ମହାପ୍ରଭୁଙ୍କ ସେବାରେ ଆନନ୍ଦ ମିଳେ

ଖୋର୍ଦ୍ଧା ଅଫିସ,୪।୫: ପବିତ୍ର ଅକ୍ଷୟତୃତୀୟାରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତିନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମରେ ଚାଲିଛି ସୂତାଲୁଗା ଓ ପାଟବସ୍ତ୍ର ପ୍ରସ୍ତୁତି। ଗ୍ରାମର ଗୋପୀନାଥ ଦାସଙ୍କ ପରିବାର ଏହି କାର୍ଯ୍ୟରେ ଲାଗିଛନ୍ତି। ସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା, ବାହୁଡ଼ା ଏବଂ ରଥରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଲାଗି କରାଯାଇଥାଏ। ରଥଯାତ୍ରାରେ ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତଗୋବିନ୍ଦ ପାଟ, ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ଗରା ଜଳ ପାଇଁ ଅଧର ଗାମୁଛା, ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ୍‌ ଲେଖାଏ ଚେହେଲି ପାଟ, ବଡ଼ସିଂହାର ବେଶ ଲାଗି ଜୟଦେବ ଗୀତଗୋବିନ୍ଦଙ୍କ ଶ୍ଳୋକ ଲେଖାଥିବା ଗୀତଗୋବିନ୍ଦ ପାଟ, ସପ୍ତବିଗ୍ରହ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ଅନ୍ୟ ସେବା ଲାଗି ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନି, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିପୁଟା ବସ୍ତ୍ର ପ୍ରସ୍ତୁତି ଚାଲିଛି। ବରିଷ୍ଠ ବୁଣାକାର ଗୋପୀନାଥ କୁହନ୍ତି, ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରଥଯାତ୍ରା-୨୦୨୨ ଲାଗି ତାଲିକା ମିଳିବା ପରେ ବୁଣାକାମ ଚାଲିଛି। ଆସନ୍ତା ମେ’ ୧୫ ତାରିଖ ପୂର୍ବରୁ ସମସ୍ତ ସୂତାଲୁଗା ଓ ପାଟବସ୍ତ୍ର କାର୍ଯ୍ୟାଳୟରେ ପଇଠ ଲାଗି ନିର୍ଦ୍ଦେଶ ରହିଛି। ବୁଣାକାମ ଯୋରସୋରରେ ଚାଲିଥିବା ବେଳେ ମଙ୍ଗଳବାର ସୁଦ୍ଧା ୭୫ ପ୍ରତିଶତ କାର୍ଯ୍ୟ ସରିଛି ବୋଲି ସେ କହିଛନ୍ତି।
ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ୧୯୯୩ ମସିହାରେ ଏହି ଗ୍ରାମର ମଧୁସୂଦନ ଓ୍ବେଲ୍ଡିଂ ଫ୍ୟାକ୍ଟ୍ରିର ମାଲିକ ମଧୁସୂଦନ ଦାସ ପ୍ରଥମ ଥର ପାଇଁ ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ସୂତାଲୁଗା ଓ ପାଟବସ୍ତ୍ର ବୁଣି ଯୋଗାଇଥିଲେ। ଏବେ ତାଙ୍କ ପୁଅ ଗୋପୀନାଥ ଓ ପରିବାର ସଦସ୍ୟ ମହାପ୍ରଭୁଙ୍କ ସେବା ଲାଗି ବର୍ଷସାରା ପାଟ, ସୂତାବସ୍ତ୍ର ଓ ଲୁଗା ଯୋଗାଇ ଆସୁଛନ୍ତି। ଏଥିସହ ଗ୍ରାମର ଅନ୍ୟ ବୁଣାକାର ପରିବାର ମଧ୍ୟ ବୁଣା କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି। ଏହି ବୁଣାକାମରେ ଗୋପୀନାଥଙ୍କ ୯୨ ବର୍ଷୀୟା ମା’ ଆସେଲି, ଭାଇ ରାମଚନ୍ଦ୍ର, ଭଗବାନ, ଗୋବିନ୍ଦ ଚନ୍ଦ୍ର, କୈଳାସ ଚନ୍ଦ୍ର, ରବୀନ୍ଦ୍ର କୁମାର, ଅଶୋକଙ୍କ ସମେତ ନିମାଇଁ ଚରଣ କୁଣ୍ଡୁ, କାର୍ତ୍ତିକେଶ୍ବର ପାତ୍ର ପ୍ରମୁଖ ବୁଣାକାମରେ ଲାଗିଛନ୍ତି। ମହାପ୍ରଭୁଙ୍କ ସେବାରେ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ଏହି ପରିବାର କହିଛନ୍ତି। ଗୋପୀନାଥ କୁହନ୍ତି, ବାପା ଥରେ ଶ୍ରୀକ୍ଷେତ୍ରରେ ରଥରେ ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ବଳ ହୋଇପଡିଥିଲେ। ମହାପ୍ରଭୁଙ୍କ ଲାଗି ବସ୍ତ୍ର ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ସେବାର ସୁଯୋଗ ମିଳିଥିଲା। ସେବେ ଠାରୁ ଏହି ସେବା ଜାରି ରହିଛି। ବସ୍ତ୍ର ପ୍ରସ୍ତୁତି ପୂର୍ବରୁ ଘର ଲିପାପୋଛା କରାଯାଇଥାଏ। ଆରମ୍ଭ ଦିନଠାରୁ ଶେଷ ପର୍ଯ୍ୟନ୍ତ ଏଥିରେ ଲାଗିଥିବା ସମସ୍ତ ସଦସ୍ୟ ଶୁଦ୍ଧପୂତ ଭାବେ ମହାପ୍ରଭୁଙ୍କ ସ୍ମରଣ କରି ବୁଣାକାମରେ ଲାଗିଥାନ୍ତି। କେତେବେଳେ ଦିନ ଗଡି ସଞ୍ଜ ହୋଇଯାଏ ଜଣାପଡେନି ବୋଲି ବୁଣାକାରମାନେ କହିଛନ୍ତି। ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ଠାକୁରଙ୍କ ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ପରୋକ୍ଷରେ ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରନ୍ତି ଏହି ବୁଣାକାର ପରିବାର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri