ମହାପ୍ରଭୁଙ୍କ ସ୍ଥାନରେ ଅପରାଧର ସ୍ଥାନ ନାହିଁ

ପୁରୀ,୩।୮(ଅଜିତ୍‌ ମହାନ୍ତି)ପୁରୀ ପୋଲିସକୁ ଏକ ସଫଳତା ମିଳିଛି। ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ସଦର ଥାନା ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମର ଶ୍ରୀଧର ଜେନା ଓରଫ ରିଙ୍କୁ, ଗିରଳ ଗ୍ରାମର ଜିତେନ୍ଦ୍ର ରାଉତ ଓରଫ ଜିତୁ, ଗୋରୁଆଳ ନୂଆପାଟଣା ଗ୍ରାମର ପ୍ରଭାତ ବରାଳ, ଗୋରୁଆଳ ବାଲିପଡିଆ ଗ୍ରାମର ସଞ୍ଜୟ ସୁନ୍ଦରା, ନୀଳଚକ୍ର ନଗରର ସୌମ୍ୟରଞ୍ଜନ ପଣ୍ଡା ଓଫର ବିକି ଏବଂ ଗୋଲାସାହିରେ ରହୁଥିବା ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳର ଆଶୀର୍ବାଦ ବରାଡ଼। ସେମାନଙ୍କଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଲୁହାରଡ୍‌, ଗୋଟିଏ କଟୁରି, ୨ଟି ବୋମା, ଗୋଟିଏ ପ୍ୟାକେଟ ଲଙ୍କାଗୁଣ୍ଡ ପାଉଡର, ୬ଟି ପ୍ଲାଷ୍ଟିକ ବୋତଲ ଏବଂ ଦୁଇଟି ସିଗାରେଟ୍‌ ପ୍ୟାକେଟ ଜବତ କରିଛି। ପୋଲିସ ଏ ନେଇ ନଂ.୧୪୫/୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଖବରଦାତା ସମ୍ମିଳନୀରେ ପୁରୀ ସଦର ଏସ୍‌ଡିପିଓ ଆର୍‌.ଏନ୍‌. ଭଞ୍ଜ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟରାତ୍ରିରେ ସଦର ଥାନା ଏସ୍‌ଆଇ ସୌମ୍ୟରଞ୍ଜନ ବିଶ୍ୱାଳ ଏବଂ ପୋଲିସ କର୍ମଚାରୀ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ତେବେ ପୁରୀ ମଙ୍ଗଳାଘାଟ ବାଇପାସ୍‌ ରୋଡ ଜଳଭଣ୍ଡାର ରୋଡଠାରେ ବିଭିନ୍ନ ମାରଣାସ୍ତ୍ର ସହ କେତେଜଣ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବାନେଇ ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପୋଲିସ ସେଠାରେ ଚଢ଼ାଉ କରିବାବେଳେ କେତେଜଣ ଫେରାର ପାଇଁ ଚେଷ୍ଟା କରିଥିବାବେଳେ ସମସ୍ତ ୬ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ସମୟରେ ସେମାନେ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସ୍ବୀକାର କରିଥିଲେ। ଗିରଫ ସମସ୍ତ ଅଭିଯୁକ୍ତଙ୍କ ନାମରେ ଏକାଧିକ ମାମଲା ଥିବା ଭଞ୍ଜ ସୂଚନା ଦେଇଛନ୍ତି। ପୁରୀ ସଦର ଏସ୍‌ଡିପିଓ ଭାବେ ନୂତନ କରି ଯୋଗଦେଇଥିବା ଭଞ୍ଜ ଏହି ଅବସରରେ କହିଛନ୍ତି, ପୁରୀ ହେଉଛି ମହାପ୍ରଭୁଙ୍କ ସ୍ଥାନ। ଏଠାରେ ଅପରାଧର କୌଣସି ସ୍ଥାନ ନାହିଁ। ପୁରୀକୁ ଅପରାଧମୁକ୍ତ କରିବା ପାଇଁ ଏସ୍‌ପି ସାର୍‌ ଏବଂ ଜିଲା ପୋଲିସର ମୁଖ୍ୟ ଲକ୍ଷ୍ୟ ରହିଛି। ଖବରଦାତା ସମ୍ମିଳନୀରେ ସଦର ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

‘ଭଲ ପାଠ ପଢ଼ି ସୁନାମ ଆଣନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବୀଣାପାଣି ନର୍ସରୀ ସ୍କୁଲର ୩୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri