ଝରିଗାଁ ବ୍ଲକର ୪୬ ଗାଁକୁ ନାହିଁ ରାସ୍ତା

ଝରିଗାଁ,୩।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ୨୩ ପଞ୍ଚାୟତରେ ରହିଛି ୧୧୧ ରାଜସ୍ବ ଓ ୩୬୫ ପଡ଼ା ଗାଁ। ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକରେ ୬୨.୩୭% ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସରକାର ସେମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଆବାସ ଗୃହ, ବିଦ୍ୟୁତ୍‌ ସେବା, ବିଶୁଦ୍ଧ ପାନୀୟ ଜଳ, ବିଭିନ୍ନ ଭତ୍ତା, ଜଙ୍ଗଲ ଜମି ପଟ୍ଟା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ଏହା ସତ୍ତ୍ୱେ ଝରିଗାଁ ବ୍ଲକ ୧୦ ପଞ୍ଚାୟତର ୪୬ ପଡ଼ା ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ବର୍ଷା ଦିନରେ ୧୨୨୯ ପରିବାରର ପ୍ରାୟ ୬ ହଜାର ଲୋକ ଅସୁବିଧା ଭୋଗୁଛନ୍ତି।

ପଞ୍ଚାୟତ ୮, ଚକଲାପଦରର ୬, ଇଚ୍ଛାପୁରର ୨, ଗୁରୁସିଙ୍ଗାର ୭, କୁଟ୍ରିଛାପର ୪, ଧାମନାଗୁଡ଼ାର ୧, ବେଲଗାଁର ୧, ତେଲନଦିଗାଁର ୯, ପାଲିଆର ୭, ଏକମ୍ବା-ଖ ପଞ୍ଚାୟତର ଗୋଟିଏ ଗାଁକୁ ରାସ୍ତା ନାହିଁ। ବର୍ଷା ଦିନରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ବିଦ୍ୟାଳୟକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗାଁକୁ ଭଲ ରାସ୍ତା ନଥିବାରୁ ରୋଗୀ ଡାକ୍ତରଖାନା ଯିବାରେ ଅସୁବିଧା ହେଉଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁକୁ ଆସିପାରୁନାହିଁ। ଫଳରେ ଗତ ୭ବର୍ଷରେ ୩୦ରୁ ଅଧିକ ଗର୍ଭବତୀ ଏବଂ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୋହି ନିଆଯାଇଛି। ସେହିପରି ପଞ୍ଚାୟତ ସଦରକୁ ଖାଉଟିମାନେ ଚାଉଳ ଏବଂ ପେନସନ ଭୋଗୀମାନେ ଭତ୍ତା ଆଣିବାକୁ ଯିବାବେଳେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ, ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସିଏଫସି, ଏସ୍‌ଏଫ୍‌ସି ଏବଂ ଜିଜିଓ୍ବାଇ ପାଣ୍ଠିରୁ ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତଥାପି ମଧ୍ୟ ଝରିଗାଁ ବ୍ଲକର ୪୬ ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ପହଞ୍ଚତ୍ ପାରିନାହିଁ। ଜିଲା ଯୋଜନା ବୈଠକରେ ଜିରୋ କନେକ୍ଟିଭିଟି ଗ୍ରାମଗୁଡିକ ବିଷୟରେ ସଠିକ୍‌ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଇଥିଲେ ଅଞ୍ଚଳବାସୀ ଉପକୃତ ହୋଇପାରିଥାନ୍ତେ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ବର୍ଷା ଦିନରେ ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଉକ୍ତ ଗାଁ ରାସ୍ତାର ଉନ୍ନତିକରଣ ତଥା ପକ୍କା ରାସ୍ତା ନିର୍ମାଣ ନେଇ ଲୋକେ ଦାବି କରିଛନ୍ତି।
ସମ୍ପର୍କରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ବଳଭଦ୍ର ମାଝିଙ୍କୁ ପଚାରିବାରୁ ଶାସକ ଦଳର ଏମ୍‌ପି, ବିଧାୟକଙ୍କ ନିଜ ନିର୍ବାଚନୀ ମଣ୍ଡଳ ଝରିଗାଁରେ ୪୬ ଜିରୋ କନେକ୍ଟିଭିଟି ଗ୍ରାମ ରହିବା ଦୁର୍ଭାଗ୍ୟ ଜନକ। ସମସ୍ତ ଗ୍ରାମକୁ ପକ୍କା ରାସ୍ତା, ବିଜୁଳି ଆଲୋକ, ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରି କରୁନାହାନ୍ତି ବୋଲି ସେ କହିଛନ୍ତି। ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝିଙ୍କୁ ପଚାରିବାରୁ ବ୍ଲକରେ ବହୁତ ଗାଁ ସଂରକ୍ଷିତ ଜଙ୍ଗଲରେ ରହିଛି। ତେଣୁ ସେଠାରେ ରାସ୍ତା ନିର୍ମାଣ କରିବାରେ ସମସ୍ୟା ଦେଖାଯାଉଛି। ପ୍ରତି ବର୍ଷ ନୂତନ ରାସ୍ତା ତିଆରି କରାଯାଉଛି। ବଳକା ରାସ୍ତା ସକାଶେ ପ୍ରପୋଜାଲ ପଠାଯାଇଥିବା ସେ କହିଛନ୍ତି। ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ଝରିଗାଁ ବ୍ଲକରେ ଜିରୋ କନେକ୍ଟିଭିଟି ରହିବ ନାହିଁ। ସେ ନେଇ ସର୍ବଦା ଗୁରୁତ୍ୱ ଦିଆଯାଉଛି। ସମସ୍ତ ଗାଁ କୁ ରାସ୍ତା କରାଯିବାକୁ ପ୍ରସ୍ତାବ ପଠାଯାଇଛି। ମଞ୍ଜୁର ହେବାପରେ ଏମ୍‌ଜିଏନ୍‌ଆର ୍‌ଇଜିଏସ୍‌ରେ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri