ପାଠକୀୟ ପ୍ରତିକ୍ରିୟାଠୁ ବଡ଼ ପୁରସ୍କାର କିଛି ନାହିଁ

କରିଥିଲେ, ଏବେ ସେ ଜଣେ ସଫଳ ଯୁବ ଲେଖକ। ସେ ହେଉଛନ୍ତି ବଲାଙ୍ଗୀର ଜିଲାର ସାଲେଭଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁଜିତ୍‌ କୁମାର ଶତପଥୀ। ଏଥିସହ ସେ ମଧ୍ୟ ଜଣେ ଆକାଶବାଣୀ କଳାକାର। ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଯୁବବାଣୀରେ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଜଣେ ଯୁବ ଲେଖକ ତଥା କବି ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ୨୦୧୫ରେ ସୁଜିତ୍‌ଙ୍କର ପ୍ରଥମ କବିତା ସଙ୍କଳନ ‘ଇଚ୍ଛାଭାଟି’ ପ୍ରକାଶିତ ହୋଇଥିଲା। ପରେ ଚତୁର୍ଥ ପୁରୁଷ, ଶବ୍ଦରେ ଶବ୍ଦରେ, ଛୁଟି ଦେବା ସମୟକୁ, ନୁରା ଆଦି କବିତା ସଙ୍କଳନ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ଏଥିପାଇଁ ଅନେକ ପୁରସ୍କାର ହାସଲ କରିଥିବା ସୁଜିତ୍‌ଙ୍କ ସହ ଏଥରର ଧରିତ୍ରୀ ଆଳାପ।

ସାହିତ୍ୟ ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା?
ତୃତୀୟ ଶ୍ରେଣୀରେ ପଢ଼ିବା ସମୟରେ କବିତା ଲେଖା ଆରମ୍ଭ କରିଥିଲି। ସେତେବେଳେ ପାଠ୍ୟପୁସ୍ତକରେ ଥିବା କବିତା, ଗଳ୍ପ ପଢ଼ିବାକୁ ଭଲ ଲାଗୁଥିଲା। ଆମ ଗାଁରେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ମୋର ଜଣେ ଅଗ୍ରଜ ଜ୍ୟୋତିରଞ୍ଜନ ମିଶ୍ର ଥିଲେ। ଗୋଟିଏ ପତ୍ରିକାରେ ତାଙ୍କର ସାକ୍ଷାତ୍‌କାରଟିଏ ଆସିଥିଲା। ସେଥିରେ ତାଙ୍କ ଫଟୋ, ଗାଁ ନାମ, ବାପା, ମାଙ୍କ ନାମ ସବୁ ଉଲ୍ଲେଖ ଥିଲା। ଏହା ଦେଖି ମୋ ମନରେ ଈର୍ଷା ଆସିଥିଲା। ପତ୍ରପତ୍ରିକାରେ ଏପରି ମୋର କେମିତି ବାହାରିବ, ତାହାକୁ ନେଇ ଅନେକ ଦିନ ଘାରି ହୋଇଥିଲି। ଦିନେ ଏମିତି ସମୟ ଆସିଲା। ବାହୁଡ଼ା ଯାତ୍ରାରେ ବର୍ଷା ଜୋର୍‌ ହେଉଥିଲା। ଜଗନ୍ନାଥଙ୍କୁ ଛତା ଘୋଡ଼ା ହୋଇ ରଥ ପର୍ଯ୍ୟନ୍ତ ନିଆଗଲା। ବର୍ଷା ପାଇଁ ଜଗତର ନାଥ ମଧ୍ୟ ବିବଶ ହୋଇଥିଲେ। ଏହାକୁ ନେଇ ମୁଁ ମୋର ପ୍ରଥମ କବିତା ‘ଭକ୍ତି ଝଙ୍କାର’ ଲେଖିଥିଲି।
ପ୍ରଥମ ପ୍ରକାଶିତ କବିତା ପୁସ୍ତକର ଅନୁଭୂତି କିପରି ଥିଲା?
୨୦୧୫ରେ ପ୍ରଥମ କବିତା ପୁସ୍ତକ ‘ଇଚ୍ଛାଭାଟି’ କେନ୍ଦ୍ର ସାହିତ୍ୟ ଏକାଡେମୀ ନବୋଦୟ ଯୋଜନାରେ ପ୍ରକାଶିତ ହୋଇଥିଲା। ଏହି ସମୟର ଅନୁଭୂତି ଅନନ୍ୟ ଥିଲା। ପ୍ରକାଶନକୁ ନେଇ ମୁଁ ମାନସିକ ଅବସାଦରେ ଥିଲି। କାରଣ ଏହାର ଚୟନ ପ୍ରକ୍ରିୟା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲେ। ପାଖାପାଖି ବର୍ଷେ ପରେ ଏକାଡେମୀ ପାଖରୁ ଚିଠି ପାଇଥିଲି। କିନ୍ତୁ ମୋ ପାଖେ ବହିଟି ପହଞ୍ଚତ୍ ପାରୁ ନ ଥିଲା। ବହିକୁ ଅପେକ୍ଷା କରି ଏମିତି ଭାବେ ଥାଏ ଯେ, କେହି କବାଟ ବାଡ଼େଇଲେ, ମୋତେ ଲାଗେ ମୋ ବହିଟି ଆସିଗଲା। ହେଲେ ୨ ମାସ ପରେ ମୋ କବିତା ପୁସ୍ତକକୁ ପାଇଥିଲି। ସେହି ୨ ମାସ ୨ବର୍ଷ ପରି ଲାଗିଥିଲା।
ବିଜ୍ଞାନ ଶିକ୍ଷକ ଓ ସାହିତି୍ୟକ – କେଉଁ ପରିଚୟ ବେଶି ଖୁସି ଦିଏ?
ଜୀବନକୁ ନେଇ ଆମେ ଯାହା କିଛି ବି କରିପାରିବା। ବୃତ୍ତିରେ ବିଜ୍ଞାନ ଶିକ୍ଷକ ହେଲେ ବି ସାହିତ୍ୟରେ ରହିଛି ଆଗ୍ରହ। ବିଜ୍ଞାନ ଓ ସାହିତ୍ୟକୁ ମୁଁ ମୋ ଜୀବନରେ ବେଶି ପ୍ରଯୋଗ କରିଥାଏ। ମୋ କବିତାରେ ବିଜ୍ଞାନର ଝଲକ ରହିଥାଏ। ସେହିପରି ସ୍କୁଲରେ ବିଜ୍ଞାନରେ ଯଦି କିଛି ପ୍ରାକୃତିକ ସମ୍ପଦକୁ ନେଇ ପଢ଼ାଇଲି, ସେତେବେଳେ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁ କବିତାଟି ମନରୁ ଆସିଯାଏ। ତେଣୁ ଉଭୟକୁ ଭିନ୍ନ ବୋଲି ଭାବେନି। ସମାନ୍ତର ଭାବେ ନେଇ କି ଚାଲେ। କିନ୍ତୁ ସାହିତି୍ୟକ ହିସାବରେ ଅଧିକ ପରିଚୟ ମିଳିଛି।
ସମାଜ ଓ ସାହିତ୍ୟ ସମ୍ପର୍କରେ କ’ଣ କହିବେ?
ସାହିତ୍ୟ ଓ ସମାଜ ପରିପୂରକ। ମହାଭାରତ, ରାମାୟଣ ଆମର ଇତିହାସ। ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ସେସବୁ ସାହିତ୍ୟ ମଧ୍ୟ। ସେହି ସାହିତ୍ୟକୁ ନେଇ ଆଜି ଜୀବନ ଓ ସମାଜର ପରିକଳ୍ପନା କରୁଛୁ। ସେଥିରୁ ଆମେ ଅନୁମାନ କରିପାରିବା ଯେ ଆମର ସାହିତ୍ୟ ନିହାତି ଭାବେ ଆମ ସମାଜକୁ ସୁଧାରୁଛି ଓ ଗଠନ ମଧ୍ୟ କରୁଛି। ଯଦି ସେ ସାହିତ୍ୟ ନ ଥାନ୍ତା ଆମେ ଆଜି ଯାହା କଥା ହେଉଛୁ, ଭାଷା ବ୍ୟବହାର କରୁଛୁ ବା ଭାବର ଆଦାନ ପ୍ରଦାନ କରୁଛୁ, ହୁଏତ ସେସବୁ ନ ଥା’ନ୍ତା।
ସାହିତ୍ୟର ପ୍ରଚାରପ୍ରସାରରେ ସାମାଜିକ ଗଣମାଧ୍ୟମ କେତେ ଗୁରୁତ୍ୱପୂର୍ଣ୍ଣ?
ସାମାଜିକ ଗଣମାଧ୍ୟମ ହେଉ କି ଆଉ କେଉଁ କ୍ଷେତ୍ର, ସବୁଠି ଶୃଙ୍ଖଳିତ ବ୍ୟବହାର ଗ୍ରହଣୀୟ। ସାମାଜିକ ଗଣମାଧ୍ୟମରେ ଆମେ ଅନେକ କବିତା ଓ ଗଳ୍ପ ଦେଖୁଛୁ। ତା’ ଭିତରେ କେତୋଟି ପଢ଼ି ପାରୁଛୁ, ଆଉ କିଛି ନୁହେଁ। ଜଣେ ଯଦି ଲେଖା ଆରମ୍ଭ କରୁଛି ପ୍ରଥମେ ସେ ଅନ୍ୟକୁ ପଢିବା ଦରକାର। ଆଉ ପଢ଼ିବା ଯେତିକି ଜରୁରୀ, ଆଜିର ଚଳନ୍ତି ସମୟ ପ୍ରତି ସଚେତନ ହେବା ସେତିକି ଜରୁରୀ। ଯଦି ସାମାଜିକ ଗଣମାଧ୍ୟମକୁ ଧୈର୍ଯ୍ୟହରା ହୋଇ ବ୍ୟବହାର କରିବା, ତାହା ଜୀବନ ହେଉ କି ସାହିତ୍ୟ, ଉଭୟ ହିଁ ତା’ର ନାନ୍ଦନିକତା ହରାଇବ।
ସାହିତ୍ୟ ଓ ପୁରସ୍କାରକୁ ନେଇ କାହିଁକ ଏତେ ବିବାଦ?
ଠିକ୍‌ ନୁହେଁ। କବି କି ଲେଖକ ହେବା ପୂର୍ବରୁ ଆମେ ଜଣେ ମଣିଷ। ମଣିଷର ମାନବୀୟ ସମ୍ବେଦନତା ଅଛି। ତ ପୁରସ୍କାର ପାଇବା ପାଇଁ ସମସ୍ତେ ହକ୍‌ଦାର। କିନ୍ତୁ ପୁରସ୍କାର ପ୍ରତି ବେଶି ଲାଳାୟିତ ହେବା ଉଚିତ ନୁହେଁ। ସ୍ଥିତପ୍ରଜ୍ଞର ଯେମିତି ଏକ ସଂଜ୍ଞା ରହିଛି, ଦୁଃଖରେ କାତର ନ ହେବା ଓ ସୁଖରେ ଅଧୀର ନ ହେବା। ପୁରସ୍କାର କେବଳ ପ୍ରୋତ୍ସାହିତ କରେ। ଦିନେ, ଦୁଇଦିନ ଗଣମାଧ୍ୟମରେ ଚର୍ଚ୍ଚା ହେବ। ତା’ପରେ କିଏ କୁଆଡ଼େ ଭୁଲିଯିବେ ଯେ, ଆପଣ କେବେ ପୁରସ୍କାର ପାଇଥିଲେ ବୋଲି। କିନ୍ତୁ ଯେଉଁ ପାଠକୀୟ ପ୍ରତିକ୍ରିୟା ପାଇଥିବେ ତାହା ସବୁଦିନ ମନେ ରହିବ।
ପାଠକୀୟ ପ୍ରତିକ୍ରିୟାରେ କିଛି ଅଭୁଲା ମୁହୂର୍ତ୍ତ?
ଥରେ ଜଣେ ତରୁଣୀ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେ ତାଙ୍କ ବାପାଙ୍କୁ ଲଗାଇ ମୋତେ ଫୋନ୍‌ କରିଥିଲେ। ମୋ କବିତା ‘ଜୀବନତତ୍ତ୍ୱ’କୁ ସେ ପଢ଼ିଥିଲେ। ସେ ଫୋନ୍‌ କରି କବିତାଟି ମୋ ମୁହଁରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି। ମୋ କବିତା ଏତେ ମାତ୍ରାରେ ପ୍ରଭାବିତ କରୁଛି ଯେ, ଜଣେ ମୃତ୍ୟୁଶଯ୍ୟାରେ ଥାଇ ଫୋନ୍‌ କରୁଛି। ଯିଏ ଦିନେ ମୃତ୍ୟୁର ପାଖାପାଖି ଥିଲେ, ସେ ଏବେ ବଞ୍ଚତ୍ଛନ୍ତି ଓ ଚାକିରି କରି ଆରାମରେ ଅଛନ୍ତି। ସେହିପରି ‘ମୋ ଘର’ ବୋଲି କବିତାଟିଏ ପ୍ରକାଶିତ ହୋଇଥିଲା। ତାକୁ ପଢ଼ି ଜଣେ ବୃଦ୍ଧ ମୋତେ ଫୋନ କଲେ। କହିଲେ, ବୟସ ହେବା ପରେ ପୁଅମାନେ ମୋତେ ବୃଦ୍ଧାଶ୍ରମରେ ଛାଡ଼ି ଯାଇଥିଲେ, କିନ୍ତୁ ତୁମ କବିତା ସେମାନଙ୍କୁ ମେସେଜରେ ପଠାଇବା ପରେ ସେମାନେ ମୋତେ ଆଣି ଏବେ ପାଖରେ ରଖିଛନ୍ତି। ସେ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ସେତେବେଳେ ମୋତେ ଲାଗିଥିଲା କି ପାଠକୀୟ ପ୍ରତିକ୍ରିୟାଠୁ ବଡ଼ ପୁରସ୍କାର କିଛି ନାହିଁ।
ଏବେ ପଢ଼ି ସାରିଥିବା ପୁସ୍ତକ?
ନେଟ୍‌ରେ ସୁନୀଲ କୁମାର ପୃଷ୍ଟିଙ୍କ ‘ପାଞ୍ଚଟି ପୃଥିବୀ’ ପଢ଼ିଛି।
ପଶ୍ଚିମ ଓଡ଼ିଶାର ବୋଲି କେବେ କିଛି ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି କି?
ନା। ବରଂ ପ୍ରଚୁର ସୁଯୋଗ ପାଇଛି। ସେମିତି କିଛି ଅନୁଭବ କରିନି।
ଆକାଶବାଣୀରେ ଥିବା ସମୟର ଅନୁଭୂତି କିଭଳି ଥିଲା?
ତାହା କେବେ ଭୁଲି ହେବନି। ସ୍ବର ଶୁଣି ଜାଣି ଯାଆନ୍ତି। ତାହା ହିଁ ତ ପରିଚୟ। କିନ୍ତୁ ସମୟ ନ ହେବାରୁ ଛାଡ଼ିବାକୁ ପଡ଼ିଲା।
ପରିବାରକୁ ସମୟ ଦେଇପାରନ୍ତି?
ହଁ, ପରିବାରକୁ ସମୟ ଦେବାକୁ ହିଁ ପ୍ରତ୍ୟେକ ଦିନ ୧୭୦ କି.ମି. ଯାତ୍ରା କରେ। ଗାଁଠୁ ସ୍କୁଲ ପ୍ରାୟ ୮୦ରୁ ୮୫ କିମି। ଘର ପାଇଁ ସବୁବେଳେ ଯିବା ଆସିବା କରେ।
ଅବସର ସମୟରେ କ’ଣ କରନ୍ତି?
ପଢ଼ିବା, ଚିତ୍ର ଆଙ୍କିବା, ପୁରୁଣା ମୁଦ୍ରା ହେଉ କି ସାମଗ୍ରୀ ସଂଗ୍ରହ କରିବାକୁ ଭଲ ଲାଗେ।
ଜଣେ ଯୁବ ଲେଖକ ହିସାବରେ ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବେ?
ଏବେ ପ୍ରଯୁକ୍ତିବିଦ୍ୟାର ଯୁଗ। ସାହିତ୍ୟକୁ ଏହାଠୁ ଅଲଗା କରି ନେବା ବି ଠିକ୍‌ ହେବନି। ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟାକୁ ସାଙ୍ଗରେ ନେଇପାରିଲେ ଏହା ପରପିଢ଼ି ପାଇଁ ନିହାତି କାମ ଦେବ। ସମୟ ସହ ସାହିତ୍ୟକୁ ଆଗକୁ ନେବାକୁ ହେବ। ପୁରୁଣା ସାହିତ୍ୟକୁ ଧରି ରହିଲେ ଆମେ ପଛରେ ରହିଯିବା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri