Posted inଫୁରସତ

ଅନ୍ତଃବସ୍ତ୍ର ପିନ୍ଧିବାକୁ ନେଇ ଏହି ଦେଶରେ ଅଛି ସ୍ବତନ୍ତ୍ର ଆଇନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୈନନ୍ଦିନ ଜୀବନରେ କିଛି ଜିନିଷ ମଣିଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେପରି ପ୍ରତ୍ୟେକ ବ୍ୟକ୍ତି ସକାଳେ ଉଠିବା ସମୟରେ ବ୍ରଶ ନିହାତି ଆବଶ୍ୟକ। ସେହିପରି ଗାଧୋଇବା ସମୟରେ ତଉଲିଆ ଏବଂ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଅନ୍ତଃବସ୍ତ୍ର ବ୍ୟବହାର କରାଯାଏ। କିନ୍ତୁ ରୁଷିଆରେ କିଛି ଅନ୍ତଃବସ୍ତ୍ର ଅଛି, ଯାହା ପିନ୍ଧିବା ନିଷେଧ ବା ମନା।
ପୁରୁଷ ଏବଂ ମହିଳାଙ୍କ ପାଇଁ ଅନ୍ତଃବସ୍ତ୍ର ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ। ଅଧିକାଂଶ ଲୋକ ଅନ୍ତଃବସ୍ତ୍ର ବ୍ୟବହାର କରନ୍ତି। କେବଳ ଏତିକି ନୁହେଁ, ବଜାରରେ ଅନେକ କମ୍ପାନୀ ଅଛି ଯେଉଁମାନେ ଆରାମ ଅନୁସାରେ ବିଭିନ୍ନ ପ୍ରକାର ଏବଂ ଆକାରର ଅନ୍ତଃବସ୍ତ୍ର ତିଆରି କରନ୍ତି। ଲୋକମାନେ ମଧ୍ୟ ନିଜ ସୁବିଧା ଅନୁସାରେ ସେଗୁଡ଼ିକୁ ବ୍ୟବହାର କରନ୍ତି। ରୁଷିଆରେ କିଛି ଅନ୍ତଃବସ୍ତ୍ର ଅଛି ଯାହାକୁ ସରକାର ନିଷିଦ୍ଧ କରିଛନ୍ତି। ଲେସ ଅନ୍ତଃବସ୍ତ୍ର ଏଠାରେ ପିନ୍ଧିବାକୁ ବାରର କରାଯାଇଛି। ରଷିଆ ବ୍ୟତୀତ, ଆଲମାଟି, କାଜାଖସ୍ତାନ ଏବଂ ବେଲାରୁସରେ ମହିଳାମାନଙ୍କୁ ଅନ୍ତଃବସ୍ତ୍ର, ବିଶେଷକରି ଲେସ ଅନ୍ତଃବସ୍ତ୍ର ପିନ୍ଧିବାକୁ ବାରଣ କରାଯାଇଛି। ଏଠାରେ ମହିଳାମାନଙ୍କୁ ଅନ୍ତଃବସ୍ତ୍ର ପିନ୍ଧିବା ପାଇଁ ଆଇନଗତ ଭାବରେ ନିଷେଧ କରାଯାଇଛି। ଯଦିଓ ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ବିରୋଧ ପ୍ରଦର୍ଶନ ହୋଇଛି, କିନ୍ତୁ ସରକାରଙ୍କ ପକ୍ଷରୁ ନିଷେଧ ଜାରି ରହିଛି।
ସୂଚନା ଅନୁଯାୟୀ, ମହିଳାମାନଙ୍କୁ ଲେସ ଅନ୍ତଃବସ୍ତ୍ର ପିନ୍ଧିବାକୁ ନିଷେଧ କରୁଥିବା ଏହି ଆଇନ ୨୦୧୧ରେ ତିଆରି ହୋଇଥିଲା, ଯାହା ଏବେ ବି ବଳବତ୍ତର ଅଛି। ରୁଷିଆରେ ଏହି ଆଇନ ଅନୁଯାୟୀ, ଲେସ ଅନ୍ତଃବସ୍ତ୍ରର ଉତ୍ପାଦନ, ଆମଦାନୀ ଏବଂ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧ ରହିଛି।
ଏବେ ମନରେ ପ୍ରଶ୍ନ ଆସୁଥିବ ଯେ, ରୁଷିଆ ଭଳି ଦେଶ ଏ ପ୍ରକାରର ପ୍ରତିବନ୍ଧକ ଲଗାଇଛି କାହିଁକି। ଲେସ ଅନ୍ତଃବସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ଲକ୍ଷ୍ୟ ହେଉଛି ଚର୍ମ ସମ୍ବନ୍ଧୀୟ ରୋଗକୁ ରୋକିବା। ଲେସ ଅନ୍ତଃବସ୍ତ୍ର ଉପରେ ନିଷେଧ ସମ୍ପର୍କରେ ସରକାରଙ୍କ ମତ ହେଉଛି ଯେ ଏହା ସୁରକ୍ଷା କାରଣରୁ କରାଯାଇଛି। ସିନ୍ଥେଟିକ କପଡ଼ାରେ ତିଆରି ଲେସ ଅନ୍ତର୍ବସ୍ତ୍ର ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ଶୋଷଣ କରି ନ ଥାଏ, ତେଣୁ ଏହା ଚର୍ମ ସମସ୍ୟା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri