ବିଜେଡିକୁ ଘାରିଛି ଦଳବଦଳ ଆଶଙ୍କା

ଯାଜପୁର ଅଫିସ,୫ା୩(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲାରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେଡି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡି ଯେଉଁଭଳି ଭାବେ ଅସନ୍ତୋଷ ଓ ବିଦ୍ରୋହର ସାମ୍ନା କରିଥିଲା, ତାହା କିଭଳି ନ ଘଟିବ ସେ ଦିଗରେ ଚେଷ୍ଟା କରୁଛି। ଏହା ସତ୍ତ୍ୱେ ନିକଟରେ ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଭାଜପାରେ ଯୋଗଦେବା ଯାଜପୁର ରାଜନୀତିକୁ ଏକ ରକମ ସରଗରମ କରିଦେଇଛି। ବରୀ ପରେ ଏବେ କୋରେଇ ଉପରେ ସମସ୍ତଙ୍କ ନଜର। କାରଣ ଫେବୃଆରୀ ୨୫ରେ ମାଳଆନନ୍ଦପୁର ଛକରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ‘କୋରେଇ ଦାୟିତ୍ୱ ମୋର’ ବୋଲି ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଘୋଷଣା କରିଥିଲେ। ଏଇ ପଦିଏ କଥାରେ କୋରେଇରେ ଦଳୀୟ ଆଶାୟୀ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିଯାଇଛି। ଏପରିକି କୋରେଇରୁ ବବି ଟିକେଟ ନେଇପାରନ୍ତି ବୋଲି ସବୁଠି ଚର୍ଚ୍ଚା। ଏଭଳି ସ୍ଥଳେ କୋରେଇ ଓ ଯାଜପୁର ବିଧାନସଭା ଆସନକୁ ନେଇ ଜିଲାରେ ନୂଆ ରାଜନୈତିକ ସମୀକରଣ ଦେଖା ଦେଇପାରେ ବୋଲି ଆଶଙ୍କା କରାଗଲାଣି।
ନିର୍ବାଚନ ପରେ ଜିଲାର ବିଭିନ୍ନ ସ୍ଥାନରେ ଭାଜପା ମହାମିଶ୍ରଣ ପର୍ବ ଆରମ୍ଭ କରିଆସିଛି। ତୁଳନାତ୍ମକ ଭାବେ ଭାଜପାର ଶକ୍ତିବୃଦ୍ଧି ହେଉଥିବାରୁ ଦଳ ଭିତରେ ଆଶାୟୀ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ବିଜେଡିକୁ ପରାସ୍ତ କରିବା ପାଇଁ ଭାଜପା ଯେଭଳି ଭାବେ ବିକଳ୍ପ ରାଜନୈତିକ ଦଳ ହୋଇ ପାରିବ ନାହିଁ, ସେଭଳି ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛି। ଅନ୍ୟପକ୍ଷରେ ଭାଜପା ଶିବିରରେ ଟିକେଟ ଆଶାୟୀ ବିଶ୍ୱଜିତ୍‌ ନାୟକ ଓ ଆଲେକଜାଣ୍ଡାର ଦାସ ପଦକ୍ଷେପ ନେଉଛନ୍ତି। ନିକଟରେ ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ଦାସ ପ୍ରାୟ ୫ହଜାର ଲୋକଙ୍କୁ ନେଇ ବଳ ପ୍ରଦର୍ଶନ କରିଛନ୍ତି। ଭାଜପାର ଏଭଳି ପ୍ରଦର୍ଶନ ବିଜେଡିକୁ ସାମାନ୍ୟ ଚିନ୍ତିତ କରିଛି। କଂଗ୍ରେସ ଭଳି ଭାଜପା ଯେ ଏତେ ଦୁର୍ବଳ ନୁହେଁ, ତାହା ବିଜେଡି ହୃଦୟଙ୍ଗମ କରିପାରିଛି। ତେଣୁ ବାହାରକୁ ବିଜେଡିର ରଣନୀତି ଦୃଶ୍ୟ ହେଉ ନ ଥିଲେ ମଧ୍ୟ ଭାଜପାର ଗତିରୋଧ କରିବାକୁ ବିଜେଡି ସବୁ ପ୍ରକାର କୌଶଳ ଆପଣାଇଛି। ସେଥିରେ ପାଣିକୋଇଲିକୁ ଏନ୍‌ଏସି ଘୋଷଣା ଅନ୍ୟତମ।
କୋରେଇ ପ୍ରତି ଅଧିକ ଆନ୍ତରିକତା ଦେଖାଇବା ବିଧାୟକ ଅଶୋକ ବଳ, ପୂର୍ବତନ ବିଧାୟକ ତଥା ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଓ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ମଧ୍ୟ ଚିନ୍ତାରେ ଅଛନ୍ତି। ଏଭଳିସ୍ଥିତିରେ ଭାଜପା ଟିକେଟ ଆଶ୍ୱାସନା ଦେଲେ କୋରେଇ ଅଞ୍ଚଳର କେତେ ଜଣ ଜଣାଶୁଣା ବିଜେଡି ନେତା ଭାଜପାକୁ ଡେଇଁପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଣ୍ଡିଖୋଲ ଗସ୍ତ କରୁଥିବାରୁ ଭାଜପା ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ଏହି ଉତ୍ସାହକୁ ଦେଖି ଯଦି ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଭାବେ ଭାଜପାରେ ସାମିଲ ହୋଇଯାଆନ୍ତି, ତାହା ହେଲେ କୋରେଇ ରାଜନୀତି ଅଧିକ ରୋଚକ ହେବ ବୋଲି ଚର୍ଚ୍ଚା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri