ମୃଦଙ୍ଗ କାରିଗରଙ୍କୁ ମିଳୁନି ସରକାରୀ ସହାୟତା

କଳିଙ୍ଗନଗର,୮ା୭(ଶୁଭାଶିଷ ରାଉତ): ଆଜି ବି ଓଡ଼ିଶାର ପୁରପଲ୍ଲୀରେ ସଞ୍ଜ ନଇଁବା ମାତ୍ରେ ଗାଁଗଣ୍ଡାରେ ଗୁଞ୍ଜରିତ ହେଉଛି ସଙ୍କୀର୍ତ୍ତନର ସ୍ବର। ଭାଗବତ ଟୁଙ୍ଗୀରେ ବିଭିନ୍ନ ବାଦ୍ୟ ଯନ୍ତ୍ର ତାଳରେ ବୋଲାଯାଏ ହରିନାମ। ଏସବୁ ପାଇଁ ଆବଶ୍ୟକ ପଡ଼ିଥାଏ ମୃଦଙ୍ଗ, ତବଲା, ଢୋଲକ, ଖୋଳ, ମର୍ଦଳ, ଢେମସା ଓ ପଖଜ ପରି ବାଦ୍ୟଯନ୍ତ୍ର। ଘରେଘରେ ଥିବା ମୃଦଙ୍ଗ ଏବେ କଦବାକ୍ୱଚିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ସମୟର ତାଳରେ ସାଉଣ୍ଡ, ବାର୍‌, ଡିଜେ ଓ ଆଲବମ ସଙ୍ଗୀତ ନିକଟରେ ମୃଦଙ୍ଗ ପରି ବାଦ୍ୟଯନ୍ତ୍ର ଧୀରେଧୀରେ ହଜିଯାଉଛି। ଏପରି ସମୟରେ ଯେଉଁ ଅଳ୍ପ କିଛି ବାଦ୍ୟଯନ୍ତ୍ରର ସ୍ବର ଶୁଭୁଛି। ସେ ସବୁକୁ ବଞ୍ଚାଇ ରଖିଥିବା ୩ କାରିଗର ଭ୍ରାତା ଧନେଶ୍ୱର ଦାସ, ଶ୍ରୀହରି ଦାସ ଓ ସନିଆ ଦାସଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା କହିଛନ୍ତି। ଫଳରେ ସେମାନେ ନିଜ କୂଳ ବେଉସାକୁ ଆଉ ଚଳାଇ ପାରୁ ନ ଥିବା ପ୍ରକାଶ କରିଛନ୍ତି। ସେମାନଙ୍କୁ ସରକାରୀ ସୁବିଧାସୁଯୋଗରେ ସାମିଲ ସହିତ ଆର୍ଥିକ ପ୍ରୋତ୍ସାହନ ମିଳିପାରିଲେ ବାଦ୍ୟଯନ୍ତ୍ର କାରିଗର ଭାବେ ସେମାନେ କୁଳବେଉସାକୁ ବଞ୍ଚାଇ ରଖିପାରିବେ ବୋଲି କହିଛନ୍ତି।
ଏହି ପରିବାର ଯାଜପୁର ଜିଲା ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତର ନୂଆଗାଁରେ ରହୁଛନ୍ତି। ତାଙ୍କ ପୂର୍ବପୁରୁଷ ଝାଡ଼ଖଣ୍ଡ ରାଜ୍ୟର ମୂଳନିବାସୀ। ଏହି ପରିବାରର ଦୁଇ ପୂର୍ବ ପିଢି ଜାମସେଦପୁରରୁ ଆସି ଏଠାରେ ବସବାସ କରୁଛନ୍ତି। ମୃଦଙ୍ଗ, ଢୋଲକ, ତବଲା, ଖୋଳ, ମର୍ଦଳ, ଢେମସା ଓ ପଖଜ ପରି ବାଦ୍ୟଯନ୍ତ୍ର ତିଆରି ଓ ମରାମତି ଏମାନଙ୍କ କୁଳ ବେଉସା। ପିଢ଼ିପରେ ପିଢ଼ି ଏହି କାମରେ ଗୁଜୁରାଣ ମେଣ୍ଟାଉଥିବା ପରିବାରର ମହିଳା ଓ ସେମାନଙ୍କ ପୁଅ, ନାତି ବି ଏହି କାରିଗରି କାମ କରୁଛନ୍ତି। ମୃଦଙ୍ଗ ଓ ଅନ୍ୟ ବାଦ୍ୟଯନ୍ତ୍ର ନିର୍ମାଣ ପାଇଁ କୁମ୍ଭାର ଘର ମାଟି ନିର୍ମିତ ହାଣ୍ଡି ଓ ଚମଡ଼ା କଞ୍ଚାମାଲ ରୂପେ ବ୍ୟବହାର ହୋଇଥାଏ। ଆବଶ୍ୟକ ଚମଡ଼ାକୁ ଯାଜପୁର ଟାଉନ ଓ ଭଦ୍ରକ ଆଦି ଅଞ୍ଚଳରୁ ଯୋଗାଡ କରିବାକୁ ପଡ଼ିଥାଏ।
କାରିଗର ଶ୍ରୀହରିଙ୍କ କହିବା ମୁତାବକ, ଦୁଇଟି ମୃଦଙ୍ଗ ତିଆରି ପାଇଁ ସେମାନଙ୍କୁ ୩ରୁ ୪ଦିନ ସମୟ ଲାଗିଥାଏ। ସେହି ମୃଦଙ୍ଗକୁ ସେମାନେ ୪ରୁ ୫ହଜାର ଟଙ୍କାରେ ବିକ୍ରି କରନ୍ତି। ଏବେ ବଜାର ଚାହିଦା ନ ଥିବାରୁ ଓ ବିକ୍ରି ପାଇଁ ବଜାର ନ ଥିବାରୁ ଏସବୁ ବାଦ୍ୟଯନ୍ତ୍ର ବିକ୍ରି ପାଇଁ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏଠାରେ ଚମଡ଼ା ମୂଲ୍ୟ ଏବେ ଆକାଶଛୁଆଁ ରହିଛି। ରାଜ୍ୟ ବାହାରୁ ଶସ୍ତାରେ ଚମଡ଼ା କିଣି ଆଣିବା ମଧ୍ୟ ବ୍ୟୟସାପେକ୍ଷ ହେଉଥିବାରୁ ଅନେକ ସମୟରେ ହଇରାଣ ହେବାକୁ ପଡୁଛି। ଘର ନିକଟରେ ଚାଲିଥିବା ବାଦ୍ୟଯନ୍ତ୍ର ନିର୍ମାଣ ଓ ମରାମତି କାମ ପାଇଁ ସମ୍ବଲପୁର, ଭଦ୍ରକ, କେନ୍ଦୁଝର ଓ କଟକ ଜିଲାରୁ କିଛି କିଛି ଅର୍ଡର ଆସିଥାଏ। ମାତ୍ର ତିଆରି ଖର୍ଚ୍ଚ ବଢ଼ିଯାଇଥିବାରୁ ଏବଂ ଅଧିକ ପରିମାଣର ବିକ୍ରି ହେଉ ନ ଥିବାରୁ ଲାଭ ସେତେ ଅଧିକ ହେଉ ନ ଥିବା ଶ୍ରୀ ହରି ପ୍ରକାଶ କରିଛନ୍ତି। ସେହିପରି ବାପା ଜେଜେବାପାଙ୍କ ଅମଳରୁ ଚାଲି ଆସିଥିବା ଏହି କୌଳିକ ବୃତ୍ତି ଆଗକୁ ପରବର୍ତ୍ତୀ ପିଢି ଆଦରି ନେବା ସମ୍ଭବ ନୁହେଁ। ତେଣୁ ପରିବାରର ପିଲାମାନେ ନିଜ କୌଳିକ ବୃତ୍ତିରୁ ମୁହଁ ଫେରାଇ କାରଖାନା ମୁହାଁ ହେଉଥିବା ବଡ଼ ଭାଇ ଧନେଶ୍ୱର କହିଛନ୍ତି।
ପାଲା ଓ ନାମ ସଂକୀର୍ତ୍ତନ ପରି ଗାଁଗାଁରେ ଥିବା ସାଂସ୍କୃତିକ ପରମ୍ପରା ଦିନକୁ ଦିନ ହଜି ଯାଇଥିବାବେଳେ ମୃଦଙ୍ଗ ପରି ବାଜଣା ବାଦ୍ୟଯନ୍ତ୍ରର ଚାହିଦା ଢେର କମିଛି। ବାଦ୍ୟଯନ୍ତ୍ର କିଣାକିଣି କମୁଥିବାରୁ ଏହାକୁ ନେଇ ପରିବାର ଚଳଣି ଏଠାକାର କାରିଗର ପରିବାର ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କାରିଗରଙ୍କ ପାଇଁ ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ରହିଥିବାବେଳେ ଏହି ପରିବାର ଅଦ୍ୟାବଧି ଏଥିରେ ସାମିଲ ହୋଇ ପାରିନାହାନ୍ତି। ଏ ଦିଗରେ ଦୃଷ୍ଟିଦେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri