କାହିଁକି ଉତ୍ତରୀୟରେ ଶଙ୍ଖ ଚିହ୍ନ ନାହିଁ

ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ବଦଲି ପଞ୍ଚାୟତ ବଦଲିରେ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବାଙ୍କ ତରଫରୁ ବିଜୁ ଜନତା ଦଳ ଯୁବ, ଛାତ୍ର, ମହିଳାମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ପଡ଼ିଆ ଜିଲା ପରିଷଦ ସଭ୍ୟା ସୁରଭି ଭୌମିକ, ଜି. ଶ୍ରୀନିବାସ ରାଓ ଓ ପରିତୋଷ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନକୁ ସୁଦୃଢ କରିବା, ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ରାବା କର୍ମୀମାନଙ୍କୁ ଆହ୍ବାନ ଦେଇଥିଲ। ବୈଠକରେ ଜିଲା ସଭାପତି ମାନସ ମାଡକାମି ଓ ଅନେକ ଦଳୀୟ ବରିଷ୍ଠ ନେତା ଉପସ୍ଥିତ ନ ଥିବା ଏବଂ ମଞ୍ଚାସୀନ ନେତାମାନେ ଦଳୀୟ ଚିହ୍ନ ନ ଥିବା ଉତ୍ତରୀୟ ପକାଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ମାନସ ମାଡକାମିଙ୍କୁ ପଚାରିବାରୁ ଜିଲାରେ ବିଜୁ ଜନତା ଦଳ ସଂଗଠନ ସୁଦୃଢ ଅଛି। ଆମ ମଧ୍ୟରେ କୌଣସି ଭେଦଭାବ ନାହିଁ, ସମସ୍ତେ ମିଶି ଆମେ ଦଳ ପାଇଁ କାମ କରୁଛୁ, ଟିକେଟ କିଏ ପାଇବେ ନ ପାଇବେ ତାହା ଦଳୀୟ ମୁଖ୍ୟଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଥିଲେ। ଏଭଳି କହି ମାନସ ଦଳୀୟ ଚିହ୍ନ ନ ଥିବା କଥାକୁ ଏଡାଇ ଯାଇଥିଲେ।
ନିର୍ବାଚନରେ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକେଟ ପାଇଁ ଦଳ ତରଫରୁ ୩ ଗୋଷ୍ଠୀ ନିଜର ସମର୍ଥକଙ୍କୁ ନେଇ ଭୁବନେଶ୍ୱରରେ ଦଳ ମୁଖ୍ୟଙ୍କଠାରେ ଦାବିକରି ଆସିଥିଲେ। ଏହି ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ମାନସ ମାଡକାମି ଓ ଯୁବନେତା ଆଡମା ରାବାଙ୍କ ସମର୍ଥକ ଥିଲେ। କିନ୍ତୁ ଶେଷରେ ମୁକୁନ୍ଦଙ୍କୁ ବିଧାୟକ ପ୍ରାର୍ଥୀ ଟିକେଟ ଦିଆଯାଇଥିଲା। କିନ୍ତୁ ସେ ନିର୍ବାଚନରେ ହାରିଯିବାରୁ ଭାଜପାର ଆଦିତ୍ୟ ମାଢ଼ି ବିଜୟୀ ହୋଇଥିଲେ। ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରି ଜିଲା ଗସ୍ତକରି ଦଳକୁ ସୁଦୃଢ କରିବା ପାଇଁ ମାନସ ମାଡକାମି ଏବଂ ଆଡମା ରାବାଙ୍କୁ ବିଭିନ୍ନ ଦଳୀୟ ପଦପଦବୀରେ ଥଇଥାନ କରିଛନ୍ତି। ମାନସ କିଛି ବର୍ଷ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କଲା ପରେ ତାଙ୍କୁ ଦଳ ଜିଲା ସଭାପତି ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତୀ ସମୟରେ ଆଡମାଙ୍କୁ ପୁନର୍ବାର ଦ୍ୱିତୀୟ ଥର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ଏବେ ଦାୟିତ୍ୱ ଦିଆଯାଇଛି। ୧ବର୍ଷ ହେବ ଏହି ନେତାମାନେ ଦଳର ଅନ୍ୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଧରି ମିଳିତ ଭାବେ ଦଳର ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଗାଁକୁ ଗାଁ ବୁଲି ପ୍ରଚାର କରିଥିଲେ। ପରେ ଆମ ଓଡ଼ିଶା ନବୀନ ଓଡ଼ିଶା, ଘରେ ଘରେ ଶଙ୍ଖ, ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଚେଷ୍ଟା ଚଲାଇଛନ୍ତି।
ଆଗକୁ ଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରେ ମାନସ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଥିବାରୁ ଅନ୍ୟ ଆଶାୟୀମାନେ ଏଥିରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଆଡମା ଜଣେ ଯୁବ ସଂଗଠକ। ବର୍ତ୍ତମାନ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲା ବେଳେ ଯୁବ, ଛାତ୍ର ଓ ମହିଳା ସଂଗଠନର ସଭାପତି ଅଛନ୍ତି। ତାଙ୍କ ସମର୍ଥକମାନେ ଦଳୀୟ ଟିକେଟ ପାଇବା ପାଇଁ ଆଶା ରଖିଥିବା ବେଳେ ମାନସ ମାଡକାମି ଟିକେଟ ପାଇବା ଅଧିକ ସମ୍ଭାବନା ଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri