କାମ ନାହିଁ କି, ଅଧିକାରୀ ନାହାନ୍ତି

ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି ‘ମୋ ସରକାର କକ୍ଷ’। ଏହି କକ୍ଷ ବ୍ଲକ କାର୍ଯ୍ୟାଳୟ ପରିସରରେ ୨ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ସ୍ଥାପନ କରାଯାଇଥିଲେ ମଧ୍ୟ ସେ କକ୍ଷରେ କୌଣସି କାର୍ଯ୍ୟ ନାହଁ କି କେହି ଅଧିକାରୀ ସେଥିପାଇଁ ନିଯୁକ୍ତି ହୋଇନାହାନ୍ତି।
ରାଜ୍ୟ ସରକାର ୫-ଟି ଅଧୀନରେ ବିଭିନ୍ନ ବିଭାଗକୁ ସାମିଲ କରି ସେଗୁଡିକୁ ରୂପାନ୍ତରଣ କରି ଚଳଚଞ୍ଚଳ କରୁଛନ୍ତି। ତେବେ ଲୋକଙ୍କୁ ସୁବିଧା ଓ ସହଯୋଗ କରିବା ନିମନ୍ତେ ‘ମୋ ସରକାର କକ୍ଷ’ ଅଫିସ୍‌ଗୁଡିକରେ ସ୍ଥାପନ କରାଯାଇ ଲୋକଙ୍କ ବିଶ୍ୱାସ ସରକାରଙ୍କ ପ୍ରତି ବଢାଇବା ସହିତ ସରକାରୀ କାର୍ଯ୍ୟରେ ଯେପରି ସାଧାରଣ ଲୋକଟିଏ ଅସୁବିଧାର ସମ୍ମୁଖୀନ ନ ହେବ ସେଥିପ୍ରତି ରାଜ୍ୟ ସରକାର ‘ମୋ ସରକାର କକ୍ଷ’ ବ୍ଲକ କାର୍ଯ୍ୟାଳୟରେ ଖୋଲି ଜଣେ ନୋଡାଲ ଅଫିସରମାନଙ୍କୁ ସେଠାରେ ନିଯୁକ୍ତି କରିଥାନ୍ତି। ମାତ୍ର ବାହାନଗା ବିଡିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ୨ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲାଣି ‘ମୋ ସରକାର କକ୍ଷ’ ଖୋଲାଯାଇଛି ା ହେଲେ ସେ କକ୍ଷରେ ବସିବା ପାଇଁ କେହି ନୋଡାଲ ଅଫିସର ନିଯୁକ୍ତ ହୋଇନାହାନ୍ତି। ସାଧାରଣ ଲୋକ ବ୍ଲକ ଯାଇ ସୁବିଧାରେ ନିଜର ଅଭିଯୋଗ କରିବା ବିଭିନ୍ନ ବିଭାଗ ବାବଦରେ ବୁଝାବୁଝି କରିବା ସହ ସାଧାରଣ ଲୋକଙ୍କୁ ମୋ ସରକାର କାର୍ଯ୍ୟ ବାବଦରେ ସଚେତନ କରିବାରେ ବାହାନଗା ବ୍ଲକ ବିଫଳ ହୋଇଛି ା କେବଳ ମୋ ସରକାର କକ୍ଷ ଖୋଲା ହୋଇଥିଲେ ମଧ୍ୟ ତାହା ସାଧାରଣରେ କୌଣସି କାର୍ଯ୍ୟରେ ଆସୁନାହିଁ। କେବଳ ତାହା ଭିତରେ ଏକ ଟେବୁଲ ଚେୟାର ପଡିବା ସହିତ କିଛି ଭଙ୍ଗା ଚେୟାର ପଡିଛି। ଏ ବିଷୟରେ ବିଡିଓ ଗୌରାଙ୍ଗ ଘୋଷ କୁହନ୍ତି, ବ୍ଲକରେ ଆବଶ୍ୟକ କର୍ମଚାରୀ ନ ଥିବା ବେଳେ ଆମେ କାହାକୁ ଏହି କକ୍ଷରେ ବସାଇବୁ ବୋଲି ପ୍ରଶ୍ନ କରିଥିଲେ। ଏଠି ଜଣେ ନୋଡାଲ ଅଫିସର ଭାବେ ଡବ୍ଲ୍ୟୁଇଓ (ବ୍ଲକ ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ) ନିଯୁକ୍ତି ହୋଇଥାନ୍ତି। ବ୍ଲକରେ କେହି ଡବ୍ଲ୍ୟୁଇଓ ନ ଥିବା ଫଳରେ ମୋ ସରକାର କକ୍ଷରେ ବସୁନାହାନ୍ତି। ତୁରନ୍ତ ସରକାରଙ୍କ ମୋ ସରକାର କକ୍ଷ ମାଧ୍ୟମରେ ସରକାରଙ୍କ ଯୋଜନା ଓ ବିଭିନ୍ନ ଅଫିସରେ ଲୋକଙ୍କୁ ସୁବିଧାରେ କାର୍ଯ୍ୟ କରାଇ ସରକାରଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ାଇବାକୁ ହେଲେ ତୁରନ୍ତ ବ୍ଲକ ପରିସରରେ ଥିବା ‘ମୋ ସରକାର କକ୍ଷ’କୁ ତ୍ୱରାନ୍ବିତ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri