କେଉଁଠି ଅଧିକ, କେଉଁଠି ଅଭାବ: ଶିକ୍ଷକ ନିଯୁକ୍ତି ଭେଳିକି…

Teacher Recruitment

ଧାମନଗର,୧୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରେ ସମାନ୍ତରାଳ ଭାବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। କେଉଁଠି ଆବଶ୍ୟକତାଠାରୁ ଅଧିକ ଅଛନ୍ତି ତ ଆଉ କେଉଁଠି ଶିକ୍ଷକ ଅଭାବ ଦେଖାଯାଇଛି। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି।

ବ୍ଲକରେ ମୋଟ ୨୮୩ ସ୍କୁଲ ମଧ୍ୟରୁ ୧୮୮ଟି ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ରେସନାଲାଇଜେଶନରେ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୧ମରୁ ୫ମ ପର୍ଯ୍ୟନ୍ତ ୧୦୬ ବିଦ୍ୟାଳୟ, ପ୍ରଥମରୁ ସପ୍ତମ ୧୫ଟି, ୧ମରୁ ୮ମ ପର୍ଯ୍ୟନ୍ତ ୪୮ ଏବଂ ୧ମରୁ ୧୦ମ ପର୍ଯ୍ୟନ୍ତ ୧୯ଟି ବିଦ୍ୟାଳୟ ଅଛି। ୧୮୮ ବିଦ୍ୟାଳୟକୁ ୧୯ଟି ଆଞ୍ଚଳିକ ସାଧନ କେନ୍ଦ୍ର (କ୍ଲଷ୍ଟର)ରେ ଭାଗ କରାଯାଇଛି। ମାତ୍ର ସରକାରଙ୍କ ନିୟମ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାରର ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ଅନୁସାରେ ୭୫୮ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୬୮। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୬ ବିଦ୍ୟାଳୟ ମଧ୍ୟରୁ ବ୍ରହ୍ମପୁର ଉ.ପ୍ରା. ବିଦ୍ୟାଳୟରେ ୨୬ ପିଲା ଥିବାବେଳେ ତାଂପଳା ପ୍ରାଥମିକ ବିଦ୍ୟାଳୟରେ ୫୨, ଡିଲୋ ପ୍ରାଇମେରୀରେ ୫୩, ଇଟୁଆ ପ୍ରାଇମେରୀରେ ୨୮, କୋରକଦା ପ୍ରାଇମେରୀରେ ୪୫, ଦେଉଳିଡିହି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ୩୬, ମଠସାହି ପ୍ରାଥମିକ ବିଦ୍ୟାଳୟରେ ୪୪, ମୁହାଣପଡ଼ା ପ୍ରାଇମେରୀରେ ୬୪, ଇଟାପାଳ ପ୍ରାଇମେରୀରେ ୪୩ ଏବଂ ଖଳାଗ ପ୍ରୋଜେକ୍ଟ ପ୍ରାଇମେରୀରେ ୫୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ୧୦ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। କିନ୍ତୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୩୦ ବିଦ୍ୟାଳୟରେ ୩୦ରୁ କମ୍‌ ପିଲା ଥିବାବେଳେ ପ୍ରାୟ ୨ ଜଣ ଲେଖାଏ ଶିକ୍ଷକ ଅଛନ୍ତି। ଏପରିକି ୨୩ ପିଲା ସଂଖ୍ୟା ଥିବା ସ୍କୁଲରେ ୩ଜଣ ଶିକ୍ଷକ ଥିବା ଜଣାପଡ଼ିଛି। କିନ୍ତୁ ମୁହାଣପଡ଼ା ପ୍ରାଥମିକ ସ୍କୁଲରେ ୬୪ ପିଲାଙ୍କୁ ଜଣେ ଶିକ୍ଷକ ନିଯୁକ୍ତ।

ତଥ୍ୟ ଅନୁସାରେ ବ୍ଲକର ୧ମରୁ ୫ମ ପର୍ଯ୍ୟନ୍ତ ମୋଟ ୧୦୬ଟି ବିଦ୍ୟାଳୟରେ ପିଲା ସଂଖ୍ୟା ୧୨୩୫୭। କେବଳ ୬ଷ୍ଠ ଓ ୭ମରେ ୭୯୯ ଓ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ୫୬୫୨ ଛାତ୍ରୀଛାତ୍ରା। ତେବେ ବ୍ଲକର ମୋଟ ଛାତ୍ରୀଛାତ୍ର ସଂଖ୍ୟା ୧୮,୮୦୭ ା ପନ୍ଦରବାଟିଆ, ପତ୍ରିସାହି, ହରିଅଂଶ, ଶ୍ରୀଗଙ୍ଗା, ଡିଲୋ ଶାସନ, ତୋର ବନ୍ତିଆ, ବାରବିଲ, ବାଲିପଡ଼ା, ପଛାଲୋ, ସୂର୍ଯ୍ୟପୁର, ପାଟୁଳି, କଲ୍ୟାଣି ଆଦି ସ୍କୁଲରେ ଜଣେ, ଦୁଇ, ତିନିଜଣ କରି ମୋଟ ୧୯ଜଣ ଶିକ୍ଷକ ଅଧିକ ଥିବାବେଳେ ଫଳପୁର ସ୍କୁଲରେ ୧ମରୁ ୮ମ ପର୍ଯ୍ୟନ୍ତ ୧୩୪ ପିଲାଙ୍କୁ ୭ ଜଣ ଶିକ୍ଷକ ଅର୍ଥାତ୍‌ ୨ ଜଣ ଅଧିକ ଅଛନ୍ତି। କିନ୍ତୁ ପାଖରେ ଥିବା ଜୟକିଷାନ ସ୍କୁଲରେ ୧୨୫ ପିଲା ଥିବାବେଳେ ୪ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ବିଇଓ କୈଳାସ ଜେନା କହିଛନ୍ତି, ଆଗରୁ ଏହି ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି। ସମାନ୍ତରାଳ ଭାବେ ଶିକ୍ଷକ ନିଯୁକ୍ତି ପାଇଁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଆବଶ୍ୟକ। ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଲେ ସେମାନଙ୍କ ବଦଳି କିମ୍ବା ଡେପୁଟେଶନରେ ପଠାଯାଇ ପାରିବ। ତେବେ ଏ ଦିଗରେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri