ଆବର୍ଜନା ଖତ ପ୍ରତି ବଢ଼ୁଛି ଆଗ୍ରହ

ଅନୁଗୋଳ ଅଫିସ, ୨୦ା୧୧

ସହରୀ ଆବର୍ଜନାରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଜରିଆରେ ଖତ ଉତ୍ପାଦନ କରାଯାଉଛି। ଅନୁଗୋଳର ୩ଟି ଏମ୍‌ସିସିରେ ଏହି ପ୍ରକ୍ରିୟା ଜାରି ରହିଛି। କେଇ ମାସ ମଧ୍ୟରେ ଏଠାରୁ ୧୫ କୁଇଣ୍ଟାଲ ଖତ ଉତ୍ପାଦନ କରାଯାଇଥିବା ବେଳେ ସେଥିରୁ ୧୦ କୁଇଣ୍ଟାଲ ବିକ୍ରି ହୋଇସାରିଛି। କିଲୋଗ୍ରାମ ପ୍ରତି ମାତ୍ର ୨୦ ଟଙ୍କାରେ ଜୈବିକ ସାର ମିଳୁଥିବାରୁ ଏହା ନେବାକୁ ଅନେକେ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରି କି କେତେଜଣ ଚାଷୀ ଏହି ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଏମ୍‌ସିସିରୁ ବୁଝିକରି ଯାଉଥିବା ସୂଚନା ମିଳିଛି।
ଗତ ଅଗଷ୍ଟ ୩୧ରୁ ସହରୀ ଅଳିଆରୁ ଜୈବିକ ସାର ପ୍ରସ୍ତୁତି କାର୍ଯ୍ୟ ଅନୁଗୋଳରେ ଆରମ୍ଭ ହୋଇଛି। ହେମସୁରପଡ଼ାରେ ଥିବା ଏମ୍‌ସିସି ଦାୟିତ୍ୱ ମା’ ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ମିଶ୍ରପଡ଼ା ଏମ୍‌ସିସିକୁ ଚନ୍ଦ୍ରଶେଖର ସ୍ବୟଂ ସହାୟକ ଗୋଷ୍ଠୀ ଓ ହୁଲୁରିସିଂହା ଏମ୍‌ସିସି ପରିଚାଳନା ଧରିତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ନ୍ୟସ୍ତ କରାଯାଇଛି। ପୌରପାଳିକା ପକ୍ଷରୁ ପ୍ରତି ଏମ୍‌ସିସିକୁ ଏଥିପାଇଁ ମାସିକ ୩୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ଏହି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ଯାଉଥିବା ଅଳିଆକୁ ପ୍ରଥମେ ପୃଥକ୍‌ ପୃଥକ୍‌ ଭାବେ ସଂଗ୍ରହ କରାଯାଉଛି। ସେଥିରୁ ଓଦା ଓ ଶୁଖିଲା ଅଲଗା କରାଯିବା ପରେ ତାହାର ପ୍ରକ୍ରିୟାକରଣ ଆରମ୍ଭ ହେଉଛି। ସଂଗୃହୀତ ଆବର୍ଜନା ସହ ଜୈବିକ ରସାୟନ ମିଶ୍ରଣ କରି ଗୋଳା କରାଯାଇ ଭଲ ଭାବେ ଶୁଖାଯାଉଛି। ପରେ ଗୋବର ସହ ଏହାକୁ ଫେଣ୍ଟାଯାଉଛି। ଏହା ଶୁଖିଗଲା ପରେ ସେଥିରୁ ଜୈବିକ ସାର ବାହାର କରାଯାଉଛି। ଏମ୍‌ସିସି ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି କାର୍ଯ୍ୟ ଅତି ନିଖୁଣ ଭାବେ କରିବା ପରେ କିଲୋଗ୍ରାମ ପିଛା ୨୦ ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏକ ବାୟୋ ଅର୍ଗାନିକ୍‌ ଫାର୍ମକୁ ଏହି ଖତ ପ୍ରଦାନ କରାଯାଉଥିବାବେଳେ କେତେଜଣ ଚାଷୀ ମଧ୍ୟ ଖତ କିଣୁଛନ୍ତି। ବାଡ଼ି ବଗିଚା ପାଇଁ ମଧ୍ୟ ସହରର ସାଧାରଣ ଲୋକେ ଜୈବିକ ସାର କିଣି ନେଉଛନ୍ତି। ବର୍ତ୍ତମାନ ମାନୁଆଲ (ହାତ ପ୍ରସ୍ତୁତ) ଭାବେ କାର୍ଯ୍ୟ କରାଯାଉଥିବା ବେଳେ ଆଗାମୀ ଦିନରେ ବିଦ୍ୟୁତ୍‌ ସଂଯୋଗ ହେଲେ ମେଶିନ ମାଧ୍ୟମରେ ଅଧିକ ଖତ ଉତ୍ପାଦନ ହୋଇପାରିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଆବର୍ଜନା କାମରେ ଲାଗୁଛି
ସହରୀ ଆବର୍ଜନାକୁ ନେଇ ଆଉ ଚିନ୍ତା ନାହିଁ। ସେଥିରୁ ଏମ୍‌ସିସିରେ ଖତ ପ୍ରସ୍ତୁତ କରାଯାଇ ଚାଷରେ ବ୍ୟବହାର କରାଯାଉଛି। ଏ ନେଇ ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ମାସକୁ ମାସ ପାଉଣା ମିଳୁଥିବାରୁ ଖତ ପ୍ରସ୍ତୁତ କରିବାକୁ ଆଗ୍ରହ ବଢ଼ୁଛି।
-ଝରଣା ସାମନ୍ତରାୟ, ସଭାପତି, ମା’ ଅମ୍ବିକା ଏସ୍‌ଏଚ୍‌ଜି
ଏମ୍‌ସିସିକୁ ଆସୁଛନ୍ତି ଚାଷୀ
ମିଶ୍ରପଡ଼ା ଏମ୍‌ସିସିରୁ ବାହାରିଥିବା ଖତ ମଧ୍ୟରୁ ୫୦ କିଲୋଗ୍ରାମ ବିକ୍ରି ହୋଇସାରିଲାଣି। କିଲୋ ପିଛା ୨୦ ଟଙ୍କାରେ ଏହି ଜୈବିକ ସାର ମିଳୁଥିବାରୁ ଏହାକୁ ନେବାକୁ ଯେ କେହି ଆଗ୍ରହ ଦେଖାଇବା ସ୍ବାଭାବିକ। କେତେଜଣ ଚାଷୀ ଏମ୍‌ସିସି ଆସି ପ୍ରସ୍ତୁତି ନେଇ ବୁଝୁଥିବା ଦେଖାଯାଉଛି।
-ଧୁଲଣା ଦେହୁରୀ, ସଭାପତି, ମିଶ୍ରପଡ଼ା ଚନ୍ଦ୍ରଶେଖର ଏସ୍‌ଏଚ୍‌ଜି
ଅଧିକ ପ୍ରଚାର ପ୍ରସାର କରାଯାଉ
ଜୈବିକ ଖତର ଏବେ ଚାହିଦା ଅଧିକ। କିଏ ନିଜ ଜମିରେ ବ୍ୟବହାର କରୁଛି ତ ଆଉ କିଏ କିଚେନ ଗାର୍ଡେନ ବା ବଗିଚା ପାଇଁ ସଂଗ୍ରହ କରୁଛନ୍ତି। ଏ ନେଇ ଅଧିକରୁ ଅଧିକ ପ୍ରଚାର ପ୍ରସାର କରାଗଲେ ଏହାର ବ୍ୟବହାର ବୃଦ୍ଧି ପାଇବା ସହ ଚାଷୀମାନେ ଭଲ ଫସଲ ଅମଳ କରିପାରିବେ।
-କାଞ୍ଚନ ସିଂହ, ଅନୁଗୋଳ
ବିଦ୍ୟୁତ୍‌ ସଂଯୋଗ ହେଲେ ଉପତ୍ାଦନ ବଢ଼ିବ
ଅନୁଗୋଳର ୩ଟି ଏମ୍‌ସିସିରେ ଖତ ପ୍ରସ୍ତୁତ କରାଯାଉଛି। ଏବେ ମାନୁଆଲ ପଦ୍ଧତିରେ ଏହା ହେଉଛି। ସମସ୍ତ ଏମ୍‌ସିସିରେ ଅତ୍ୟାଧୁନିକ ମେଶିନ୍‌ ବସି ସାରିଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ତେଣୁ ମେଶିନ କାର୍ଯ୍ୟକ୍ଷମ ହେଲେ ଉପତ୍ାଦନ ବୃଦ୍ଧି ପାଇବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri