ମୃଦଙ୍ଗ କାରିଗରଙ୍କୁ ମିଳୁନି ସରକାରୀ ସହାୟତା

କଳିଙ୍ଗନଗର,୮ା୭(ଶୁଭାଶିଷ ରାଉତ): ଆଜି ବି ଓଡ଼ିଶାର ପୁରପଲ୍ଲୀରେ ସଞ୍ଜ ନଇଁବା ମାତ୍ରେ ଗାଁଗଣ୍ଡାରେ ଗୁଞ୍ଜରିତ ହେଉଛି ସଙ୍କୀର୍ତ୍ତନର ସ୍ବର। ଭାଗବତ ଟୁଙ୍ଗୀରେ ବିଭିନ୍ନ ବାଦ୍ୟ ଯନ୍ତ୍ର ତାଳରେ ବୋଲାଯାଏ ହରିନାମ। ଏସବୁ ପାଇଁ ଆବଶ୍ୟକ ପଡ଼ିଥାଏ ମୃଦଙ୍ଗ, ତବଲା, ଢୋଲକ, ଖୋଳ, ମର୍ଦଳ, ଢେମସା ଓ ପଖଜ ପରି ବାଦ୍ୟଯନ୍ତ୍ର। ଘରେଘରେ ଥିବା ମୃଦଙ୍ଗ ଏବେ କଦବାକ୍ୱଚିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ସମୟର ତାଳରେ ସାଉଣ୍ଡ, ବାର୍‌, ଡିଜେ ଓ ଆଲବମ ସଙ୍ଗୀତ ନିକଟରେ ମୃଦଙ୍ଗ ପରି ବାଦ୍ୟଯନ୍ତ୍ର ଧୀରେଧୀରେ ହଜିଯାଉଛି। ଏପରି ସମୟରେ ଯେଉଁ ଅଳ୍ପ କିଛି ବାଦ୍ୟଯନ୍ତ୍ରର ସ୍ବର ଶୁଭୁଛି। ସେ ସବୁକୁ ବଞ୍ଚାଇ ରଖିଥିବା ୩ କାରିଗର ଭ୍ରାତା ଧନେଶ୍ୱର ଦାସ, ଶ୍ରୀହରି ଦାସ ଓ ସନିଆ ଦାସଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା କହିଛନ୍ତି। ଫଳରେ ସେମାନେ ନିଜ କୂଳ ବେଉସାକୁ ଆଉ ଚଳାଇ ପାରୁ ନ ଥିବା ପ୍ରକାଶ କରିଛନ୍ତି। ସେମାନଙ୍କୁ ସରକାରୀ ସୁବିଧାସୁଯୋଗରେ ସାମିଲ ସହିତ ଆର୍ଥିକ ପ୍ରୋତ୍ସାହନ ମିଳିପାରିଲେ ବାଦ୍ୟଯନ୍ତ୍ର କାରିଗର ଭାବେ ସେମାନେ କୁଳବେଉସାକୁ ବଞ୍ଚାଇ ରଖିପାରିବେ ବୋଲି କହିଛନ୍ତି।
ଏହି ପରିବାର ଯାଜପୁର ଜିଲା ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତର ନୂଆଗାଁରେ ରହୁଛନ୍ତି। ତାଙ୍କ ପୂର୍ବପୁରୁଷ ଝାଡ଼ଖଣ୍ଡ ରାଜ୍ୟର ମୂଳନିବାସୀ। ଏହି ପରିବାରର ଦୁଇ ପୂର୍ବ ପିଢି ଜାମସେଦପୁରରୁ ଆସି ଏଠାରେ ବସବାସ କରୁଛନ୍ତି। ମୃଦଙ୍ଗ, ଢୋଲକ, ତବଲା, ଖୋଳ, ମର୍ଦଳ, ଢେମସା ଓ ପଖଜ ପରି ବାଦ୍ୟଯନ୍ତ୍ର ତିଆରି ଓ ମରାମତି ଏମାନଙ୍କ କୁଳ ବେଉସା। ପିଢ଼ିପରେ ପିଢ଼ି ଏହି କାମରେ ଗୁଜୁରାଣ ମେଣ୍ଟାଉଥିବା ପରିବାରର ମହିଳା ଓ ସେମାନଙ୍କ ପୁଅ, ନାତି ବି ଏହି କାରିଗରି କାମ କରୁଛନ୍ତି। ମୃଦଙ୍ଗ ଓ ଅନ୍ୟ ବାଦ୍ୟଯନ୍ତ୍ର ନିର୍ମାଣ ପାଇଁ କୁମ୍ଭାର ଘର ମାଟି ନିର୍ମିତ ହାଣ୍ଡି ଓ ଚମଡ଼ା କଞ୍ଚାମାଲ ରୂପେ ବ୍ୟବହାର ହୋଇଥାଏ। ଆବଶ୍ୟକ ଚମଡ଼ାକୁ ଯାଜପୁର ଟାଉନ ଓ ଭଦ୍ରକ ଆଦି ଅଞ୍ଚଳରୁ ଯୋଗାଡ କରିବାକୁ ପଡ଼ିଥାଏ।
କାରିଗର ଶ୍ରୀହରିଙ୍କ କହିବା ମୁତାବକ, ଦୁଇଟି ମୃଦଙ୍ଗ ତିଆରି ପାଇଁ ସେମାନଙ୍କୁ ୩ରୁ ୪ଦିନ ସମୟ ଲାଗିଥାଏ। ସେହି ମୃଦଙ୍ଗକୁ ସେମାନେ ୪ରୁ ୫ହଜାର ଟଙ୍କାରେ ବିକ୍ରି କରନ୍ତି। ଏବେ ବଜାର ଚାହିଦା ନ ଥିବାରୁ ଓ ବିକ୍ରି ପାଇଁ ବଜାର ନ ଥିବାରୁ ଏସବୁ ବାଦ୍ୟଯନ୍ତ୍ର ବିକ୍ରି ପାଇଁ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏଠାରେ ଚମଡ଼ା ମୂଲ୍ୟ ଏବେ ଆକାଶଛୁଆଁ ରହିଛି। ରାଜ୍ୟ ବାହାରୁ ଶସ୍ତାରେ ଚମଡ଼ା କିଣି ଆଣିବା ମଧ୍ୟ ବ୍ୟୟସାପେକ୍ଷ ହେଉଥିବାରୁ ଅନେକ ସମୟରେ ହଇରାଣ ହେବାକୁ ପଡୁଛି। ଘର ନିକଟରେ ଚାଲିଥିବା ବାଦ୍ୟଯନ୍ତ୍ର ନିର୍ମାଣ ଓ ମରାମତି କାମ ପାଇଁ ସମ୍ବଲପୁର, ଭଦ୍ରକ, କେନ୍ଦୁଝର ଓ କଟକ ଜିଲାରୁ କିଛି କିଛି ଅର୍ଡର ଆସିଥାଏ। ମାତ୍ର ତିଆରି ଖର୍ଚ୍ଚ ବଢ଼ିଯାଇଥିବାରୁ ଏବଂ ଅଧିକ ପରିମାଣର ବିକ୍ରି ହେଉ ନ ଥିବାରୁ ଲାଭ ସେତେ ଅଧିକ ହେଉ ନ ଥିବା ଶ୍ରୀ ହରି ପ୍ରକାଶ କରିଛନ୍ତି। ସେହିପରି ବାପା ଜେଜେବାପାଙ୍କ ଅମଳରୁ ଚାଲି ଆସିଥିବା ଏହି କୌଳିକ ବୃତ୍ତି ଆଗକୁ ପରବର୍ତ୍ତୀ ପିଢି ଆଦରି ନେବା ସମ୍ଭବ ନୁହେଁ। ତେଣୁ ପରିବାରର ପିଲାମାନେ ନିଜ କୌଳିକ ବୃତ୍ତିରୁ ମୁହଁ ଫେରାଇ କାରଖାନା ମୁହାଁ ହେଉଥିବା ବଡ଼ ଭାଇ ଧନେଶ୍ୱର କହିଛନ୍ତି।
ପାଲା ଓ ନାମ ସଂକୀର୍ତ୍ତନ ପରି ଗାଁଗାଁରେ ଥିବା ସାଂସ୍କୃତିକ ପରମ୍ପରା ଦିନକୁ ଦିନ ହଜି ଯାଇଥିବାବେଳେ ମୃଦଙ୍ଗ ପରି ବାଜଣା ବାଦ୍ୟଯନ୍ତ୍ରର ଚାହିଦା ଢେର କମିଛି। ବାଦ୍ୟଯନ୍ତ୍ର କିଣାକିଣି କମୁଥିବାରୁ ଏହାକୁ ନେଇ ପରିବାର ଚଳଣି ଏଠାକାର କାରିଗର ପରିବାର ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କାରିଗରଙ୍କ ପାଇଁ ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ରହିଥିବାବେଳେ ଏହି ପରିବାର ଅଦ୍ୟାବଧି ଏଥିରେ ସାମିଲ ହୋଇ ପାରିନାହାନ୍ତି। ଏ ଦିଗରେ ଦୃଷ୍ଟିଦେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri