ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ, ହେଲେ କାହିଁକି ବନ୍ଦ ହେଲା ଇଣ୍ଟରନେଟ୍‌

ବାଲେଶ୍ୱର,୧୯।୬(ମାନସ ବିଶ୍ୱାଳ): ଅଶାନ୍ତ ହୋଇପଡିଛି ବାଲେଶ୍ୱର। ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହାପରେ ବାଲେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଆଶିଷ ଠାକରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିବା ପରେ କର୍ଫ୍ୟୁ ଜାରି କରାଯାଇଛି।

ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। କର୍ଫ୍ୟୁ ବୃଦ୍ଧି ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଓଟି ରୋଡ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ କଟକଣା ଯୋଗୁଁ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛି ପୋଲିସ ପ୍ରଶାସନ। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ସହର ସାରା ପୁଲିସ ପଇଁତରା ମାରୁଛି । ତେବେ ଆମ ଦୈନନ୍ଦିନ ଜୀବନରେ ଇଣ୍ଟରନେଟ୍‌ ଜରୁରୀ ହୋଇପଡିଥିବାବେଳେ ଏହି କର୍ଫ୍ୟୁ ସମୟରେ କାହିଁକି ଇଣ୍ଟରନେଟ୍‌ ବନ୍ଦ ହୋଇଛି?

ଉତ୍ତେଜନାବେଳେ ଗୁଜବ ପ୍ରଚାର ହେବାର ଆଶଙ୍କାଥିବାରୁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଏ। ସୋସିଆଲ ମିଡିଆ ଯଥା ଫେସବୁକ୍‌, ଏକ୍ସ ଇତ୍ୟାଦି ଉପରେ ନିୟନ୍ତ୍ରଣ ରହିବା ସମ୍ଭବ ହୁଏନାହିଁ। ଉତ୍ତେଜନାମୂଳକ ଲେଖା, ଫଟୋ ଓ ଭିଡିଓ ପୋଷ୍ଟ ହେବାର ଆଶଙ୍କା ରହିଥାଏ। ଫେକ୍‌ ଭିଡିଓ ଓ ଫଟୋ ପ୍ରସାରଣର ଭୟ ରହିଥାଏ। ସେହିପରି ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର ଭୟ ଥାଏ। ତେବେ ଯେଉଁଠି ଏପରି ଉତ୍ତେଜନାମୂଳକ କିମ୍ବା ଦଙ୍ଗା ସ୍ଥିତି ଦେଖାଯାଏ ସେଠାରେ ପ୍ରାଥମିକ ଭାବରେ ଇଣ୍ଟରନେଟ ସେବା ବନ୍ଦ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆପଣଙ୍କ ଇମେଲ୍ ଏବଂ ତଥ୍ୟ ସୁରକ୍ଷିତ ତ? ଏମିତି କରନ୍ତୁ ଯାଞ୍ଚ

ଭୁବନେଶ୍ୱର,୬।୨: ବର୍ତ୍ତମାନର ଡିଜିଟାଲ ଯୁଗରେ ତଥ୍ୟ ଚୋରି ବା ‘ଡାଟା ବ୍ରିଚ୍’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆପଣଙ୍କ ବ୍ୟକ୍ତିଗତ ଇମେଲ୍ ଆଇଡି (Email…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri