ଭାଜପାରେ ବଡ଼ ହଲଚଲ, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ୱର,୧୧।୯: ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍‌ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ ସଭା ପଠାଇବ କି? ତେବେ ଏନେଇ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି। ମନମୋହନଙ୍କ ସହିତ ଭାଜପାର କୋର ଟିମ୍‌ ମଧ୍ୟ ଅଛନ୍ତି।

ତେବେ ଭାଜପା ସୁଜିତଙ୍କୁ ପୁଣି ରାଜ୍ୟ ସଭା ପଠାଇବ କି ନାହିଁ ତାହା BJPର କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେବେ। ଏହି ଆଲୋଚନା ପାଇଁ ଭାଜପା ସଭାପତି ଦିଲ୍ଲୀ ଗସ୍ତ କରୁଥିବା ଜଣାପଡିଛି। ଏଥିସହ ରାଜ୍ୟ ଭାଜପା ସଙ୍ଗଠନକୁ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।

ସୂଚନାଥାଉ କି, ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛିଦିନ ପୂର୍ବରୁ ଏନେଇ ବଡ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସୋମବାର ଗଣାମଧ୍ୟରେ ସେ କହିଥିଲେ, ଦଳର ସର୍ବୋଚ୍ଚ ନେତା ତଥା ପାର୍ଲିଆମେଣ୍ଟ କମିଟି ଶେଷ ନିଷ୍ପତ୍ତି ନେବେ। ବିଜେଡିକୁ ରାଜ୍ୟବାସୀ ଲମ୍ବା ସମୟ ଧରି ଆଶୀର୍ବାଦ କରିଥିଲେ। କିନ୍ତୁ ଗତ ନିର୍ବାଚନରେ ଲୋକେ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଛନ୍ତି। ତେବେ ବିଧାୟକ ସଂଖ୍ୟା ଦେଖିଲେ ଭାଜପାର ପ୍ରାର୍ଥୀ ରାଜ୍ୟ ସଭା ଯିବା ନିଶ୍ଚିତ।

ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ କୌଣସି ଲୋକ ସଭା ଆସନ ମିଳି ନ ଥିଲା ବେଳେ ଏବେ ରାଜ୍ୟ ସଭାରେ ଦଳର ଶକ୍ତି ହ୍ରାସ ପାଇଁ ଚାଲିଛି। ପ୍ରଥମେ ମୟୁରଭଞ୍ଜର ଟାଣୁଆ ମହିଳା ନେତ୍ରୀ ମମତା ମହନ୍ତ ରାଜ୍ୟ ସଭା ସହିତ ଦଳରୁ ଇସ୍ତଫା ଦେଇ ଭଜାପରେ ମିଶିଥିଲେ। ଏହାରି ମଧ୍ୟରେ ସେ ପୁନର୍ବାର ଭାଜପାରୁ ରାଜ୍ୟ ସଭାକୁ ଯାଇ ସାରିଥିବା ବେଳେ ତାଙ୍କ ପଛେ ପଛେ ସୁଜିତ କୁମାର ରାଜ୍ୟ ସଭା ସହିତ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭଜାପରେ ଯୋଗ ଦେଇଛନ୍ତି।

ତେବେ ମମତାଙ୍କ ଭଳି ଭାଜପା ସୁଜିତଙ୍କୁ ମଧ୍ୟ ପୁନର୍ବାର ରାଜ୍ୟ ସଭା ପଠାଇପାରେ। କାରଣ ସୁଜିତଙ୍କର କାର୍ଯ୍ୟକାଳ ଖୁବ କମ ସମୟ ଆଉ ବାକିଥିଲା। ତେଣୁ ଭାଜପା ସ୍ବଳ୍ପ ସମୟ ପାଇଁ ଦଳର ଅନ୍ୟ କୌଣସି ନେତାଙ୍କୁ ନ ପଠାଇପାରେ। ଏହା ବ୍ୟତୀତ ସୁଜିତଙ୍କୁ ପୁନର୍ବାର ରାଜ୍ୟ ସଭା ପଠାଇ ବିଜେଡିର ଅନ୍ୟ ନେତାମାନଙ୍କୁ ମଧ୍ୟ ଜଣାଇଦେବାକୁ ଚାହିଁବା କି ଦଳରେ ଯୋଗ ଦେଉଥିବା ନେତାମାନଙ୍କୁ ଭାଜପାରେ ଅଗ୍ରାଧିକାର ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri