ଝରିଗାଁ ବ୍ଲକର ୪୬ ଗାଁକୁ ନାହିଁ ରାସ୍ତା

ଝରିଗାଁ,୩।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ୨୩ ପଞ୍ଚାୟତରେ ରହିଛି ୧୧୧ ରାଜସ୍ବ ଓ ୩୬୫ ପଡ଼ା ଗାଁ। ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକରେ ୬୨.୩୭% ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସରକାର ସେମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଆବାସ ଗୃହ, ବିଦ୍ୟୁତ୍‌ ସେବା, ବିଶୁଦ୍ଧ ପାନୀୟ ଜଳ, ବିଭିନ୍ନ ଭତ୍ତା, ଜଙ୍ଗଲ ଜମି ପଟ୍ଟା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ଏହା ସତ୍ତ୍ୱେ ଝରିଗାଁ ବ୍ଲକ ୧୦ ପଞ୍ଚାୟତର ୪୬ ପଡ଼ା ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ବର୍ଷା ଦିନରେ ୧୨୨୯ ପରିବାରର ପ୍ରାୟ ୬ ହଜାର ଲୋକ ଅସୁବିଧା ଭୋଗୁଛନ୍ତି।

ପଞ୍ଚାୟତ ୮, ଚକଲାପଦରର ୬, ଇଚ୍ଛାପୁରର ୨, ଗୁରୁସିଙ୍ଗାର ୭, କୁଟ୍ରିଛାପର ୪, ଧାମନାଗୁଡ଼ାର ୧, ବେଲଗାଁର ୧, ତେଲନଦିଗାଁର ୯, ପାଲିଆର ୭, ଏକମ୍ବା-ଖ ପଞ୍ଚାୟତର ଗୋଟିଏ ଗାଁକୁ ରାସ୍ତା ନାହିଁ। ବର୍ଷା ଦିନରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ବିଦ୍ୟାଳୟକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗାଁକୁ ଭଲ ରାସ୍ତା ନଥିବାରୁ ରୋଗୀ ଡାକ୍ତରଖାନା ଯିବାରେ ଅସୁବିଧା ହେଉଛି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁକୁ ଆସିପାରୁନାହିଁ। ଫଳରେ ଗତ ୭ବର୍ଷରେ ୩୦ରୁ ଅଧିକ ଗର୍ଭବତୀ ଏବଂ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୋହି ନିଆଯାଇଛି। ସେହିପରି ପଞ୍ଚାୟତ ସଦରକୁ ଖାଉଟିମାନେ ଚାଉଳ ଏବଂ ପେନସନ ଭୋଗୀମାନେ ଭତ୍ତା ଆଣିବାକୁ ଯିବାବେଳେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ, ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସିଏଫସି, ଏସ୍‌ଏଫ୍‌ସି ଏବଂ ଜିଜିଓ୍ବାଇ ପାଣ୍ଠିରୁ ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତଥାପି ମଧ୍ୟ ଝରିଗାଁ ବ୍ଲକର ୪୬ ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ପହଞ୍ଚତ୍ ପାରିନାହିଁ। ଜିଲା ଯୋଜନା ବୈଠକରେ ଜିରୋ କନେକ୍ଟିଭିଟି ଗ୍ରାମଗୁଡିକ ବିଷୟରେ ସଠିକ୍‌ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଇଥିଲେ ଅଞ୍ଚଳବାସୀ ଉପକୃତ ହୋଇପାରିଥାନ୍ତେ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ବର୍ଷା ଦିନରେ ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଉକ୍ତ ଗାଁ ରାସ୍ତାର ଉନ୍ନତିକରଣ ତଥା ପକ୍କା ରାସ୍ତା ନିର୍ମାଣ ନେଇ ଲୋକେ ଦାବି କରିଛନ୍ତି।
ସମ୍ପର୍କରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ବଳଭଦ୍ର ମାଝିଙ୍କୁ ପଚାରିବାରୁ ଶାସକ ଦଳର ଏମ୍‌ପି, ବିଧାୟକଙ୍କ ନିଜ ନିର୍ବାଚନୀ ମଣ୍ଡଳ ଝରିଗାଁରେ ୪୬ ଜିରୋ କନେକ୍ଟିଭିଟି ଗ୍ରାମ ରହିବା ଦୁର୍ଭାଗ୍ୟ ଜନକ। ସମସ୍ତ ଗ୍ରାମକୁ ପକ୍କା ରାସ୍ତା, ବିଜୁଳି ଆଲୋକ, ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରି କରୁନାହାନ୍ତି ବୋଲି ସେ କହିଛନ୍ତି। ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝିଙ୍କୁ ପଚାରିବାରୁ ବ୍ଲକରେ ବହୁତ ଗାଁ ସଂରକ୍ଷିତ ଜଙ୍ଗଲରେ ରହିଛି। ତେଣୁ ସେଠାରେ ରାସ୍ତା ନିର୍ମାଣ କରିବାରେ ସମସ୍ୟା ଦେଖାଯାଉଛି। ପ୍ରତି ବର୍ଷ ନୂତନ ରାସ୍ତା ତିଆରି କରାଯାଉଛି। ବଳକା ରାସ୍ତା ସକାଶେ ପ୍ରପୋଜାଲ ପଠାଯାଇଥିବା ସେ କହିଛନ୍ତି। ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ଝରିଗାଁ ବ୍ଲକରେ ଜିରୋ କନେକ୍ଟିଭିଟି ରହିବ ନାହିଁ। ସେ ନେଇ ସର୍ବଦା ଗୁରୁତ୍ୱ ଦିଆଯାଉଛି। ସମସ୍ତ ଗାଁ କୁ ରାସ୍ତା କରାଯିବାକୁ ପ୍ରସ୍ତାବ ପଠାଯାଇଛି। ମଞ୍ଜୁର ହେବାପରେ ଏମ୍‌ଜିଏନ୍‌ଆର ୍‌ଇଜିଏସ୍‌ରେ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri