ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ: ବେପାରୀ ନିର୍ଦ୍ଧାରଣ କରୁଛନ୍ତି ମୂଲ୍ୟ

ପଦ୍ମପୁର,୧୪ା୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ। କୃଷି ପାଇଁ ସ୍ଥାୟୀ ଜଳସେଚନ କିମ୍ବା କୌଣସି କଳକାରଖାନା ନ ଥିବା ବେଳେ ଏହି ଅଞ୍ଚଳର ଲୋକେ ଖଟିଖିଆ ଓ ଶ୍ରମିକ। କୃଷି ଓ ଜଙ୍ଗଲଜାତ ସାମଗ୍ରୀ ଏମାନଙ୍କ ଆର୍ଥିକ ସ୍ଥିତିକୁ ନିର୍ଦ୍ଧାରଣ କରେ। ଚାଷକୁ ବାଦ୍‌ ଦେଲେ ଏମାନେ ବର୍ଷକରେ ୬ମାସ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ମହୁଲଠାରୁ ଆରମ୍ଭ କରି ଚାରମଞ୍ଜି, ଟୋଲ, ଶାଳପତ୍ର, ଶାଳମଞ୍ଜି, ଆମ୍ବୁଲ, ତେନ୍ତୁଳି ଆଦି ଏମାନଙ୍କ ଆୟର ପ୍ରମୁଖ ଉତ୍ସ। ହେଲେ ବହୁ କଷ୍ଟରେ ଏ ସବୁ ସଂଗ୍ରହ କରୁଥିଲେ ମଧ୍ୟ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ, ଯେଉଁଥିପାଇଁ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ।
ଏହାର ମୁଖ୍ୟ କାରଣ ହେଉଛି ସରକାରଙ୍କ ପକ୍ଷରୁ ଲଘୁବନଜାତ ଦ୍ରବ୍ୟର କିଣା ବିକା ପାଇଁ କୌଣସି ସ୍ବତନ୍ତ୍ର ବଜାର ସୁବିଧା କରାଯାଇନାହିଁ। ଏହି ଜଙ୍ଗଲଜାତ ସାମଗ୍ରୀର ବଜାର ଚାହିଦା ଥିଲେ ବି ବିକ୍ରି ପାଇଁ ବ୍ୟବସ୍ଥା କିମ୍ବା ସରକାରଙ୍କ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ହେଉ ନ ଥିବାରୁ ବେପାରୀମାନେ ହିଁ ନିଜର ମନମୁତାବକ ଦର ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଏହି ନିରୀହ ଆଦିବାସୀ ୫୦ଟଙ୍କାର ସାମଗ୍ରୀକୁ ୨୦/୨୫ଟଙ୍କାରେ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ଏପଟେ ସେହି ସାମଗ୍ରୀକୁ ବେପାରୀ ରପ୍ତାନି କରି ଖୁବ୍‌ ଚଢ଼ା ଦରରେ ବିକ୍ରି କରି ମୁନାଫା ଉଠାଇଥାନ୍ତି।
୨୦୦୮ରେ ସରକାର ବନଜାତ ଦ୍ରବ୍ୟ ଉଚିତ ମୂଲ୍ୟରେ କିଣିବା ପାଇଁ ପଞ୍ଚାୟତଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେହି ନିର୍ଦ୍ଦେଶ ଫାଇଲ ଭିତରେ ସୀମିତ ରହିଲା ଓ ସରକାର ମଧ୍ୟ ଏହି ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରି ଦେଲେ। ତେବେ ଧାନ ଓ ମାଣ୍ଡିଆ ଭଳି ଯଦି ସରକାର ଏହି ବନଜାତ ଦ୍ରବ୍ୟର ମଣ୍ଡି ବ୍ୟବସ୍ଥା କରନ୍ତେ ତେବେ ଆଦିବାସୀ ତଥା ଗାଁରେ ବସବାସ କରୁଥିବା ଲୋକଙ୍କ ଜୀବନଧାରା ବଦଳି ଯାଆନ୍ତା। ଏ ସମ୍ପର୍କରେ ପଦ୍ମପୁର ବନ ବିଭାଗ ରେଞ୍ଜର ସୁଦାମ ଜଗଦଲାଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ଜଙ୍ଗଲ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ନାହିଁ, ଯାହା ହେବ ପଞ୍ଚାୟତ ସ୍ତରରେ ହିଁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri