Posted inଖେଳ

‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ। କୋହଲିଙ୍କ ଅଧିନାୟକତ୍ୱରେ ୬୮ଟି ମ୍ୟାଚରେ ଭାରତ ୪୦ଟି ଟେଷ୍ଟ ମ୍ୟାଚ ଜିତିଥିଲା। ଭାରତୀୟ ଅଧିନାୟକ ଭାବରେ କୋହଲିଙ୍କ କାର୍ଯ୍ୟକାଳର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଟିମ ଇଣ୍ଡିଆର ଭୟଙ୍କର ପେସ୍‌ ଆକ୍ରମଣ। ଏଥିରେ ଭାରତର ଦ୍ରୁତ ବୋଲରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପେସ୍‌ ବୋଲର ଇଶାନ୍ତ ଶର୍ମା ପ୍ରକାଶ କରିଛନ୍ତି ଯେ, ଏମଏସ ଧୋନୀ କିପରି ଏହି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ଏବଂ କୋହଲିଙ୍କୁ ଜଣେ ସଫଳ ଅଧିନାୟକ କରିବାରେ ସେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଇଶାନ୍ତ କହିଛନ୍ତି, ଧୋନୀ ଶ୍ରେଷ୍ଠ ଥିଲେ। ଯେତେବେଳେ ଆମେ ମାହି ଭାଇଙ୍କ ଅଧୀନରେ ଖେଳୁଥିଲୁ, ଆମ ଦଳ ଏକ ପରିବର୍ତ୍ତନ ପର୍ଯ୍ୟାୟରେ ଥିଲା। ସେତେବେଳେ ଶାମି ଏବଂ ଉମେଶ ନୂଆ ଥିଲେ ଏବଂ କେବଳ ମୁଁ ସେଠାରେ ଥିଲି। ଅନ୍ୟ ସମସ୍ତ ବୋଲରମାନେ ପରିବର୍ତ୍ତନ ଜାରି ରଖିଥିଲେ। ସେ କରିଥିବା ସର୍ବଶ୍ରେଷ୍ଠ କାର୍ଯ୍ୟ ହେଉଛି ସମସ୍ତଙ୍କ ଗୁଣକୁ ଚିହ୍ନିବା। ସେ ଭାରତର ପେସ୍‌ ବୋଲିଂ ବିଭାଗ ସଜାଡି କୋହଲିଙ୍କୁ ଦାୟିତ୍ୱ ଦେଇଥିଲେ। କୋହଲି ଏହାର ସମ୍ପୂର୍ଣ୍ଣ ଫାଇଦା ମଧ୍ୟ ଉଠାଇଥିଲେ। ତେଣୁ ଅଧିନାୟିକତ୍ୱରେ କୋହଲିଙ୍କ ସଫଳତା ପଉରେ ମାହି ଭାଇଙ୍କ ହାତ ରହିଛି। ତାଙ୍କ ଭଳି କ୍ରିକେଟର୍‌ ମିଳିବା କଷ୍ଟକର।
ଇଶାନ୍ତ ଭାରତ ପାଇଁ ୧୦୫ଟି ଟେଷ୍ଟ ମ୍ୟାଚ୍‌ ଖେଲିଛନ୍ତି। ୨୦୨୧ ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଟେଷ୍ଟ ଦଳର ଅଂଶ ହୋଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ଆଜିଠୁ ଟି୨୦ ବିଶ୍ୱକପ୍‌: ସାମ୍ନାସାମ୍ନି ହେବେ…

ମୁମ୍ବାଇ, ୭।୨: ଆଇସିସି ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ଭାରତ ନିଜର…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri