ବାଇଡେନ୍‌ଙ୍କୁ ନେଇ ବଢ଼ୁଛି ଉତ୍କଣ୍ଠା

ନୂଆଦିଲ୍ଲୀ, ୮।୧୧: ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବାଇଡେନ୍‌ ନିର୍ବାଚନ ଜିତି ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ତାଙ୍କ ପ୍ରଶାସନର ଭାରତ ସହ କିଭଳି ସମ୍ପର୍କ ରହିବ ତାହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ବାରାକ ଓବାମାଙ୍କ ସମୟରେ ଦୁଇଥର ଉପରାଷ୍ଟ୍ରପତି ହୋଇଥିବା ବାଇଡେନ୍‌ଙ୍କର ଭାରତ ସହ ଭଲ ସମ୍ପର୍କ ରହିଥିଲା। କେତେକ କ୍ଷେତ୍ରରେ ସେ ଭାରତ ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିକୁ ଅନୁସରଣ କରିବେ ବୋଲି କୁହାଯାଉଥିବାବେଳେ ଅନ୍ୟ କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରନ୍ତି। ବିଶେଷ କରି ପ୍ରତିରକ୍ଷା, ରଣନୀତି ଓ ସୁରକ୍ଷା ସମ୍ପର୍କକୁ ନେଇ ୨୦୦୦ରୁ ଦୁଇ ଦେଶ ମଧ୍ୟରେ ରହିଆସିଥିବା ସମ୍ପର୍କ ଅତୁଟ ରହିପାରେ। ତେବେ ଚାଇନା ପ୍ରତି ଆଭିମୁଖ୍ୟକୁ ନେଇ ବାଇଡେନ୍‌ କ୍ୟାମ୍ପରେ ଭିନ୍ନମତ ରହିଛି, ଯାହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ବାଇଡେନ୍‌ ଓ କମଲା ହାରିସ୍‌
ହ୍ବାଇଟ୍‌ ହାଉସ ଯିଏ ଦଖଲ କରୁ ନା କାହିଁକି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମସ୍ୟା ରହିବ। ଏଚ୍‌-୧ବି ଭିଜା ପରିବର୍ତ୍ତନ ହେବା ସମ୍ଭାବନା କମ୍‌। ଅନ୍ୟପକ୍ଷରେ ବାଇଡେନ୍‌ ପ୍ରଶାସନ ଭାରତରେ ମାନବାଧିକାର ଉଲ୍ଲଂଘନ, ବହୁଳତାବାଦ ଅଭିଯୋଗ ଓ କଶ୍ମୀର ପ୍ରସଙ୍ଗ ଉଠାଇପାରନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବାକୁ ଯାଉଥିଲାବେଳେ ନୀତି ପ୍ରଣୟନରେ ତାଙ୍କର ବଡ଼ ଭୂମିକା ରହିବ। ବାଇଡେନ୍‌ ଗୋଟିଏ ଥର ରାଷ୍ଟ୍ରପତି ହେବେ ବୋଲି ସୂଚନା ଦେଇଥିବାରୁ ୨୦୨୪ରେ କମଲା ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି।
ସାଧାରଣ ବିଶ୍ୱ ସମସ୍ୟା
ପ୍ରଚାର ବେଳେ ବାଇଡେନ୍‌ ଭାରତୀୟ-ଆମେରିକୀୟମାନଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ କରିଥିଲେ। ସେତେବେଳେ ସେ ଭାରତ ପ୍ରତି ଅନୁକୂଳ ମନୋଭାବ ଦେଖାଇଥିଲେ। ଭାରତ-ଆମେରିକା ସମ୍ପର୍କ ସଂସ୍ଥାପିତ ହୋଇଥିବାରୁ ଏହାକୁ ବଦଳାଇବା ସହଜ ନୁହେଁ। ଭାରତକୁ ସାଙ୍ଗରେ ନ ନେଇ ସାଧାରଣ ବିଶ୍ୱ ସମସ୍ୟାଗୁଡ଼ିକର ସମାଧାନ ଆମେ କରିପାରିବା ନାହିଁ ବୋଲି ବାଇଡେନ୍‌ଙ୍କ ମୁଖ୍ୟ ରଣନୀତିକାର ଆନ୍ଥୋନି ବ୍ଲିଙ୍କେନ୍‌ କହିଛନ୍ତି। ତେଣୁ ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସର୍ବାଧିକ ପ୍ରାଥମିକତା ରହିବ ବୋଲି ସେ ମତ ଦେଇଛନ୍ତି।
ପ୍ରତିରକ୍ଷା ଓ ସୁରକ୍ଷା
ବାଇଡେନ୍‌ଙ୍କ ପ୍ରଶାସନରେ ଭାରତ ସହ ଆମେରିକାର ପ୍ରତିରକ୍ଷା, ରଣନୀତି ଓ ନିରାପତ୍ତା ସମ୍ପର୍କ ଅପରିବର୍ତ୍ତିତ ରହିବ। ୨୦୦୦ରୁ ଚଳିଆସୁଥିବା ନୀତିରେ କୌଣସି ପରିବର୍ତ୍ତନ ହୋଇ ନ ପାରେ ବୋଲି କୁହାଯାଉଛି।
ଚାଇନା ସହ ସମ୍ପର୍କ
ଚାଇନା ପ୍ରତି ବାଇଡେନ୍‌ କ୍ୟାମ୍ପ୍‌ର ଆଭିମୁଖ୍ୟରେ ଭିନ୍ନମତ ରହିଛି, ଯାହା ଆମେରିକା-ଭାରତ ଓ ଚାଇନା-ଭାରତ ସମ୍ପର୍କକୁ ପ୍ରଭାବିତ କରିପାରେ। ଟ୍ରମ୍ପ୍‌ ପ୍ରଶାସନ ଚାଇନା ପ୍ରତି ଯେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲା, ବାଇଡେନ୍‌ ସେହିଭଳି ନୀତି ଆପଣାଇବା ଆବଶ୍ୟକ ବୋଲି ତାଙ୍କର କେତେଜଣ ଉପଦେଷ୍ଟା ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମତରେ ଆମେରିକା ଓ ଚାଇନା ଅର୍ଥନୀତିକୁ ଅଲଗା କରିବା ସମ୍ଭବ ନୁହେଁ। ସେଥିପାଇଁ ଉଭୟ ଦେଶ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ଟେକ୍‌ନୋଲୋଜି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିପାରନ୍ତି।
ଭାରତ-ପ୍ରଶାନ୍ତ ମହାସାଗରୀୟ ନୀତି
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଲାଗି ବାଇଡେନ୍‌ ପ୍ରଶାସନର ନୀତି କ’ଣ ରହିବ ତାହା ସେ ପ୍ରଚାର ବେଳେ ସ୍ପଷ୍ଟ କରିନାହାନ୍ତି। ଏହି ଅଞ୍ଚଳକୁ ଭାରତୀୟ ବିଦେଶ ନୀତି ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଆମେରିକାର ନୀତି କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ।
ବାଣିଜ୍ୟ ପ୍ରସଙ୍ଗ
ଯିଏ କ୍ଷମତାକୁ ଆସନ୍ତୁ ନା କାହିଁକି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ସମସ୍ୟା ରହିଛି। ବାରାକ ଓବାମାଙ୍କ ସମୟରେ ମଧ୍ୟ ଦୁଇଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ବାଇଡେନ୍‌ ପ୍ରଶାସନରେ ଏଥିରେ ପରିବର୍ତ୍ତନ ହୋଇ ନ ପାରେ। ଆମେରିକାକୁ ପୁଣିଥରେ ମହାନ କରିବା ଲାଗି ବାଇଡେନ ଆହ୍ବାନ ଦେଇଥିଲେ। ଘରୋଇ ଅର୍ଥନୀତିକୁ ସୁଦୃଢ଼ କରିବା ଆମେରିକାର ସର୍ବପ୍ରଥମ ବିଦେଶ ନୀତି ହେବ ବୋଲି ବାଇଡେନ୍‌ଙ୍କ ଉପଦେଷ୍ଟା ବିଲ୍‌ ବନର୍‌ସ କହିଛନ୍ତି।
ମାନବାଧିକାର ଉଲ୍ଲଂଘନ
ବାଇଡେନ୍‌ ପ୍ରଶାସନ ଭାରତରେ ମାନବାଧିକାର ଉଲ୍ଲଂଘନ, ହିନ୍ଦୁ ବହୁଳତାବାଦ ଏବଂ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇପାରନ୍ତି। ଏହାକୁ ନେଇ ଆମେରିକା କଂଗ୍ରେସରେ ବିତର୍କ ହୋଇପାରେ।
ଆଫଗାନିସ୍ତାନରେ ଆତଙ୍କବାଦ ନିରୋଧୀ ପଦକ୍ଷେପ
କେବଳ ଆତଙ୍କବାଦର ଦମନ ଉଦ୍ଦେଶ୍ୟରେ ଆଫଗାନିସ୍ତାନରେ ଆମେରିକାର ଉପସ୍ଥିତି ଆବଶ୍ୟକ ବୋଲି ବାଇଡେନ୍‌ ପ୍ରସ୍ତାବ ଦେଇଥିଲେ। ତେଣୁ ସେନା ପ୍ରତ୍ୟାହାର କରିନେବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ସେ ବଦଳାଇ ନ ପାରନ୍ତି।
ପ୍ୟାରିସ୍‌ ଚୁକ୍ତି
ପ୍ୟାରିସ୍‌ ଜଳବାୟୁ ସହମତି ଚୁକ୍ତିନାମାକୁ ଆମେରିକା ଫେରିପାରେ। ତେବେ ଅତ୍ୟଧିକ କୋଇଲା ବ୍ୟବହାର କରୁଥିବା ଭାରତ ବାଇଡେନ୍‌ ପ୍ରଶାସନରେ ଅସୁବିଧାର ସମ୍ମୁଖୀନ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri