ବାଇଡେନ୍‌ଙ୍କୁ ନେଇ ବଢ଼ୁଛି ଉତ୍କଣ୍ଠା

ନୂଆଦିଲ୍ଲୀ, ୮।୧୧: ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବାଇଡେନ୍‌ ନିର୍ବାଚନ ଜିତି ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ତାଙ୍କ ପ୍ରଶାସନର ଭାରତ ସହ କିଭଳି ସମ୍ପର୍କ ରହିବ ତାହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ବାରାକ ଓବାମାଙ୍କ ସମୟରେ ଦୁଇଥର ଉପରାଷ୍ଟ୍ରପତି ହୋଇଥିବା ବାଇଡେନ୍‌ଙ୍କର ଭାରତ ସହ ଭଲ ସମ୍ପର୍କ ରହିଥିଲା। କେତେକ କ୍ଷେତ୍ରରେ ସେ ଭାରତ ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିକୁ ଅନୁସରଣ କରିବେ ବୋଲି କୁହାଯାଉଥିବାବେଳେ ଅନ୍ୟ କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରନ୍ତି। ବିଶେଷ କରି ପ୍ରତିରକ୍ଷା, ରଣନୀତି ଓ ସୁରକ୍ଷା ସମ୍ପର୍କକୁ ନେଇ ୨୦୦୦ରୁ ଦୁଇ ଦେଶ ମଧ୍ୟରେ ରହିଆସିଥିବା ସମ୍ପର୍କ ଅତୁଟ ରହିପାରେ। ତେବେ ଚାଇନା ପ୍ରତି ଆଭିମୁଖ୍ୟକୁ ନେଇ ବାଇଡେନ୍‌ କ୍ୟାମ୍ପରେ ଭିନ୍ନମତ ରହିଛି, ଯାହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ବାଇଡେନ୍‌ ଓ କମଲା ହାରିସ୍‌
ହ୍ବାଇଟ୍‌ ହାଉସ ଯିଏ ଦଖଲ କରୁ ନା କାହିଁକି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମସ୍ୟା ରହିବ। ଏଚ୍‌-୧ବି ଭିଜା ପରିବର୍ତ୍ତନ ହେବା ସମ୍ଭାବନା କମ୍‌। ଅନ୍ୟପକ୍ଷରେ ବାଇଡେନ୍‌ ପ୍ରଶାସନ ଭାରତରେ ମାନବାଧିକାର ଉଲ୍ଲଂଘନ, ବହୁଳତାବାଦ ଅଭିଯୋଗ ଓ କଶ୍ମୀର ପ୍ରସଙ୍ଗ ଉଠାଇପାରନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବାକୁ ଯାଉଥିଲାବେଳେ ନୀତି ପ୍ରଣୟନରେ ତାଙ୍କର ବଡ଼ ଭୂମିକା ରହିବ। ବାଇଡେନ୍‌ ଗୋଟିଏ ଥର ରାଷ୍ଟ୍ରପତି ହେବେ ବୋଲି ସୂଚନା ଦେଇଥିବାରୁ ୨୦୨୪ରେ କମଲା ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି।
ସାଧାରଣ ବିଶ୍ୱ ସମସ୍ୟା
ପ୍ରଚାର ବେଳେ ବାଇଡେନ୍‌ ଭାରତୀୟ-ଆମେରିକୀୟମାନଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ କରିଥିଲେ। ସେତେବେଳେ ସେ ଭାରତ ପ୍ରତି ଅନୁକୂଳ ମନୋଭାବ ଦେଖାଇଥିଲେ। ଭାରତ-ଆମେରିକା ସମ୍ପର୍କ ସଂସ୍ଥାପିତ ହୋଇଥିବାରୁ ଏହାକୁ ବଦଳାଇବା ସହଜ ନୁହେଁ। ଭାରତକୁ ସାଙ୍ଗରେ ନ ନେଇ ସାଧାରଣ ବିଶ୍ୱ ସମସ୍ୟାଗୁଡ଼ିକର ସମାଧାନ ଆମେ କରିପାରିବା ନାହିଁ ବୋଲି ବାଇଡେନ୍‌ଙ୍କ ମୁଖ୍ୟ ରଣନୀତିକାର ଆନ୍ଥୋନି ବ୍ଲିଙ୍କେନ୍‌ କହିଛନ୍ତି। ତେଣୁ ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସର୍ବାଧିକ ପ୍ରାଥମିକତା ରହିବ ବୋଲି ସେ ମତ ଦେଇଛନ୍ତି।
ପ୍ରତିରକ୍ଷା ଓ ସୁରକ୍ଷା
ବାଇଡେନ୍‌ଙ୍କ ପ୍ରଶାସନରେ ଭାରତ ସହ ଆମେରିକାର ପ୍ରତିରକ୍ଷା, ରଣନୀତି ଓ ନିରାପତ୍ତା ସମ୍ପର୍କ ଅପରିବର୍ତ୍ତିତ ରହିବ। ୨୦୦୦ରୁ ଚଳିଆସୁଥିବା ନୀତିରେ କୌଣସି ପରିବର୍ତ୍ତନ ହୋଇ ନ ପାରେ ବୋଲି କୁହାଯାଉଛି।
ଚାଇନା ସହ ସମ୍ପର୍କ
ଚାଇନା ପ୍ରତି ବାଇଡେନ୍‌ କ୍ୟାମ୍ପ୍‌ର ଆଭିମୁଖ୍ୟରେ ଭିନ୍ନମତ ରହିଛି, ଯାହା ଆମେରିକା-ଭାରତ ଓ ଚାଇନା-ଭାରତ ସମ୍ପର୍କକୁ ପ୍ରଭାବିତ କରିପାରେ। ଟ୍ରମ୍ପ୍‌ ପ୍ରଶାସନ ଚାଇନା ପ୍ରତି ଯେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲା, ବାଇଡେନ୍‌ ସେହିଭଳି ନୀତି ଆପଣାଇବା ଆବଶ୍ୟକ ବୋଲି ତାଙ୍କର କେତେଜଣ ଉପଦେଷ୍ଟା ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମତରେ ଆମେରିକା ଓ ଚାଇନା ଅର୍ଥନୀତିକୁ ଅଲଗା କରିବା ସମ୍ଭବ ନୁହେଁ। ସେଥିପାଇଁ ଉଭୟ ଦେଶ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ଟେକ୍‌ନୋଲୋଜି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିପାରନ୍ତି।
ଭାରତ-ପ୍ରଶାନ୍ତ ମହାସାଗରୀୟ ନୀତି
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଲାଗି ବାଇଡେନ୍‌ ପ୍ରଶାସନର ନୀତି କ’ଣ ରହିବ ତାହା ସେ ପ୍ରଚାର ବେଳେ ସ୍ପଷ୍ଟ କରିନାହାନ୍ତି। ଏହି ଅଞ୍ଚଳକୁ ଭାରତୀୟ ବିଦେଶ ନୀତି ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଆମେରିକାର ନୀତି କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ।
ବାଣିଜ୍ୟ ପ୍ରସଙ୍ଗ
ଯିଏ କ୍ଷମତାକୁ ଆସନ୍ତୁ ନା କାହିଁକି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ସମସ୍ୟା ରହିଛି। ବାରାକ ଓବାମାଙ୍କ ସମୟରେ ମଧ୍ୟ ଦୁଇଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ବାଇଡେନ୍‌ ପ୍ରଶାସନରେ ଏଥିରେ ପରିବର୍ତ୍ତନ ହୋଇ ନ ପାରେ। ଆମେରିକାକୁ ପୁଣିଥରେ ମହାନ କରିବା ଲାଗି ବାଇଡେନ ଆହ୍ବାନ ଦେଇଥିଲେ। ଘରୋଇ ଅର୍ଥନୀତିକୁ ସୁଦୃଢ଼ କରିବା ଆମେରିକାର ସର୍ବପ୍ରଥମ ବିଦେଶ ନୀତି ହେବ ବୋଲି ବାଇଡେନ୍‌ଙ୍କ ଉପଦେଷ୍ଟା ବିଲ୍‌ ବନର୍‌ସ କହିଛନ୍ତି।
ମାନବାଧିକାର ଉଲ୍ଲଂଘନ
ବାଇଡେନ୍‌ ପ୍ରଶାସନ ଭାରତରେ ମାନବାଧିକାର ଉଲ୍ଲଂଘନ, ହିନ୍ଦୁ ବହୁଳତାବାଦ ଏବଂ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇପାରନ୍ତି। ଏହାକୁ ନେଇ ଆମେରିକା କଂଗ୍ରେସରେ ବିତର୍କ ହୋଇପାରେ।
ଆଫଗାନିସ୍ତାନରେ ଆତଙ୍କବାଦ ନିରୋଧୀ ପଦକ୍ଷେପ
କେବଳ ଆତଙ୍କବାଦର ଦମନ ଉଦ୍ଦେଶ୍ୟରେ ଆଫଗାନିସ୍ତାନରେ ଆମେରିକାର ଉପସ୍ଥିତି ଆବଶ୍ୟକ ବୋଲି ବାଇଡେନ୍‌ ପ୍ରସ୍ତାବ ଦେଇଥିଲେ। ତେଣୁ ସେନା ପ୍ରତ୍ୟାହାର କରିନେବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ସେ ବଦଳାଇ ନ ପାରନ୍ତି।
ପ୍ୟାରିସ୍‌ ଚୁକ୍ତି
ପ୍ୟାରିସ୍‌ ଜଳବାୟୁ ସହମତି ଚୁକ୍ତିନାମାକୁ ଆମେରିକା ଫେରିପାରେ। ତେବେ ଅତ୍ୟଧିକ କୋଇଲା ବ୍ୟବହାର କରୁଥିବା ଭାରତ ବାଇଡେନ୍‌ ପ୍ରଶାସନରେ ଅସୁବିଧାର ସମ୍ମୁଖୀନ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri