ପରିବା ଚାଷ ନାହିଁ, ବାହାର ଜିଲାକୁ ଭରସା

ରାଇକିଆ,୧୮ା୭(ପ୍ରଦୀପ ବେହେରା): ରାଇକିଆ ଅଞ୍ଚଳରେ ଗତ କିଛିଦିନ ହେଲା ପନିପରିବା ଅଭାବ ଦେଖାଦେଇଛି। ବଜାରକୁ ଆଦୌ ପନିପରିବା ଆସୁ ନ ଥିବା ବେଳେ ଯାହା ଆସୁଛି ଚଢ଼ା ଦରରେ ବିକ୍ରି ହେଉଛି। ଫୁଲ କୋବି, ବନ୍ଧା କୋବି, ବିନ୍ସ ଉତ୍ପାଦନ ପାଇଁ ଖ୍ୟାତି ଅର୍ଜନ କରିଥିବା ରାଇକିଆ ଅଞ୍ଚଳରେ ବିନ୍ସ କିଲୋ ବର୍ତ୍ତମାନ ୧୫୦ ଟଙ୍କାରେ ବିକ୍ରି ହେଉଛି। ବାହାର ଜିଲା ବିଶେଷ କରି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳର ବନ୍ଧାକୋବି ରାଇକିଆରେ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି । ବର୍ଷକରେ ତିନି ଚାରିମାସ ବ୍ୟାପକ ପରିମାଣରେ ରାଜ୍ୟର ବିଭିନ୍ନ ଜିଲାକୁ ଏଠାରୁ ବିନ୍ସ ଓ ଫୁଲ କୋବି, ବନ୍ଧାକୋବି ପଠାଯାଉଥିବା ବେଳେ ବାକି ପନିପରିବା ସଙ୍କଟ ଦେଖାଦେଉଛି। ବର୍ଷରେ କେବଳ ଖରିଫ ଋତୁରେ ହିଁ ବର୍ଷା ଜଳ ଭରସାରେ ଚାଷୀ ପନିପରିବା ଚାଷ କରନ୍ତି। ତାହା ଅମଳ ହେଲା ବେଳକୁ ନଭେମ୍ବର, ଡିସେମ୍ବର ମାସ ହୋଇଯାଇଥାଏ। ଏହି ସମୟରେ ମାତ୍ରାଧିକ ଉତ୍ପାଦନ ଯୋଗୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଥାଏ। ଅନ୍ୟପକ୍ଷରେ ଜଳସେଚନର ସୁବିଧା ନ ଥିବାରୁ ଅଧିକାଂଶ ଚାଷୀ ରବି ଋତୁରେ କୌଣସି ପରିବା ଚାଷ କରିପାରନ୍ତି ନାହିଁ। ତାହାର ପ୍ରଭାବ ଜୁନ, ଜୁଲାଇ, ଅଗଷ୍ଟ ମାସର ବଜାର ଉପରେ ପଡ଼ିଥାଏ ଏବଂ ବଜାରରେ ପନିପରିବା ସଙ୍କଟ ଦେଖାଦେବା ସହ ଅତ୍ୟନ୍ତ ଚଢ଼ା ଦରରେ ବିକ୍ରି ହୋଇଥାଏ। ଏହି ସମୟରେ ଅନେକ ପରିବା ବାହାର ଜିଲାରୁ ଆସିଥାଏ। ଏ ନେଇ ଚାଷୀ ସୁବଳ ପ୍ରଧାନ କୁହନ୍ତି, ତାଙ୍କ ଜମି ନିକଟରେ ପୋଖରୀ ଥିବା ଯୋଗୁ ଖରା ଦିନେ ବିନ୍ସ ଚାଷ କରିଥିଲେ କିନ୍ତୁ ପ୍ରବଳ ଖରା ଯୋଗୁ ତାହା ପୋଡ଼ି ନଷ୍ଟ ହୋଇଗଲା। ଏବେ ଫୁଲ କୋବି ଲଗାଇଛନ୍ତି ପାଗ ଯଦି ଠିକଠାକ ରୁହେ ଅକ୍ଟୋବର କିମ୍ବା ନଭେମ୍ବର ଆଡ଼କୁ ତାହା ଉତ୍ପାଦନ ହେବ କିନ୍ତୁ ସେତେବେଳେ ଦର ବହୁ କମ ରହିବାର ସମ୍ଭାବନା ଥିବାରୁ ଲାଭ ମଧ୍ୟ କମ ହେବ। ଗୁମାମାହା ଅଞ୍ଚଳର ମଳୟ ନାୟକ କୁହନ୍ତି, ପାଣି ସୁବିଧା ନ ଥିବାରୁ ଆମେ କେବଳ ବର୍ଷା ଦିନରେ ହିଁ ଚାଷ କରୁଛୁ। ଅନ୍ୟ ସମୟରେ ଆମକୁ ନିଜ ପାଇଁ ମଧ୍ୟ ପରିବା ବଜାରରୁ କିଣିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri