ବର୍ଷା ନାହିଁ କି କେନାଲରେ ପାଣି ଆସୁନି

ଡେରାବିଶ,୫ା୮(ସ୍ବ.ପ୍ର.): ଶ୍ରାବଣ ମାସ ଶେଷହେବାକୁ ବସିଲାଣି। ବର୍ଷା ନାହିଁ କି କେନାଲରେ ପାଣି ଛଡ଼ାଯାଇନାହିଁ। ଏ ନେଇ ଡେରାବିଶ ବ୍ଲକ ଅଧୀନ ୪ଟି ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ଆସିଥିବା ୮ନଂ. ଶାଖା କେନାଲ ଉପରେ ବ୍ଲକ ଅଧୀନ ନରସିଂହପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର ଓ ବେଣୀପୁର ପଞ୍ଚାୟତର ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ। କଟକ ଜଳସମ୍ପଦ ବିଭାଗ ନର୍ଥ ଡିଭିଜନ ଅଧୀନରେ ଥିବା ଏହି କେନାଲରେ ଜୁନ୍‌ ତୃତୀୟ ସପ୍ତାହ ସୁଦ୍ଧା ସଫା କରାଯାଇ ପାଣି ଛଡ଼ାଯିବା କଥା। ମାତ୍ର ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଏହି କେନାଲ ସଫେଇ ନ ହେବା ଓ ପାଣି ନ ଆସିବା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶେଷକରି ଏହି କେନାଲର ଶେଷମୁଣ୍ଡରେ ଥିବା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଓ ବେଣୀପୁର ପଞ୍ଚାୟତର ସଦାନନ୍ଦପୁର ଅଞ୍ଚଳର ଚାଷୀ ଚଳିତ ଖରିଫ ଧାନଚାଷ ପାଇଁ ବିହନ ବୁଣା ଶେଷ କରିଥିଲେ ମଧ୍ୟ ତଳି କିଆରିରେ ପାଣି ମଡ଼ାଇବାର କୌଣସି ସୁଯୋଗ ନାହିଁ। ପମ୍ପ୍‌ ଯୋଗେ ପାଣି ଉଠାଇ ତଳିକୁ କୌଣସି ପ୍ରକାରେ ବଞ୍ଚାଇ ରଖିଥିବା ବେଳେ ବିଲରେ ରୁଆପୋତା ପାଇଁ ଆବଶ୍ୟକ ପାଣି ନ ଥିବାରୁ ଚିନ୍ତାରେ ପଡ଼ିଥିବା କେଉଟକଣ୍ଡିଆ ଗଁାର ଚାଷୀ କରୁଣାକର ସେଠୀ କହିଛନ୍ତି। ପ୍ରତିବର୍ଷ କେନାଲ ଶେଷମୁଣ୍ଡରେ ପାଣି ପହଞ୍ଚତ୍ବା ବିଳମ୍ବ ହେଉଥିବାରୁ ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉପତ୍ାଦନ କରିବା ଚାଷୀଙ୍କ ପାଇଁ କଷ୍ଟଦାୟକ ବୋଲି ସେଠୀ କହିଛନ୍ତି। ଚଳିତ ସପ୍ତାହ ଶେଷସୁଦ୍ଧା କେନାଲରେ ପାଣି ନ ଆସିଲେ ବିଲରେ ଚାଷ ପାଇଁ ପଡ଼ିଥିବା ବିହନ ଗଜାମରୁଡ଼ି ହେବାର ସମ୍ଭାବନା ସୃଷ୍ଟି ହେବ। ଏଥିଯୋଗୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି। ତୁରନ୍ତ କେନାଲ ସଫେଇ କରି ପାଣି ଛାଡ଼ିବାକୁ ନଟବର ସାମଲ, ହରେକୃଷ୍ଣ ମହାନ୍ତି, ଶେଖ୍‌ ଅର୍ମାନ ପ୍ରମୁଖ ଚାଷୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ କଟକ ନର୍ଥ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରେ ଚାରିଦିନ ହେଲା କେନାଲ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। କେତେଜଣ ଚାଷୀଙ୍କ ଅସହଯୋଗ ପାଇଁ ଏହି କାର୍ଯ୍ୟ ବନ୍ଦ କରାଯାଇଛି। ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ପୂର୍ଣ୍ଣ ସହଯୋଗ ରହିଲେ ଦିନେ ଦୁଇଦିନ ମଧ୍ୟରେ କେନାଲର ଶେଷ ମୁଣ୍ଡଯାଏ ପାଣି ପହଞ୍ଚାଇ ଦିଆଯିବ। ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଓ କେତେଜଣ ଚାଷୀଙ୍କ ସହ ଆଲୋଚନା କରିଥିବା ଅଧୀକ୍ଷଣ ଯନ୍ତ୍ରୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri