ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର): ପୂର୍ବତନ ବିଧାୟକ ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭାମଣ୍ଡପରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବିଶ୍ୱନାଥଙ୍କ ପୁତ୍ର ତଥା ସମଦୃଷ୍ଟି ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ଉପସ୍ଥିତିରେ କବି ବୃନ୍ଦାବନ ପଣ୍ଡାଙ୍କ ଆବାହକତ୍ୱ ଏବଂ ପତ୍ରିକା ସବୁଜ ପତ୍ରର ସମ୍ପାଦକ କୁରେଶୁୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଶିଷ୍ଟ ଚାଷୀ ନେତା ଶମ୍ଭୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ।
ବରିଷ୍ଠ ଆଇନଜୀବି ନୋଟାରି ପବ୍ଲିକ ତଥା ସମାଜ ବିଜ୍ଞାନୀ ଭଗବାନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ସ୍ମୃତି ଚାରଣ କରିବା ସହ ସମଗ୍ର ରାଜ୍ୟରେ ଛାତ୍ର ଆନ୍ଦୋଳନ ଏବଂ ଚାଷୀ ଆନ୍ଦୋଳନରେ ତାଙ୍କ ଯୋଗଦାନ ଥିଲା। ସେ ଜଣେ ଦୃଢ଼ମନା ରାଜନେତା ଭାବେ ପରିଚିତ ଥିଲେ। ନୀତି ଓ ନୈତିକତା କୁ ନେଇ ସେ ସମୟରେ ରାଜନୀତି କରାଯାଉଥିଲା। ରାଜନେତା ମାନଙ୍କ ଉତ୍ତର ଦାୟିତ୍ୱ ଥିଲା। ସାମ୍ପ୍ରତିକ ରାଜନୀତି ରେ ନୀତି ଓ ନୈତିକତାର ସ୍ଥାନ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ।
ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,ସିପିଆଇ(ଏମ) ନେତା କୈଳାସ ଷଡଙ୍ଗୀ, ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ,ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ,ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ହରିକୃଷ୍ଣ ପଣ୍ଡା, ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା ସଭାପତି ବିଭୁଧେନ୍ଦ୍ର ପାଢ଼ୀ,ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ବାଇଁ,ଦିଗପହଣ୍ଡି ପ୍ରେସକ୍ଲବ ସଭାପତି ଅଶେଷ ନାଥ ମିଶ୍ର, ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି(ଇସକଫ) ର ଜିଲା ସଭାପତି ହରପ୍ରସାଦ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।
ବିଶ୍ୱନାଥ ସାହୁଙ୍କ ଜୀବନାଦର୍ଶ ସମ୍ପର୍କରେ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ। ଶତ ବାର୍ଷିକୀ କମିଟି ପକ୍ଷରୁ ଶମ୍ଭୁ ପଣ୍ଡା,ଶୋଭା ଚନ୍ଦ୍ର ଷଡ଼ଙ୍ଗୀ,ସୋମନାଥ ଦାସ ଶର୍ମା,ବିଦ୍ୟାଧର ମହାପାତ୍ର, କୈଳାସ ଷଡଙ୍ଗୀ, ଅନ୍ତର୍ଯ୍ୟାମୀ ସ୍ବାଇଁ,ଅନନ୍ତ ମହାଙ୍କୁଡ଼, ଅଶିନୀ କୁମାର ଦାସ, ହରପ୍ରସାଦ ଆଚାରୀ,ତ୍ରିନାଥ ପ୍ରଧାନ, ବିଶନାଥ ବରାଡ଼,ଗୋପାଳ ପାଣିଗ୍ରାହୀ, ନରସିଂହ ଜେନା ଏବଂ ନିକଟରେ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କାର ପାଇଥିବା ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡା ଙ୍କୁ ପ୍ରଶସ୍ତି ପତ୍ର ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ଆଇନଜୀବି ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ସମାରୋହର ଦିତୀୟ ଅଧିବେଶନରେ କବି ଲିଙ୍ଗରାଜ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବରେ ସମଦୃଷ୍ଟି ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ, କବି ତଥା ଆଇନଜୀବି ଲକ୍ଷ୍ମୀନାରାୟଣ ଦାସ,ପତ୍ରିକା ସମ୍ପାଦକ କୁରେଶୁ ପଣ୍ଡା ଅତିଥି ଭାବେ ମଞ୍ଚାସିନ ଥିଲେ।କବି ଲକ୍ଷ୍ମୀନାରାୟଣ ଦାସ ଏବଂ ପୀତବାସ ତ୍ରିପାଠୀ ଙ୍କ ମିଳିତ ସଂଯୋଜନାରେ ବହୁ ସଂଖ୍ୟକ କବୟିତ୍ରୀ ଏବଂ କବି ପ୍ରଗତିଶୀଳ କବିତା ପାଠ କରିଥିଲେ।ଶେଷରେ ସମସ୍ତ କବୟିତ୍ରୀ ଏବଂ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବି ପି.ଶିବଶଙ୍କର, ମିଶ୍ର ତପନ କୁମାର ମିଶ୍ର, ଦୀନବନ୍ଧୁ ଦୈତାରୀ ରେଡ୍ଡୀ,ଏମ.ରାମଚନ୍ଦ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


