ଅଫର୍‌ ଅଛି, ବେପାର ନାହିଁ

ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା ପଡିଛି ପୂଜା ବଜାର। ଏଥିଯୋଗୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ୟବସାୟୀ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ଅଫର ଚାଲିଥିଲେ ବି ସାମଗ୍ରୀ କ୍ରୟ ପାଇଁ କୁଣ୍ଠାବୋଧ କରୁଛନ୍ତି ଲୋକେ। ବିଶେଷ କରି କରୋନା ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାରୁ ଅଧିକ ଖର୍ଚ୍ଚ ଉପରେ ରୋକ ଲଗାଇବାକୁ ସମସ୍ତେ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି ସ୍ଥିତି ଅନୁଗୋଳରେ ମଧ୍ୟ ଦେଖିବାକୁ ମିଳିଛି। ପାର୍ବଣ ଋତୁରେ ବଜାର ଖାଁ ଖାଁ ଥିବାରୁ ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି। ଲୋଭନୀୟ ଅଫର ସତ୍ତ୍ୱେ ଜିନିଷ କ୍ରୟ ପାଇଁ ସେଭଳି ଆଗ୍ରହ ଲୋକଙ୍କ ମଧ୍ୟରେ ନ ଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

ସଞ୍ଚୟରେ ବ୍ୟସ୍ତ ଗ୍ରାହକ
ଚଳିତ ବର୍ଷ ବେପାର ନାହିଁ। ଜିନିଷ କିଣିବାକୁ ଲୋକଙ୍କ ଭିତରେ ସଉକ ବି ନାହିଁ। ବେପାର ହେବା ଦିନରୁ ଏପରି ଅନୁଭୂତି ପ୍ରଥମ। କରୋନା ଯୋଗୁ ଲୋକେ ସଞ୍ଚୟ ମୁହଁା। ପାର୍ବଣରେ ସାଧାରଣତଃ ଘରକୁ ନୂଆ ଯାନବାହନ ନେବା ପାଇଁ ଅନେକେ ସ୍ଥିର କରିଥାନ୍ତି। କିନ୍ତୁ ଚଳିତବର୍ଷ ତାହା ହୋଇନି। ଗତବର୍ଷ ତୁଳନାରେ ବେପାର ଅଧା ହୋଇଛି, ଯାହା ଆମକୁ ଚିନ୍ତାରେ ପକାଇଛି। କମ୍ପାନୀ ପକ୍ଷରୁ ମିଳୁଥିବା ଟାର୍ଗେଟ ପାର୍ବଣରେ ପୂରଣ କରିବାର ଏକ ଭଲ ସମୟ। ଏହି ସମୟରେ ବିକ୍ରିକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂଆ ଗାଡ଼ି ବି ବଜାର ପ୍ରବେଶ କରାଯାଇଛି। ଲୋକେ କିନ୍ତୁ କିଣାକିଣି ପ୍ରତି ମନ ବଳାଉ ନ ଥିବାରୁ ବେପାର ମାନ୍ଦା ହୋଇଛି।
-ଅଶୋକ ମାଣ୍ଡୋଠିଆ, ସ୍ବତ୍ୱାଧିକାରୀ, ପାର୍ବତୀ ହିରୋ

ମୂଳ ଟଙ୍କା ନ ଉଠିବା ଆଶଙ୍କା
କରୋନା ସବୁ ବିଗାଡ଼ି ଦେଲା। ବେପାର ନ ଥିବାରୁ ମୂଳ ଟଙ୍କା କିପରି ବାହାରିବ ଏବେ ସେ ଚିନ୍ତା। କରୋନା ଏତେ ଦିନ ଚାଲିବ ତାହା ଜଣା ନ ଥିଲା। ଗଣେଶ ପୂଜାରୁ ପାର୍ବଣ ସମୟ ଆରମ୍ଭ ହୋଇ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଚାଲେ। ଚଳିତ ବର୍ଷ ସେ ସବୁ ପର୍ବପର୍ବାଣି ସରି ଏବେ ଦୁର୍ଗା ପୂଜା ଆସିଥିଲେ ବି ସ୍ଥିତି ସୁଧୁରିଲାନିି। ଲୋକେ ସଂକ୍ରମଣ ଚିନ୍ତାରେ ବାହାରେ ବୁଲିବା ସୁରକ୍ଷିତ ମଣୁ ନ ଥିବାରୁ ବେପାର କମିଯାଇଛି। ଭିଡ଼ ନ କରିବାକୁ କଟକଣା ବି ଜାରି ହୋଇଛି। ମଣ୍ଡପଗୁଡ଼ିକରେ ଲୋକଙ୍କୁ ପୂଜା କରିବାର ଅନୁମତି ନ ଥିବାରୁ ପୂଜା ସାମଗ୍ରୀ କିଣାକିଣିର ଆବଶ୍ୟକତା ପଡୁନାହିଁ। ପାର୍ବଣ ପୂର୍ବରୁ ୮୦ ପ୍ରକାର ପୂଜା ସାମଗ୍ରୀ ଆଣିଥିଲି। ଏଥିସହ ଫୁଲମାଳ କଟକରୁ ଧରି ଆସିଥିଲି। ହେଲେ ସେସବୁ ସେମିତି ପେଟିରେ ବନ୍ଧା ହୋଇ ରହିଛି। ଯେଉଁଠି ଲକ୍ଷ ଲକ୍ଷ ଟଙ୍କାର ବେପାର ହେଉଥିଲା, ଚଳିତବର୍ଷ ମୂଳଧନ ଉଠିବ କି ନା ତାକୁ ନେଇ ଆଶଙ୍କାରେ ପଡିଛୁ।
– ସିଦ୍ଧେଶ୍ୱର ନାୟକ, ପୂଜା ସାମଗ୍ରୀ ବ୍ୟବସାୟୀ

କମ୍‌ ଦରରେ ବି ବ୍ୟବସାୟ ନାହିଁ
ଚଳିତ ଥର ପାର୍ବଣ କୋଳାହଳ ଶୂନ୍ୟ। ଲୋକଙ୍କ ଆଗମନ ନାହିଁ କି ବେପାର ଜମୁନି। ପୂଜାରେ ଦର ବଢିଲେ ବି ଲୋକେ ଭୋଗ ସହ ଘରକୁ ନେବା ପାଇଁ ଫଳ କିଣିଥାନ୍ତି। ଚଳିତ ଥର ମୂଲ୍ୟ ସେତେ ବଢି ନ ଥିଲେ ବି ଲୋକେ କିଣୁନାହାନ୍ତି। ମଣ୍ଡପରେ ପୂଜା ପାଇଁ ଲୋକେ ଆସୁ ନ ଥିବାରୁ ଫଳ ଚାହିଦା କମିଛି। ପୂଜା ୩ ଦିନରେ ଅଧିକ ଫଳ ବିକ୍ରି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଅଧିକ ଫଳ ମଗାଯାଇଥିଲା। ହେଲେ ବିକ୍ରି ନ ଥିବାରୁ କେବଳ ଦୋକାନ ଖୋଲି ବସି ରହୁଛୁ। ଶନିବାର ଅଷ୍ଟମୀ ପୂଜା ସରିଥିଲେ ଅଧା ବେପାର ବି ହୋଇନାହିଁ। ଲୋକେ ନିଜ ଆବଶ୍ୟକତା କମାଇଥିବାରୁ କମ୍‌ ବିକ୍ରି ହେଉଛି। ଫଳ ରହି ନଷ୍ଟ ହେବାକୁ ବସିଲାଣି। ଅଧିକ ଫଳ ପାଇଁ ବଇନା ମଧ୍ୟ ଦିଆସରିଛି। ସେଗୁଡିକ ବି ନଷ୍ଟ ହେବା ସହ କ୍ଷତି ସହିବା ଚିନ୍ତାରେ ପଡିଛୁ।
– ସରୋଜ କୁମାର ଜେନା, ଫଳ ବ୍ୟବସାୟୀ

ଲୋଭାନ୍ବିତ କରିପାରିନି ଅଫର୍‌
ଦୋକାନଗୁଡ଼ିକରେ ମାଳ ମାଳ ଅଫର। କିନ୍ତୁ ବେପାର ଘର ଶୂନ। ପାର୍ବଣରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ବ୍ରାଣ୍ଡ ଉପରେ ଅଫର ଦିଆଯାଇଛି। ଏଥିପ୍ରତି ଆକୃଷ୍ଟ ହୋଇ ଲୋକେ ନୂଆ କପଡା କିଣିବାକୁ ଦୋକାନ ମୁହଁା ହେବେ ବୋଲି ଆଶା ଥିଲା। ଯୁବପିଢିଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପାଇଁ ବିଭିନ୍ନ ନାମିଦାମୀ ବ୍ରାଣ୍ଡର କପଡା ଦୋକାନରେ ରଖାଯାଇଛି। ସବୁ କପଡା ଉପରେ କିଛି ନା କିଛି ଅଫର ରହିଛି। ହେଲେ ଏହି ଅଫର ବି କିଛି ଲାଭ ଦେଇପାରିନି କିମ୍ବା ଟାର୍ଗେଟ ପୂରଣ ହୋଇନି। ଯାହାକୁ ନେଇ ଅଡ଼ୁଆ ପରିସ୍ଥିତି ଉପୁଜିଲାଣି। ଦୋକାନରେ ଭଳିକି ଭଳି ପୋଷାକ କେବଳ ସଜେଇ ହୋଇ ରହିଛି। ଲୋକମାନେ ପାର୍ବଣରେ ଘରୁ ବାହାରୁନାହାନ୍ତି। ସେଥିପାଇଁ ବେପାର ହୋଇପାରୁ ନାହିଁ।
-ପୱନ ମାଣ୍ଡୋଠିଆ, କପଡ଼ା ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri