ଗାଁକୁ ନାହିଁ ରାସ୍ତା, ଭାରରେ ବୁହାହେଲେ ଗର୍ଭବତୀ

ପଟ୍ଟାଙ୍ଗି,୧୬।୯(ଶରତ ଧଳ):ଗାଁକୁ ନାହିଁ ରାସ୍ତା ଭାରରେ ବୁହାହେଲେ ଗର୍ଭବତୀ ମହିଳା। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଟି ଗାବ୍‌ଡାର ଗ୍ରାମରେ ବସବାସ କରୁଥିବା ରାମଚନ୍ଦ୍ର ହନ୍ତାଳଙ୍କ ପରିବାରରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ ରାମଚନ୍ଦ୍ରଙ୍କ ସ୍ତ୍ରୀ ମାରି ମାଲେଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ସମ୍ଭବପର ନ ଥିଲା। ଯାହା ଫଳରେ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଭାରରେ ୫ କିଲୋମିଟର ବୋହି ଆଣିବା ପରେ କାରିଡି ଗ୍ରାମରେ ଅପେକ୍ଷାରତ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ପଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତୁରନ୍ତ ଚିକିତ୍ସା ଆରମ୍ଭ ହେବାରୁ ରାମଚନ୍ଦ୍ରଙ୍କ ସ୍ତ୍ରୀ ମାରି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ସେପଟେ ରାମଚନ୍ଦ୍ରଙ୍କ ସ୍ତ୍ରୀ ମାରି ଗୁରୁତର ରହିଥିବାବେଳେ ଠିକ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଯାଇଥିବାରୁ ମୃତ୍ୟୁମୁଖରୁ ଜନ୍ମିତ ଶିଶୁପୁତ୍ର ବଞ୍ଚି ଯାଇଥିବା ରାମଚନ୍ଦ୍ର ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଉକ୍ତ ଗ୍ରାମରେ ୧୧ଟି ପରିବାର ବସବାସ କରୁଥିବାବେଳେ ଗ୍ରାମକୁ ଖଣ୍ଡିଏ ଭଲ ରାସ୍ତାଟିଏ ଯୋଗାଇ ପାରିନାହିଁ ବ୍ଲକ ପ୍ରଶାସନ। ଯାହାଫଳରେ ଏହିପରି ସମସ୍ୟା ସବୁବେଳେ ଗ୍ରାମବାସୀ ସମ୍ମୁଖୀନ ହେଉଥିବା ଜଣାପଡିଛି। ଏହାସହ ଏଠାରେ ବିଦ୍ୟୁତ ସେବାଠାରୁ ଆରମ୍ଭ କରି ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏହିପରି ସ୍ଥିତିରେ ପ୍ରଶାସନ କହୁଥିବା ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଗ୍ରାମବାସୀ ଉଠାଇଛନ୍ତି ଅନେକ କିଛି ପ୍ରଶ୍ନ ।

ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାଇକ ଆମ୍ବୁଲାନ୍ସ ସେବା ଏକ ପ୍ରକାର ଦିଗହରା ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବାଇକ ଆମ୍ବୁଲାନ୍ସ ପଡି ଖତ ଖାଉଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଲୋକେ କିପରି ଠିକ ସମୟରେ ସ୍ବାସ୍ଥ୍ୟ ସେବା ପାଇବାକୁ ଦୃଷ୍ଟିରେ ରଖି ପ୍ରତି ପଞ୍ଚାୟତ ସଦର ମହକୁମାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୋଲାଯାଇଛି। କିନ୍ତୁ ଏହିପରି ସୁବିଧା ପଟ୍ଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତର ଗାଲିଗାବ୍‌ଡାର ଗ୍ରାମ ନିକଟରେ ରହିଥିଲେ ମଧ୍ୟ ଉକ୍ତ କେନ୍ଦ୍ରରେ କମ୍ୟୁନିଟି ହେଲ୍‌ଥ ଅଫିସରେ କେହି ନିଯୁକ୍ତି ହୋଇନାହାଁନ୍ତି । ଯାହାକୁ ନେଇ ଉକ୍ତ ପଞ୍ଚାୟତର ସରପଞ୍ଚ ସୁବାଷ ଖରା ଅସନ୍ତୋଷ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri