ଡାକିଆଣି ନାଟକ ଦେଖାଇ କରତାଳି ନେବାରେ ଲାଭ ନାହିଁ

ନାଟକ, ସାହିତ୍ୟ ଓ ସିନେମା କ୍ଷେତ୍ରରେ ଶଙ୍କର ତ୍ରିପାଠୀ ହେଉଛନ୍ତି ଜଣେ ଜଣାଶୁଣା ନାମ। ଏହି ୩କ୍ଷେତ୍ରରେ ତାଙ୍କର ଅନନ୍ୟ ସୃଷ୍ଟି ଲୋକଙ୍କ ପାଖେ ତାଙ୍କୁ ପରିଚିତ କରିଛି। ୧୯୭୮ରେ ତାଙ୍କର ପ୍ରଥମ ନାଟକ ‘ପୃଥିବୀ ଶରଶଯ୍ୟା’ ମଞ୍ଚସ୍ଥ ହୋଇଥିଲା। ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ରେ ସେ ପ୍ରଥମେ ସିନେମା ଲେଖିବା ଆରମ୍ଭ କରିଥିଲେ। ଏହାପରେ ଶତ୍ରୁ ସଂହାର, ତୁମକୁ ପାରୁନି ତ ଭୁଲି, ଛବିରାଣୀ ଆଦି ସିନେମା ରଚନା କରିଛନ୍ତି। ଆଉ ଏବେ ତାଙ୍କ ଲିଖିତ ଉପନ୍ୟାସ ନାଦବ୍ରହ୍ମରୁ ନିର୍ମିତ ଚଳଚ୍ଚିତ୍ର ‘ପୁଷ୍କରା’ ଦର୍ଶକଙ୍କୁ ଓଡ଼ିଆ ସିନେମାର ନିକଟତର କରିଛି। ‘ଶୁଣିବା ହେଉ ଏ କାହାଣୀ’ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୨୦୧୫ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର ଆଦି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ନାଟକ ନୀଳଶୈଳ, ନବକଳେବର ଓ ଫିଲ୍ମ ପୁଷ୍କରା ମାଧ୍ୟମରେ ସେ ଦର୍ଶକଙ୍କୁ ପୁଣି ପ୍ରେକ୍ଷାଳୟକୁ ଟାଣି ଆଣି ପାରିଛନ୍ତି। ସାହିତ୍ୟରୁ ଯେ ଏକ ଭଲ ସିନେମା ହୋଇପାରିବ ତାହା ସେ ପୁନଃ ପ୍ରମାଣିତ କରିଛନ୍ତି। ଶଙ୍କର ତ୍ରିପାଠୀଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଆପଣଙ୍କ ଉପନ୍ୟାସ ନାଦବ୍ରହ୍ମ ଉପରେ ପର୍ଯ୍ୟବସିତ ପୁଷ୍କରା ଚଳଚ୍ଚିତ୍ର ସମ୍ପର୍କରେ କ’ଣ କହିବେ?
୧୫ବର୍ଷ ଧରି ମୁଁ ସିନେମା ଲେଖି ନ ଥିଲି। କାରଣ ଏକ ମୌଳିକ କାହାଣୀ କରିବାର ସୁଯୋଗ ନ ଥିଲା। ଏହି କାହାଣୀକୁ ନେଇ ମଧ୍ୟ ମୁଁ ବିଭିନ୍ନ ପ୍ରଯୋଜକଙ୍କ ପାଖକୁ ଯାଇଥିଲି। କିନ୍ତୁ ସମସ୍ତେ କହୁଥିଲେ ଏହି ସିନେମା କଲେ କ’ଣ ଚାଲିବ। ମାତ୍ର ଯାହା ହେଉ ଏତେ ଦିନ ପରେ କାହାଣୀଟି ଆସିଲା ଆଉ ଦର୍ଶକ ତା’କୁ ଗ୍ରହଣ କଲେ, ଯାହା ମୋତେ ବହୁତ ଖୁସି ଦେଉଛି।
ଆଧ୍ୟାତ୍ମିକ ନାଟକ ଲେଖିବା ସମ୍ପର୍କରେ କ’ଣ କହିବେ?
୩୦ଖଣ୍ଡ ନାଟକ ମଧ୍ୟରୁ ପ୍ରାୟ ୨୦ରୁ ୨୫ଟି ସାମାଜିକ ସମସ୍ୟା ଉପରେ ଆଧାରିତ। ତେବେ ଦର୍ଶକ ଟିକେଟ୍‌ କାଟି ନାଟକ ଦେଖିବା ଆବଶ୍ୟକ। ଦର୍ଶକଙ୍କୁ ଡାକିଆଣି ନାଟକ ଦେଖାଇ କରତାଳି ନେବାରେ କୌଣସି ଲାଭ ନାହିଁ। ତେଣୁ ଏକ ପରିବର୍ତ୍ତନ ପାଇଁ ‘ଆହେ ନୀଳଶୈଳ’ ନାଟକ ଲେଖିଲି। ଏହାପରେ ନବକଳେବର ନାଟକ, ପୁଣି ପୁଷ୍କରା ଚଳଚ୍ଚିତ୍ର। ଜଗନ୍ନାଥ ଏବଂ ତାଙ୍କ ସଂସ୍କୃତି, ପରମ୍ପରାକୁ ଦର୍ଶକ ଗ୍ରହଣ କରିଛନ୍ତି। ସବୁକୁ ଭଲ ରେସପନ୍ସ ମିଳିଲା। ତେଣୁ ଦର୍ଶକଙ୍କ ଭାବାବେଗ ସହ ଜଡ଼ିତ ଆମ ସଂସ୍କୃତି, ଓଡ଼ିଆ ମାଟିର କାହାଣୀକୁ ଦର୍ଶକୀୟ ଆଦୃତି ମିଳିପାରିବ।
କାହାଣୀ ରଚନା ପାଇଁ ପ୍ରେରଣା କେଉଁଠୁ ମିଳେ?
ବିଭିନ୍ନ ଚରିତ୍ର ମାଧ୍ୟମରେ ଆସିଥାଏ। ଯେହେତୁ ମୁଁ ପୁରୀରେ ବଢ଼ିଛି, ଅନେକ ଚରିତ୍ରଙ୍କ ସହ ଭେଟ ହୁଏ। କିଛି ସାମାଜିକ ସମସ୍ୟା ଆଉ କିଛି ବହି ପଢୁ ପଢ଼ୁ କୌଣସି ଏକ ନିର୍ଦ୍ଦିଷ୍ଟ ଚିନ୍ତା ବା ଚେତନା ମୋତେ ଲେଖିବାକୁ ବାଧ୍ୟ କରେ। ନିଜ ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ବି ବେଳେବେଳେ ଲେଖି ହେଇଯାଏ।
ନୂଆ ନାଟ୍ୟକାର ସୃଷ୍ଟି ହେବା ସମ୍ପର୍କରେ କ’ଣ କହିବେ?
ନାଟ୍ୟକାର ଏବେ ଭଲ ଲେଖୁଛନ୍ତି। ସେମାନଙ୍କ ଭିତରେ ସମ୍ଭାବନା ଅଛି। କ’ଣ ଲେଖିବା ଉଚିତ୍‌, କାହିଁକି ଲେଖିବି ଓ କାହାପାଇଁ ଲେଖିବି ଏହି ୩ ପ୍ରଶ୍ନର ଉତ୍ତର ଯାହା ପାଖେ ଅଛି ସେ ଜଣେ ସଫଳ ନାଟ୍ୟକାର ହୋଇପାରିବ। ଧୀରେଧୀରେ ସେମାନେ ତାଙ୍କ ଅନୁଭବ ଓ ଅନୁଭୂତି ଭିତରୁ ପରିପକ୍ୱ ହେବେ। କାହାପାଇଁ କେବେ ସମୟ ଅଟକି ଯାଇନାହିଁ। ଯେଭଳି ଆମର ପୂର୍ବପିଢ଼ି ଥିଲେ, ତା’ପରେ ଆମେ ଓ ଆମ ପରେ ମଧ୍ୟ ଉତ୍ତରପିଢ଼ି ସୃଷ୍ଟି ହେବେ।
ଓଡ଼ିଆରେ ନିଜସ୍ବ କାହାଣୀ ଥିବା ସତ୍ତ୍ୱେ ଚଳଚ୍ଚିତ୍ର, ଧାରାବାହିକ କପି ହେଉଛି କାହିଁକି?
କପି କରି ଫିଲ୍ମ କି ଧାରାବାହିକ ଲେଖୁଛନ୍ତି, ସେମାନେ ପର୍ଯ୍ୟାପ୍ତ ପରିମାଣରେ ଓଡ଼ିଆ କାହାଣୀ ପଢ଼ିନାହାନ୍ତି। ଯଦି ପଢ଼ିଥା’ନ୍ତେ ତାହାଲେ ତାହା ସେମାନଙ୍କୁ ଲେଖିବାକୁ ଆନ୍ଦୋଳିତ କରିଥାନ୍ତା। ଦ୍ୱିତୀୟ କଥା, ଯଦି ବ୍ୟବସାୟିକ ସୂତ୍ରରେ ତିଆରି ହେଉଛି ତେବେ ନିର୍ମାତାମାନଙ୍କର ପୂର୍ବରୁ ଏକ ବଦ୍ଧଧାରଣା ରହିଛି ଯେ, ମୌଳିକ କାହାଣୀ ପରିବର୍ତ୍ତେ ପୂର୍ବରୁ ଯେଉଁ ଚଳଚ୍ଚିତ୍ର ସଫଳ ହୋଇଥିବ ସେହି ଉପାଦାନଗୁଡ଼ିକ ଆଣି ପୂରେଇଦିଅନ୍ତି।
ଗୋଟିଏ କାହାଣୀ ଲେଖିବାକୁ ଆପଣ କେତେ ସମୟ ନିଅନ୍ତି?
ନିର୍ଦ୍ଦିଷ୍ଟ ସମୟ ନାହିଁ। ବେଳେବେଳେ କାହାଣୀ ଲେଖିବାକୁ ୫ବର୍ଷ ବି ବିତିଯାଇଛି। ୧୫ଦିନ କି ମାସେ ଭିତରେ ବି କାହାଣୀ ଲେଖି ହୋଇଯାଇଛି। ଯେଉଁ ପର୍ଯ୍ୟନ୍ତ କାହାଣୀର ସମଗ୍ର ରୂପଟାକୁ ମୁଁ ଦେଖି ନ ପାରେ, ସେ ପର୍ଯ୍ୟନ୍ତ ଲେଖେନାହିଁ।
ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri