ନବମ ଶ୍ରେଣୀ ମାର୍କ ଅପଲୋଡ୍‌ ପାଇଁ ଲିଙ୍କ୍‌ ନାହିଁ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ସମସ୍ତ ମେଣ୍ଟର ସ୍କୁଲଗୁଡ଼ିକ ନବମ ଶ୍ରେଣୀର ଫର୍‌ମେଟିଭ ଆସେସ୍‌ମେଣ୍ଟ(ଏଫ୍‌ଏ) ପରୀକ୍ଷା ଫଳକୁ ଫେବୃୟାରୀ ୧୫ରୁ ୨୨ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଏକ ଲିଙ୍କ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ କୁହାଯାଇଥିଲା। ଏନେଇ ଗତ ଜାନୁୟାରୀ ୫ରେ ବୋର୍ଡ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି ହୋଇଥିଲା। ଇତିମଧ୍ୟରେ ପରୀକ୍ଷା ସରିଥିବାବେଳେ ବିଦ୍ୟାଳୟଗୁଡ଼ିକ ମୂଲ୍ୟାୟନ ମଧ୍ୟ କରିସାରିଛନ୍ତି। ହେଲେ ବୋର୍ଡର ଅବହେଳା ଓ ଖାମଖିଆଲି ପାଇଁ ଏପର୍ଯ୍ୟନ୍ତ ମାର୍କ ଅପ୍‌ଲୋଡ୍‌ ହୋଇପାରୁନି। କାରଣ ନିର୍ଦ୍ଧାରିତ ତାରିଖରୁ ୫ଦିନ ବିତିଯାଇଥିଲେ ମଧ୍ୟ ବୋର୍ଡ ମାର୍କ ଅପଲୋଡ୍‌ ନିମନ୍ତେ ଲିଙ୍କ୍‌ ପ୍ରଦାନ କରିନାହିଁ। ବୋର୍ଡ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ମାର୍କ ଅପଲୋଡ୍‌ କରିବା ପାଇଁ ଆଉମାତ୍ର ଦୁଇ ଦିନ ସମୟ ରହିଛି। ସେପଟେ ନବମ ଶ୍ରେଣୀର ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା ଆସନ୍ତା ସୋମବାରରୁ ଆରମ୍ଭ ହେଉଛି। ପରୀକ୍ଷା ସରିବା ପରେ ଏହାର ମାର୍କ ମଧ୍ୟ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ତେଣୁ ଏନେଇ ଶିକ୍ଷୟିତ୍ରୀଶିକ୍ଷକ ତଥା ପ୍ରଧାନଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ନୂତନ ପେନ୍‌ସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ବୋର୍ଡ ଏକ ଦାୟିତ୍ୱବାନ ସଂସ୍ଥା। ଏହା ଛାତ୍ରୀଛାତ୍ରଙ୍କ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ମୂଲ୍ୟାୟନ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଏ। କିନ୍ତୁ ସେ ନିଜେ ଜାରି କରିଥିବା ନିୟମକୁ ନିଜେ ପାଳନ କରିନାହିଁ। ବର୍ତ୍ତମାନ ସମୟ କମ୍‌ ରହିବ ଏବଂ ଦୁଇ ଦୁଇଟି ପରୀକ୍ଷାର ମାର୍କକୁ ଅପଲୋଡ୍‌ କରିବାକୁ ହେବ, ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ଖାମଖିଆଲି ମନୋଭାବ ତଥା କାର୍ଯ୍ୟକୁ ସଂଘ ବିରୋଧ କରୁଛି। ଏଥିସହ ତୁରନ୍ତ ମାର୍କ ଅପଲୋଡ୍‌ ନିମନ୍ତେ ଲିଙ୍କ୍‌ ପ୍ରଦାନ କରିବା ଏବଂ ମାର୍କ ଅପଲୋଡ୍‌ ସମୟକୁ ଆଉ କିଛିଦିନ ବୃଦ୍ଧି କରିବାକୁ ଏକ ସଂଘ ସଭାପତି ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri