ମହାପ୍ରଭୁଙ୍କ ସେବାରେ ଆନନ୍ଦ ମିଳେ

ଖୋର୍ଦ୍ଧା ଅଫିସ,୪।୫: ପବିତ୍ର ଅକ୍ଷୟତୃତୀୟାରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତିନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମରେ ଚାଲିଛି ସୂତାଲୁଗା ଓ ପାଟବସ୍ତ୍ର ପ୍ରସ୍ତୁତି। ଗ୍ରାମର ଗୋପୀନାଥ ଦାସଙ୍କ ପରିବାର ଏହି କାର୍ଯ୍ୟରେ ଲାଗିଛନ୍ତି। ସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା, ବାହୁଡ଼ା ଏବଂ ରଥରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଲାଗି କରାଯାଇଥାଏ। ରଥଯାତ୍ରାରେ ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତଗୋବିନ୍ଦ ପାଟ, ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ଗରା ଜଳ ପାଇଁ ଅଧର ଗାମୁଛା, ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ୍‌ ଲେଖାଏ ଚେହେଲି ପାଟ, ବଡ଼ସିଂହାର ବେଶ ଲାଗି ଜୟଦେବ ଗୀତଗୋବିନ୍ଦଙ୍କ ଶ୍ଳୋକ ଲେଖାଥିବା ଗୀତଗୋବିନ୍ଦ ପାଟ, ସପ୍ତବିଗ୍ରହ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ଅନ୍ୟ ସେବା ଲାଗି ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନି, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିପୁଟା ବସ୍ତ୍ର ପ୍ରସ୍ତୁତି ଚାଲିଛି। ବରିଷ୍ଠ ବୁଣାକାର ଗୋପୀନାଥ କୁହନ୍ତି, ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରଥଯାତ୍ରା-୨୦୨୨ ଲାଗି ତାଲିକା ମିଳିବା ପରେ ବୁଣାକାମ ଚାଲିଛି। ଆସନ୍ତା ମେ’ ୧୫ ତାରିଖ ପୂର୍ବରୁ ସମସ୍ତ ସୂତାଲୁଗା ଓ ପାଟବସ୍ତ୍ର କାର୍ଯ୍ୟାଳୟରେ ପଇଠ ଲାଗି ନିର୍ଦ୍ଦେଶ ରହିଛି। ବୁଣାକାମ ଯୋରସୋରରେ ଚାଲିଥିବା ବେଳେ ମଙ୍ଗଳବାର ସୁଦ୍ଧା ୭୫ ପ୍ରତିଶତ କାର୍ଯ୍ୟ ସରିଛି ବୋଲି ସେ କହିଛନ୍ତି।
ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ୧୯୯୩ ମସିହାରେ ଏହି ଗ୍ରାମର ମଧୁସୂଦନ ଓ୍ବେଲ୍ଡିଂ ଫ୍ୟାକ୍ଟ୍ରିର ମାଲିକ ମଧୁସୂଦନ ଦାସ ପ୍ରଥମ ଥର ପାଇଁ ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ସୂତାଲୁଗା ଓ ପାଟବସ୍ତ୍ର ବୁଣି ଯୋଗାଇଥିଲେ। ଏବେ ତାଙ୍କ ପୁଅ ଗୋପୀନାଥ ଓ ପରିବାର ସଦସ୍ୟ ମହାପ୍ରଭୁଙ୍କ ସେବା ଲାଗି ବର୍ଷସାରା ପାଟ, ସୂତାବସ୍ତ୍ର ଓ ଲୁଗା ଯୋଗାଇ ଆସୁଛନ୍ତି। ଏଥିସହ ଗ୍ରାମର ଅନ୍ୟ ବୁଣାକାର ପରିବାର ମଧ୍ୟ ବୁଣା କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି। ଏହି ବୁଣାକାମରେ ଗୋପୀନାଥଙ୍କ ୯୨ ବର୍ଷୀୟା ମା’ ଆସେଲି, ଭାଇ ରାମଚନ୍ଦ୍ର, ଭଗବାନ, ଗୋବିନ୍ଦ ଚନ୍ଦ୍ର, କୈଳାସ ଚନ୍ଦ୍ର, ରବୀନ୍ଦ୍ର କୁମାର, ଅଶୋକଙ୍କ ସମେତ ନିମାଇଁ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ବର ପାତ୍ର ପ୍ରମୁଖ ବୁଣାକାମରେ ଲାଗିଛନ୍ତି। ମହାପ୍ରଭୁଙ୍କ ସେବାରେ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ଏହି ପରିବାର କହିଛନ୍ତି। ଗୋପୀନାଥ କୁହନ୍ତି, ବାପା ଥରେ ଶ୍ରୀକ୍ଷେତ୍ରରେ ରଥରେ ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ବଳ ହୋଇପଡିଥିଲେ। ମହାପ୍ରଭୁଙ୍କ ଲାଗି ବସ୍ତ୍ର ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ସେବାର ସୁଯୋଗ ମିଳିଥିଲା। ସେବେ ଠାରୁ ଏହି ସେବା ଜାରି ରହିଛି। ବସ୍ତ୍ର ପ୍ରସ୍ତୁତି ପୂର୍ବରୁ ଘର ଲିପାପୋଛା କରାଯାଇଥାଏ। ଆରମ୍ଭ ଦିନଠାରୁ ଶେଷ ପର୍ଯ୍ୟନ୍ତ ଏଥିରେ ଲାଗିଥିବା ସମସ୍ତ ସଦସ୍ୟ ଶୁଦ୍ଧପୂତ ଭାବେ ମହାପ୍ରଭୁଙ୍କ ସ୍ମରଣ କରି ବୁଣାକାମରେ ଲାଗିଥାନ୍ତି। କେତେବେଳେ ଦିନ ଗଡି ସଞ୍ଜ ହୋଇଯାଏ ଜଣାପଡେନି ବୋଲି ବୁଣାକାରମାନେ କହିଛନ୍ତି। ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ଠାକୁରଙ୍କ ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ପରୋକ୍ଷରେ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରନ୍ତି ଏହି ବୁଣାକାର ପରିବାର।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri