୪୩ରେ ସୂର୍ଯ୍ୟାସ୍ତ ହେଉଥିବା ବେଳେ ମାତ୍ର ୪୦ ମିନିଟ ପରେ ହିଁ ସୂର୍ଯ୍ୟୋଦୟ ହୋଇଥାଏ। ତେବେ ଏହା କେବଳ ଦିନକ ପାଇଁ ଘଟିଥାଏ।

୪୦ ମିନିଟ୍‌ର ରାତି ପଛରେ କାରଣ କ’ଣ ବୋଲି ଆପଣ ଭାବୁଥିବେ। ତେବେ ଜାଣନ୍ତୁ। ନରଓ୍ବେ ଆଣ୍ଟାର୍କଟିକ୍‌ ସର୍କଲରେ ଅବସ୍ଥିତ। ଏହି ଦେଶରେ କମ୍‌ ଅବଧିର ରାତି ବର୍ଷର ମେ’ରୁ ଜୁଲାଇ ମଧ୍ୟରେ ହୋଇଥାଏ। ଏଥିଲାଗି ନରଓ୍ବେକୁ ‘ଦ ଲ୍ୟାଣ୍ଡ ଅଫ୍‌ ମିଡନାଇଟ୍‌ ସନ୍‌’ ବୋଲି କୁହାଯାଏ। ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାକୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ। ଏହି ଦେଶକୁ ବିଶ୍ୱର ସବୁଠାରୁ ସୁଖୀ ଦେଶ ଆଖ୍ୟା ମିଳିଛି। ଏଠାରେ ଲୋକମାନଙ୍କ ଜୀବନଯାପନ ଶୈଳୀ ମଧ୍ୟ ବହୁତ ଉଚ୍ଚ।

ଜୁନ ୨୧ ଏବଂ ଡିସେମ୍ବର ୨୨ରେ ସୂର୍ଯ୍ୟର କିରଣ ପୃଥିବୀରର ସମାନ ଭାଗରେ ପଡ଼ି ନ ଥାଏ। କାରଣ ପୃଥିବୀ ୬୬ଡିଗ୍ରୀ କୋଣରେ ବୁଲୁଥାଏ। ଏହି କାରଣରୁ ଦିନ ଏବଂ ରାତି ସମୟରେ ଫରକ ହୋଇଥାଏ। ଜୁନ ୨୧ରେ ଏଠାରେ ୪୦ ମିନିଟ ଯାଏ ରାତି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri