ସ୍କୁଲରେ ଶାସ୍ତ୍ରୀୟ ଶିକ୍ଷୟିତ୍ରୀ ଜଣେ, ନାମ ୨ଟା

ପାରାଦୀପ,୧୫ା୨(ଶରତ ରାଉତ)ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଥିବା ୧୨ ସରକାରୀ ବିଦ୍ୟାଳୟରେ ଯାବତୀୟ ବ୍ୟତିକ୍ରମ ଥିବା ଜନସୂଚନା ଅଧିକାରୀ ଆଇନ ତଥ୍ୟରେ ଜଣାପଡ଼ିଛି। କେଉଁଠାରେ ବିଦ୍ୟାଳୟ ପାଇଁ ସରକାରଙ୍କ ନିଜସ୍ବ ଘର ନାହିଁ। ସେଠାରେ ପୌର ପରିଷଦ ଗୋଷ୍ଠୀ କେନ୍ଦ୍ର, ପୋର୍ଟ ଘର, ବାତ୍ୟା ଆଶ୍ରୟସ୍ଥଳରେ ପାଠପଢ଼ା ହେଉଛି। କିନ୍ତୁ ସେହି ଘର ପାଇଁ ଶିକ୍ଷା ବିଭାଗ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ଏମିତି ଅନେକ ତଥ୍ୟ ହସ୍ତଗତ ହୋଇଛି। ତାକୁ ତର୍ଜମା କଲେ ଅନେକ ଦୁର୍ନୀତି, ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଥଇଥାନ ଭଳି ବ୍ୟତିକ୍ରମ ରହିଛି। ଏପରିକି ଗୋଟିଏ ବିଦ୍ୟାଳୟରେ ଥିବା ସହକାରୀ ଶାସ୍ତ୍ରୀୟ ଶିକ୍ଷୟିତ୍ରୀଙ୍କ ନାମ ୨ ପ୍ରକାର ରହିଛି। ନୂଆବଜାର କ୍ଲଷ୍ଟର ସରକାରୀ ସଞ୍ଜୟ ଗାନ୍ଧୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୫ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ସେଥିରେ ସହକାରୀ ଶାସ୍ତ୍ରୀୟ ଶିକ୍ଷୟିତ୍ରୀଙ୍କ ନାମ ସମଗ୍ର ଶିକ୍ଷା ତଥା ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଚିଠି ନଂ. ୨୩୦୧/୧୯ା୧୨ା୨୦୨୩ରେ ଦର୍ଶାଯାଇଛି ଶାସ୍ତ୍ରୀୟ ଶିକ୍ଷୟିତ୍ରୀଙ୍କ ନାମ ଗୀତାଞ୍ଜଳି ସିଂ। ସମାନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ତାଲିକାରେ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜନସୂଚନା ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ଚିଠି ନଂ. ୧୯୧୭/୨୧ା୧୧ା୨୦୨୩ ଦେଇଛନ୍ତି। ସେଥିରେ ଦର୍ଶାଯାଇଛି ଶାସ୍ତ୍ରୀୟ ଶିକ୍ଷୟିତ୍ରୀଙ୍କ ନାମ ଉଷାରାଣୀ ସିହ୍ନା। ଏ ସମ୍ପର୍କରେ ସଞ୍ଜୟ ଗାନ୍ଧୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ପରିଡାଙ୍କୁ ପଚାରିବାରେ ଶାସ୍ତ୍ରୀୟ ଶିକ୍ଷୟିତ୍ରୀ ହେଉଛନ୍ତି ଉଷାରାଣୀ ସିହ୍ନା ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପର ସରକାରୀ ବିଦ୍ୟାଳୟ ସମ୍ପର୍କରେ ୮ଟି ପ୍ରଶ୍ନ ସହ ଶିକ୍ଷା ଆୟୁକ୍ତଙ୍କୁ ୧୩ା୯ା୨୦୨୩ରେ ଜନସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମଗାଯାଇଥିଲା। ସେଗୁଡ଼ିକ ହେଲା କେତେଜଣ ଶିକ୍ଷକ, ଛାତ୍ରୀଛାତ୍ର ସଂଖ୍ୟା, ସିଆର୍‌ସିସି ନିଯୁକ୍ତି, କେଉଁ ବିଦ୍ୟାଳୟକୁ କେତେ ଟଙ୍କା ପ୍ରତିବର୍ଷ ସରକାର ଦେଉଛନ୍ତି, କ୍ରୀଡା ବାବଦରେ ଖର୍ଚ୍ଚ ଆଦି ସମ୍ପର୍କରେ ତଥ୍ୟ ଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଆୟୁକ୍ତଙ୍କ କାର୍ଯ୍ୟାଳୟ ଶିକ୍ଷା ବିଭାଗର ଡାଇରେକ୍ଟର, ସମଗ୍ର ଶିକ୍ଷା, ଓଏସ୍‌ଇପିଏ, ଜଗତ୍‌ସିଂହପୁର ଜିଲା ଶିକ୍ଷାଧିକାରୀ, ଡିପିସିଙ୍କୁ ଅବଗତ କରି ସୂଚନା ଦେବା ପାଇଁ ଚିଠି ନଂ.୨୨୬୨୬ କରିଥିଲେ। ପରବର୍ତ୍ତୀ ସମୟରେ ୬ଟି ଉତ୍ତର ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ମିଳିଥିଲା। ୧୦ା୧୦ା୨୦୨୩ରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୧୮୫୪ରେ ଜଣାଇଥିଲେ ଯେ, ୮ଟି ପ୍ରଶ୍ନ ସମ୍ପର୍କରେ ଉକ୍ତ ଅଫିସରେ ଉପଲବ୍ଧ ନାହିଁ। ପରେ ଅପିଲ କରାଯିବାରେ କେତେକ ତଥ୍ୟ ସମ୍ପର୍କରେ ସୂଚନା ମିଳିଛି। ଏବେ ସୁଦ୍ଧା ଜଗତ୍‌ସିଂହପୁର ଜିଲାର ବିଭିନ୍ନ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୨ଟି ଚିଠି ହସ୍ତଗତ ହୋଇଛି। ସେଥିରେ ଯଦିଓ ସମ୍ପୂର୍ଣ୍ଣ ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ, କିନ୍ତୁ ପ୍ରାୟ ୭୦ ପୃଷ୍ଠାର ସୂଚନା ମିଳିଛି। ସେଥିରେ ୧୨ଟି ବିଦ୍ୟାଳୟ ପାଇଁ ବାର୍ଷିକ ୧୭ ଯୋଜନା ଅର୍ଥ ମିଳିବା ଏବଂ ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଅଛି। ୨୦୧୮ରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ କୋଟିଏରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ସରକାରୀ ବିଦ୍ୟାଳୟକୁ ଯେଉଁ ୧୭ ଯୋଜନାରେ ଅର୍ଥ ଦିଆଯାଉଛି, ସେଗୁଡ଼ିକ ହେଲା ଏସ୍‌ସି, ଏସ୍‌ଟି, ବିପିଏଲ୍‌, ବାଳିକା ପାଇଁ ପୋଷାକ, ଏପିଏଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ପୋଷାକ, କମ୍ପୋଜିଟ୍‌ ଗ୍ରାଣ୍ଟ, ସ୍ପୋଟର୍‌ସ, ଯୁବ ଓ ଜାତୀୟ ସବୁଜ ବାହିନୀ, ସୁରକ୍ଷା ନିରାପତ୍ତା, ଶାଲା ସିଦ୍ଧି, କମ୍ୟୁନିଟି ମୋବିଲାଇଜେଶନ, ଏସ୍‌ଏମ୍‌ସି ତାଲିମ, ଝାନ୍ସିରାଣୀ ବାଳିକା ଆତ୍ମସୁରକ୍ଷା, ଲାଇଫ ସ୍କିଲ୍‌, ଷ୍ଟୁଡେଣ୍ଟ ରିପୋର୍ଟ କାର୍ଡ, ପାଠାଗାର, କୋଭିଡ୍‌, ସୃଜନୀ ଓ ଲୋଗୋ। ଏହାବାଦ୍‌ ମୋ ସ୍କୁଲ ଯୋଜନା ଅର୍ଥ ଅଲଗା ଆସିଛି। ପାରାଦୀପର ୧୨ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୨୦୨୩-୨୪ ବର୍ଷରେ ୨୩୧୫ ଛାତ୍ରୀଛାତ୍ର ଥିବା ବେଳେ ଶିକ୍ଷୟିତ୍ରୀ ଶିକ୍ଷକ ସଂଖ୍ୟା ୯୩ ରହିଛି। ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରେ ଶାସ୍ତ୍ରୀୟ ଶିକ୍ଷୟିତ୍ରୀ ରିପୋର୍ଟ ଶିକ୍ଷାଧିକାରୀଙ୍କୁ ଦେଇଥିବା ସମ୍ପର୍କରେ ସିଆର୍‌ସିସି ସୁକାନ୍ତ ସ୍ବାଇଁଙ୍କୁ ପଚାରିବାରେ ସେ କଥା ମୁଁ ଜାଣିନି, ତୁମେ ଡିଇଓଙ୍କୁ ପଚାର ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri