Posted inରାଜ୍ୟ

‘କାଳିଆ’ ପାଇଁ ହୋଇନାହିଁ ବ୍ୟୟବରାଦ, ମୁଖ୍ୟମନ୍ତ୍ରୀ କହିଲେ ଏପରି

ଭୁବନେଶ୍ୱର,୨୫।୭: ବିଜେଡି ସରକାର ଅମଳରେ ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟରେ ସରକାର ବଦଳିବା ପରେ ଏହି ଯୋଜନାରେ ଥିବା ୪୬ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ସହାୟତା ରାଶି ପାଇବେ କି ନାହିଁ ସନ୍ଦେହରେ ରହିଛନ୍ତି। କାରଣ ଭାଜପା ସରକାରଙ୍କ ପ୍ରଥମ ବଜେଟରେ ‘କାଳିଆ’ ପାଇଁ ବ୍ୟୟବରାଦ ହୋଇ ନାହିଁ।

ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୩୧ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି। କଳିଆ ଯୋଜନାରେ ୪୬ ଲକ୍ଷ ଚାଷୀ ଉପକୃତ ହେଉଥିଲେ। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ଯୋଜନାରେ ରାଜ୍ୟର ୧ କୋଟି ଚାଷୀ ସାମିଲ ହେବେ।

ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ଷମତାସୀନ ହୋଇଥିବା ଭାଜପା ସରକାର ଏହାକୁ ହୃଦୟଙ୍ଗମ କରି ନିଜ ପ୍ରଥମ ବଜେଟରେ ‘ସମୃଦ୍ଧ କୃଷକ ଯୋଜନା’ର ପରିକଳ୍ପନା କରିଛନ୍ତି। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଗୁରୁବାର ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ୧୦ ସ୍ତମ୍ଭର ସର୍ବାଗ୍ରେ ରହିଛନ୍ତି ରାଜ୍ୟର ଅନ୍ନଦାତା (କୃଷକ)। ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପିତ ‘ଅମୃତ କାଳ’ର ସ୍ବପ୍ନ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ବୃହତ୍ତମ ନିଯୁକ୍ତି କ୍ଷେତ୍ର। କୃଷି କ୍ଷେତ୍ରରେ ରାଜ୍ୟର ମୋଟ ଶ୍ରମଶକ୍ତିର ୪୫.୮% ନିୟୋଜିତ ହୋଇଥିବାବେଳେ ଏହାର ଯୋଗଦାନ ଗ୍ରସ୍‌ ଷ୍ଟେଟ୍‌ ଭାଲ୍ୟୁ ଆଡେଡ୍‌ (ଜିଏସ୍‌ଭିଏ)ର ୨୨.୫%। ୨୦୨୩-୨୪ ଆର୍ଥିକବର୍ଷରେ କୃଷି କ୍ଷେତ୍ରକୁ ୨୪,୮୨୯ କୋଟି ଟଙ୍କା ଦିଆଯାଇଥିବାବେଳେ ୨୦୨୪-୨୫ ଆର୍ଥିକବର୍ଷର ବଜେଟରେ ଏଥିରେ ୩୬% ବୃଦ୍ଧିକରି ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଜାତୀୟସ୍ତରରେ ଓଡ଼ିଶା ଚତୁର୍ଥ ବୃହତ୍‌ ଧାନ ଯୋଗାଣକାରୀ ରାଜ୍ୟ। ଏହି ଯୋଜନାରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କାରେ କିଣାଯିବ, ଯାହାକି ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ଠାରୁ ୮୦୦ ଟଙ୍କା ଅଧିକ। ମଣ୍ଡିରେ କଟନି ଛଟନି ବ୍ୟବସ୍ଥାକୁ ରୋକାଯିବା ସହ ଧାନ କ୍ରୟ ବ୍ୟବସ୍ଥାର ସରଳୀକରଣ କରାଯିବ। ଡିବିଟି ମୋଡ୍‌ ପାଇଁ ପଞ୍ଜୀକୃତ କୃଷକମାନେ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?