୨ ମାସରୁ ଊର୍ଦ୍ଧ୍ୱ ହେବ ଏଟିଏମ୍‌ରେ ନାହିଁ ଟଙ୍କା, ଗ୍ରାହକ ହନ୍ତସନ୍ତ

ଥୁଆମୂଳ ରାମପୁର,୧ା୩(ଦୁର୍ଗାକୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ଥିବା ଗୋଟିଏ ମାତ୍ର ସାହା ଭରସା ସାଜିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଏଟିଏମ୍‌ ଗତ ୨ମାସ ରୁ ଊର୍ଦ୍ଧ୍ୱ ହେଲା ଅଚଳ ହୋଇପଡ଼ିଛି। ଏମିତି କି ମାସ ମାସ ଧରି ଏଟିଏମ୍‌କାଉଣ୍ଟରରେ ଶଟର୍‌ ପଡିଛି। ସରକାର ଭାରତରେ କ୍ୟାଶଲେସ୍‌ କାରବାରକୁ ପ୍ରୋତ୍ସାହନ ଦେଉଥିବା ବେଳେ ଲୋକେ ଆଉ ଆଗଭଳି ପକେଟରେ ଅଧିକ ଟଙ୍କା ରଖୁନାହାନ୍ତି। ଆବଶ୍ୟକ ଅନୁସାରେ ଏଟିଏମ ଉପରେ ନିର୍ଭରଶୀଳ ହେଉଛନ୍ତି। ହେଲେ ଏହି ଅଞ୍ଚଳରେ ଥିବା ଏଟିଏମ ଗତ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ରହିବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଗ୍ରାହକ ଅନେକ ଅସୁବିଧା ଭୋଗୁଛନ୍ତି । ଏନେଇ ଅନେକ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାର ପରେ ମଧ୍ୟ ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ଲୋକଙ୍କ ମନରେ ଏକ ପ୍ରକାର ଖ୍ୟୋବ ଦେଖାଦେଇଛି l ଅଧିକାଂଶ ସମୟରେ ଅନ୍ୟ ଅଞ୍ଚଳଗୁଡ଼ିକର ଦୋକାନ ବଜାରରେ ଅନ୍‌ଲାଇନ୍‌ କାରବାର ହେଉଛି ଏହା ସତ। ହେଲେ ଏହି ଦୁର୍ଗମ ଅଞ୍ଚଳରେ ଏହା ସମ୍ଭବ ନୁହେଁ l ଏମିତି କି ଲୋକେ ସକାଳୁ ପରିବା ପାଇଁ ବଜାରକୁ ଗଲେ ଗାଁରୁ ଆସି ପସରା ବସାଉଥବା ଛୋଟ ବ୍ୟବସାୟୀଙ୍କ ପାଖରେ ସେ ବ୍ୟବସ୍ଥା ନାହିଁ। ତେଣୁ ଗ୍ରାହକ ପନିପରିବା କିଣିବା ପରେ ପାଖରେ ନଗଦ ଟଙ୍କା ନ ଥିବାରୁ କିଣିଥିବା ସମାଗ୍ରୀ ଫେରାଇବା ଭଳି ସ୍ଥିତି ଉପୁଜୁଛି। ଯେଉଁ ଦୋକାନରେ ଅନଲାଇନ ଲେଣ ଦେଣ ପାଇଁ ସୁବିଧା ଅଛି ତୋ ଲୋକେ ସାମଗ୍ରୀ କିଣୁଛନ୍ତି ନହେଲେ ନାହିଁ l ଏହି ପରିସ୍ଥିତିରେ ଏସ୍ବିଆଇ ଗ୍ରାହକ ବାଧ୍ୟ ହୋଇ କେଉଁ ଗ୍ରାହକ ସେବା କେନ୍ଦ୍ରରେ ଯାଇ ଧାଡ଼ି ବାନ୍ଧିଛନ୍ତି ତ ଅନ୍ୟ ଆଖପାଖ ବ୍ଲକ ତଥା ସହରରେ ଥିବା ଏଟିଏମକୁ ଯାଇ ଟଙ୍କା ଉଠାଣ କରୁଛନ୍ତି। ଏପରି ସ୍ଥଳେ ଥୁଆମୂଳ ରାମପୁର ସଦର ମହକୁମା ସ୍ଥିତ ଆଇଟିଡିଏ ମାର୍କେଟ କମ୍ପ୍ଲେକ୍ସରେ ଆକ୍ସିସ ବ୍ୟାଙ୍କ ଭବାନୀପାଟଣା ଶାଖା ପକ୍ଷରୁ ଏକ ଏଟିଏମ ସ୍ଥାପନ କରାଯାଇଛି ସତ ହେଲେ ପ୍ରାୟ ସମୟ ଏହି ଏଟିଏମରେ ମଧ୍ୟ ନିୟମିତ ଟଙ୍କା ରହୁନାହିଁ। ବେଳେବେଳେ କାଉଣ୍ଟରରେ ଶଟର୍‌ ପଡ଼ି ରହୁଛି ତ ବେଳେବେଳେ ଏଟିଏମ କାଉଣ୍ଟର ଖୋଲା ଥାଇ ଟଙ୍କା ରହୁ ନାହିଁ, ଏମିତି କି ଏଣେ ତେଣେ ଗୋରୁ ମଳତ୍ୟାଗ କରି ଉକ୍ତ ପରିବେଶକୁ ଦୂଷିତ କରୁଛନ୍ତି।  ଏଠାରେ ରକ୍ଷଣାବେକ୍ଷଣ କିମ୍ବା କୌଣସି ସୁରକ୍ଷା କର୍ମଚାରୀ ନାହାନ୍ତି। ଯାହା ଫଳରେ ଲୋକେ ଅନେକ ସମୟରେ ହଇରାଣ ହେଉଥିବା ଜଣାପଡେ। ଏପରିସ୍ଥଳେ ଏସବିଆଇ ଏଟିଏମ ସଂପର୍କରେ ଥୁଆମୂଳ ରାମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜୟ କୃଷ୍ଣ ମେହେରଙ୍କୁ ପଚାରିଲେ ଆମ ପୁରୁଣା ଏଟିଏମ ବକ୍ସରେ ଯାହା ଅତ୍ୟାଧୁନିକ ଯନ୍ତ୍ରପାତି କିମ୍ବା ନୂତନ ଏଟିଏମ ବକ୍ସ ଲାଗିବା କଥା ଲାଗିଯାଇଛି ଶୀଘ୍ର ଲୋକଙ୍କୁ ଆଗ ଭଳି ସେବା ଯୋଗାଇ ଦିଆଯିବ ବୋଲି ପ୍ରତିକ୍ରିୟାରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri