ବେଆଇନ ବାଣ ପ୍ରସ୍ତୁତି ଉପରେ ଅଙ୍କୁଶ ନାହିଁ

ବେଗୁନିଆ,୨୧ା୧୦(ଡି.ଏନ୍‌.ଏ.) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ଗଁା ଠୁ ସହର। ଅନ୍ୟପଟେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ବେଆଇନ ଭାବେ ବାଣ ପ୍ରସ୍ତୁତି ଚାଲିଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ ପ୍ରଶାସନର କଟକଣା ନ ଥିବାରୁ ଗତ ୬ ବର୍ଷ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି। ଆହତଙ୍କ ମଧ୍ୟରେ ସର୍ବାଧିକ ପିଲାମାନେ ରହିଛନ୍ତି। କେତେକ ଅଘଟଣକୁ ପ୍ରଘଟ କରା ନ ଯାଇ ଚପାଇ ଦିଆଯାଇଛି। ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
ସୂଚନାଥାଉ କି, ବେଗୁନିଆ ବ୍ଲକ ସିକୋ ଗ୍ରାମସ୍ଥିତ କୁମ୍ଭାରସାହିରେ ୨୦୧୭ ଅଗଷ୍ଟରେ ବାଣ ବିସ୍ଫୋରଣ ଘଟି ଗୋଟିଏ ପରିବାରର ମା, ୩ ଝିଅ ଓ ପଡୋଶୀ ଘରର ଜଣେ ମହିଳାଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ୪ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିସ୍ଫୋରଣର ପ୍ରକୋପ ଏତେ ଥିଲା ଯେ ମୃତକଙ୍କୁ ଜେସିବି ମାଧ୍ୟମରେ ମାଟି ତଳୁ ଉଦ୍ଧାର କରାଯାଇଥିଲା। ସେହିପରି ୨୦୧୪ ଓ ୨୦୧୬ରେ ପୃଥକ୍‌ ଭାବେ ଅଘଟଣ ଘଟି ୨ଜଣଙ୍କ ଜୀବନ ଯାଇଛି। ସେହିପରି ଅନେକ ସମୟରେ ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ରା ବେଳେ ଅଫୁଟା ବାଣକୁ ଛାଡି ଦିଆଯାଉଛି। ଉକ୍ତ ବାଣକୁ ପିଲାମାନେ ସଂଗ୍ରହ କରି ଅଗ୍ନି ସଂଯୋଗ କରୁଛନ୍ତି। ୨୦୨୦ରେ ସିମୋର ଗଁାର ଜଣେ ଛାତ୍ର ବାଣ ଫୁଟାଇ ଆହତ ହୋଇଥିଲେ। ୨୦୨୧ ନଭେମ୍ବରରେ ମାଣିବନ୍ଧ ଗ୍ରାମର ୩ଜଣ ପିଲା ଅଫୁଟା ବାଣ ଫୁଟାଇ ଗୁରୁତର ହୋଇଥିଲେ। ୨୦୨୨ ମସିହା ଆରମ୍ଭରୁ ଗଁପୁର ଗ୍ରାମର ୪ ପିଲା ଅଫୁଟା ବାଣ ଫୁଟାଇ ଆହତ ହୋଇଥିଲେ। ସେହିପରି ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ୨୦୧୩ ରେ ୮, ୨୦୧୫ ରେ ୪, ୨୦୨୧ରେ ୩ଜଣ ଆହତ ହୋଇଥିଲେ। ବରିଷ୍ଠ ନାଗରିକ ଅକ୍ଷୟ ରଥ, ପ୍ରସନ୍ନ ମହାପାତ୍ର ଏବଂ ସନ୍ତୋଷ ବେହେରା କୁହନ୍ତି, ଲେଖନପୁର, ପଙ୍ଗାରସିଂହ, ସିକୋ, କଣ୍ଟାବାଡ଼ ଆଦି ଗ୍ରାମରେ ଦୀର୍ଘ ବର୍ଷ ହେବ ବିନା ଲାଇସେନ୍ସରେ ବାଣ ପ୍ରସ୍ତୁତ କରାଯାଉଥିବା ନେଇ ବାଘମାରୀ, ଜଙ୍କିଆ ଓ ବେଗୁନିଆ ଥାନାରେ ଅଭିଯୋଗ କରାଯାଇଛି। ସର୍ବସାଧାରଣ ସ୍ଥାନରେ ବାଣ ପ୍ରସ୍ତୁତ ହେଉଥିବାବେଳେ ବିଭିନ୍ନ ସମୟରେ ଅଘଟଣ ଘଟି ବାସଗୃହ ପୋଡ଼ିଯାଇଥିବା ନଜିର ରହିଛି। ବୁଦ୍ଧିଜୀବୀ ଶିବ କୁମାର ମୁନି କୁହନ୍ତି, ବାଣ ପ୍ରସ୍ତୁତକାରୀଙ୍କ ନିକଟରେ ଲାଇସେନ୍ସ କିମ୍ବା ଅଗ୍ନି ନିର୍ବାପକ ଯନ୍ତ୍ର ଅଛିକି ନାହିଁ ଯାଞ୍ଚ କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କୁହନ୍ତି, ବେଆଇନ ବାଣ ବିକ୍ରି ରୋକିବାକୁ ଟିମ୍‌ ଗଠନ କରାଯାଇଛି। ଏଥିସହ ବାଣ ପ୍ରସ୍ତୁତ ହେଉଥିବା ସ୍ଥାନରେ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ସେହିପରି ବାଘମାରୀ ଥାନାଧିକାରୀ ପ୍ରଜ୍ଞା କର କୁହନ୍ତି, ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ଖବର ମିଳିଲେ ଚଢ଼ାଉ କରାଯାଉଛି। ଗତ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ବସ୍ତା ବାଣ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri