ସୂର୍ଯ୍ୟମୁଖୀ ଚାଷକୁ ମିଳୁନାହିଁ ପ୍ରୋତ୍ସାହନ

କେନ୍ଦ୍ରାପଡ଼ା ଅଫିସ,୧୬।୪: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତ ବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି ା ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ ା ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ କରିବା ସହିତ ମାଆ ମଙ୍ଗଲ ଗୋଷ୍ଠୀର ସୂର୍ଯ୍ୟମୁଖୀ ତେଲ ସ୍ଥାନୀୟ ବଜାରରେ ଆଦୃତି ଲାଭ କରିଛି ା ତେବେ ତାଲିମ ଓ ପ୍ରୋତ୍ସାହନର ଅଭାବ ଯୋଗୁ ଏହି ଅର୍ଥକରୀ ଫସଲ ଏବେ ଯାଏ ଜିଲାର ଚାଷୀଙ୍କୁ ବିଶେଷ ଆଗ୍ରହ ସୃଷ୍ଟି କରିପାରିନାହିଁ ା ରବି ଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହିତ କଲେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହିତ ଜିଲା ଅର୍ଥନୀତି ବେଶ୍‌ ପ୍ରଭାବିତ ହେବ ବୋଲି ଚାଷୀ ଓ ବୁଦ୍ଧଜୀବୀ ମତ ଦେଇଛନ୍ତି ା
ଏ ସମ୍ପର୍କରେ ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଦେଶରେ ଗତ କିଛିଦିନ ହେବ ଖାଇବା ତେଲର ଦାମ ଲଗାତର ବୃଦ୍ଧି ପାଇଛି ା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ପରେ ଖାଇବା ତେଲ ଦରକୁ ନେଇ ସାଧାରଣ ଲୋକ ଚିନ୍ତାରେ ପଡିଛନ୍ତି ା ୟୁକ୍ରେନ ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଏକପ୍ରକାର ବନ୍ଦ ପରେ ଭାରତ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ୍‌ ତେଲ ଆମଦାନୀକୁ ଗୁରୁତ୍ୱ ଦେଇଛି ା ତେବେ ମାଲେସିଆ ସରକାର ପାମ୍‌ ତେଲ ଦର ବୃଦ୍ଧି କରିଥିବା ବେଳେ ଇଣ୍ଡୋନେସିଆ ତେଲ ରପ୍ତାନି ଉପରେ କଟକଣା କରିଛି ା ଏପ୍ରକାର ଅସୁବିଧାର ନିରାକରଣ ପାଇଁ ୧୯୬୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ସବୁଜ ବିପ୍ଳବ ପାଇଁ ଆହ୍ବାନ ଦେଇଥିଲେ ା ଏହି ସବୁଜ ବିପ୍ଳବ ଆହ୍ବାନ ପାଇଁ ଭାରତ ଏବେ ଗହମ ରପ୍ତାନି କ୍ଷେତ୍ରରେ ଅଗ୍ରଗତି କରୁଛି ା ତେଲ ଅଭାବର ମୁକାବିଲା ପାଇଁ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଆବଶ୍ୟକ ା କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ପାଣି, ପବନ ଓ ମାଟି ଥିବା ବେଳେ ତାଲିମ, ସରକାରୀ ପ୍ରୋତ୍ସାହନର ଅଭାବ ଅଛି ା ଗରଦପୁର ପଞ୍ଚାୟତ ପତିସାହିର ପବିତ୍ର କୁମାର ପତି କହିଛନ୍ତି, ୨୦୧୫ରେ ଗରଦପୁର ବ୍ଲକର ୪ ପଞ୍ଚାୟତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦ ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ସୂର୍ଯ୍ୟମୁଖୀ ଚାଷ ହୋଇଥିଲା ା ଅମଳ ମଧ୍ୟ ଭଲ ହୋଇଥିଲା ା ତେବେ ବଜାର ମଣ୍ଡି ଅଭାବ ଏହି ଚାଷ ପ୍ରତି ବିତୃଷ୍ଣା ସୃଷ୍ଟି କରିଛି ା କୃଷକ ନେତା ରଶ୍ମିରଞ୍ଜନ ଚୌଧୁରୀ କହିଛନ୍ତି, ଜିଲା ବାର୍ଷିକ ଯୋଜନାରେ ସିଂହ ଭାଗ ଅର୍ଥ କୃଷି କ୍ଷେତ୍ରରେ ନିୟୋଜିତ ହେବ ବୋଲି ଅଟକଳ କରାଯାଉଛି ା ତେବେ ଏହା ବାସ୍ତବ କ୍ଷେତ୍ରରେ ଦେଖାଯାଉନାହିଁ ା ଜଳ ପରିଚାଳନାକୁ ସୁଦୃଢ଼ କରିପାରିଲେ ସୂର୍ଯ୍ୟମୁଖୀ ଚାଷ ପାଇଁ କେନ୍ଦ୍ରାପଡ଼ା ଜିଲା ଉଦାହରଣ ହୋଇ ପାରିବ ା ଜିଲାରେ ଏହି ଚାଷ ପାଇଁ ପ୍ରାୟ ୪୦ ହଜାର ହେକ୍ଟର ଜମି ଉପଯୁକ୍ତ ଅଛି ା ସୂର୍ଯ୍ୟମୁଖୀ ମଞ୍ଜିରେ ସାଧାରଣରେ ପ୍ରାୟ ୫୫ ପ୍ରତିଶତ ତେଲ ଆଦାୟ ହେବ ା ଏହି ତେଲ ବାହାର କରିବା ପାଇଁ କ୍ଷୁଦ୍ର ଶିଳ୍ପ ଗଢ଼ି ଉଠିବ ା ତେବେ ଏଥିପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ସ୍ଥାନୀୟ ଅଞ୍ଚଳର ରାଜନେତା, ପ୍ରଶାସକଙ୍କ ସହିତ ଏନ୍‌ଜିଓ, ପାଣି ପଞ୍ଚାୟତ, ଫାର୍ମର୍ସ କ୍ଲବ ଆଦିଙ୍କ ସହଯୋଗ ଆବଶ୍ୟକ ା ଏସ୍‌ଏସ୍‌ଜି ସଦସ୍ୟାଙ୍କୁ ବହୁଳ ମାତ୍ରାରେ ନିୟୋଜନ ସୂର୍ଯ୍ୟମୁଖୀ ତେଲ ଉପତ୍ାଦନରେ ବିପ୍ଳବ ଆଣିପାରିବ ା ସେହିପରି ଆତ୍ମା ମାଧ୍ୟମରେ ତାଲିମ ଓ ସରକାରୀ ଅନୁଦାନ ଏହି ଚାଷକୁ ଆଗକୁ ନେଇପାରିବ ା ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦେବଦାସ ଦତ୍ତ ଓ କେଭିକେ ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, ସୂର୍ଯ୍ୟମୁଖୀ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି ା ଆତ୍ମା ମାଧ୍ୟମରେ ତାଲିମ ସହ ରାଜ୍ୟର ୧୧୮ଟି ଗୋଦାମ ଗୃହ ନିର୍ମାଣ କରି ଏପରି ଫସଲ ସଂଗ୍ରହ କରିବାକୁ ଯୋଜନା ହୋଇଛି ା ଚାଷୀ ଚଳିତ ବର୍ଷ ଏହାର ଫାଇଦା ନେଇ ପାରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri