ବୋହିନେଲେ ଲୁହାପଥର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଖଣି ରାଜସ୍ବରେ ବ୍ୟାପକ ହେରଫେର ଓ ଅନିୟମିତତା ହୋଇଛି। ଲିଜ୍‌ଧାରୀ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରିଥିଲେ ମଧ୍ୟ ଖଣି ଯୁଗ୍ମ ନିର୍ଦ୍ଦେଶକ ସେମାନଙ୍କଠାରୁ ବଳକା ମୂଲ୍ୟ ଆଦାୟ କରିନାହାନ୍ତି। ଫଳରେ ସରକାରଙ୍କୁ ଖଣି ଟିକସ ବାବଦରେ ୪୫୬.୪୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କେବଳ ସେତିକି ନୁହେଁ, ନିର୍ଦ୍ଧାରିତ ସମୟରେ କୋଇଲାର ରନ ଅଫ୍‌ ମାଇନ୍ସ (ଆର୍‌ଓଏମ୍‌) ମୂଲ୍ୟରେ ସାଇଜିଂ ଦେୟକୁ ଅନ୍ତର୍ଭୁକ୍ତ ନ କରିବା ଯୋଗୁ ୪୧.୫ କୋଟିର ରୟାଲ୍‌ଟି କ୍ଷତି ମଧ୍ୟ ସରକାରଙ୍କୁ ସହିବାକୁ ପଡ଼ିଛି। କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ଅଡିଟ୍‌ ରିପୋର୍ଟରେ ଏକଥା ଦର୍ଶାଇଛନ୍ତି। ବିଧାନସଭାରେ ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷର ରାଜସ୍ବ, ସାଧାରଣ କ୍ଷେତ୍ର ଓ ସାମାଜିକ କ୍ଷେତ୍ର ସିଏଜି ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି।
ସିଏଜି ରାଜସ୍ବ କ୍ଷେତ୍ର ରିପୋର୍ଟରେ ଦର୍ଶାଇଛନ୍ତି ଯେ ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଉଞ୍ଚାବାଲି ଲହାପଥର ଓ ମାଙ୍ଗାନିଜ ଖଣିର ଲିଜ୍‌ଧାରୀ ଇନ୍ଦ୍ରାଣୀ ପଟ୍ଟନାୟକ ୮,୨୦,୭୯୭ ମେଟ୍ରିକ ଟନ୍‌ ଅଧିକ ଲୁହାପଥର ଉତ୍ତୋଳନ କରିଛନ୍ତି। ଏହି ଖଣିର ରନ୍‌ ଅଫ୍‌ ମାଇନ୍ସର ସୀମା ୩୭,୯୯,୯୨୩ ମେଟ୍ରିକ ଟନ୍‌ ଥିବାବେଳେ ସେଥିରୁ ୨୯,୬୬,୩୩୩ ମେଟ୍ରିକ ଟନ୍‌ ଲୁହାପଥର ଏବଂ ୮,୩୩,୫୯୦ ମେଟ୍ରିକ ଟନ୍‌ ଖଣିଜ ବର୍ଜ୍ୟବସ୍ତୁ ଅନ୍ତର୍ଭୁକ୍ତ। ତେବେ ମାସିକ ବିବରଣୀ ଯାଞ୍ଚରୁ ଜଣାପଡ଼ିଲା ଯେ ଉକ୍ତ ଲିଜଧାରୀ ୨୦୧୮-୧୯ରେ ୩୭,୮୭,୧୩୦ ଏମ୍‌ଟି ଲୁହପଥର ଉତ୍ପାଦନ କରିଥିଲେ। ସେଥିରେ ଆଦୌ ଖଣିଜ ବର୍ଜ୍ୟବସ୍ତୁ ନ ଥିଲା। ଅନୁମୋଦିତ ମାଇନିଂ ପ୍ଲାନ୍‌ ସହ ଏହି ପରିମାଣର ଲୁହାପଥରକୁ ତୁଳନା କଲେ ଲିଜ୍‌ଧାରୀ ୮,୨୦,୭୯୭ ଏମ୍‌ଟି ଲୁହପଥର ଅଧିକ ଉତ୍ତୋଳନ କରିଛନ୍ତି, ଯାହାର ମୂଲ୍ୟ ୪୫୬.୪୬ କୋଟି ହେବ ବୋଲି ସିଏଜି ଦର୍ଶାଇଛନ୍ତି।
ଟିକସ ଏବଂ ଅଣ ଟିକସ ଆଦାୟରେ ମଧ୍ୟ ବ୍ୟାପକ ଅନିୟମିତତା ଓ ହେରଫେର ହୋଇଛି। ଖଣି ଟିକସ, ଅବକାରୀ ଟିକସ, ଷ୍ଟାମ୍ପ ଡ୍ୟୁଟି, ମୋଟର ଯାନ ଟିକସ, ମୂଲ୍ୟଯୁକ୍ତ ଟିକସ, ପ୍ରବେଶ କର ଇତ୍ୟାଦି କ୍ଷେତ୍ରରେ ସରକାରୀ ବାବୁମାନଙ୍କର ଉଦାସୀନତା ଜଳଜଳ ହୋଇ ଦିଶୁଛି। ଠିକ୍‌ ଢଙ୍ଗରେ ମୂଲ୍ୟାୟନ କରା ନ ଯିବା ଯୋଗୁ ରାଜକୋଷକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ରାଜକୋଷକୁ ୧୫୯୨.୯୬ କୋଟି ଟଙ୍କାର ଟିକସ ଓ ଅଣଟିକସ କ୍ଷତି ହୋଇଛି। ଏ ସମ୍ପର୍କିତ ନଥିପତ୍ର ଗାଏବ ହୋଇଯାଇଛି। ଅଡିଟ୍‌ ସମୟରେ ବାଣିଜ୍ୟ କର କମିଶନରଙ୍କ ପକ୍ଷରୁ ଯାଞ୍ଚ ପାଇଁ ୫୯୯ ନଥି, ରିଟର୍ନ, ଅର୍ଥ ଫେରସ୍ତ ରେଜିଷ୍ଟର ଏବଂ ଅନ୍ୟାନ୍ୟ ଦସ୍ତାବିଜ ପ୍ରଦାନ କରାଯାଇ ନାହିଁ। ଫଳରେ ୨୦୧୯-୨୦ ଆର୍ଥିକ ବର୍ଷର ୧୨୯୫.୪୭ କୋଟି ଟଙ୍କାର ବାଣିଜ୍ୟ କର ହିସାବ ମିଳୁନି।
୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭାଟ୍‌, ପ୍ରବେଶ କର ଏବଂ ଖଣି ଟିକସ ବାବଦରେ ୧୩,୧୬୫.୬୧ କୋଟି ଟଙ୍କା ବକେୟା ପଡ଼ି ରହିଥିଲା। ସେଥିରୁ ୧୮୬୦.୦୭ କୋଟି ଟଙ୍କା ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିରହିଛି। ଓଡ଼ିଶା ମୂଲ୍ୟଯୁକ୍ତ ଟିକସ(ଭାଟ୍‌) ହାର ନିର୍ଦ୍ଧାରଣରେ ତ୍ରୁଟି ଯୋଗୁ ରାଜକୋଷକୁ ୧.୬୩ କୋଟି ଟଙ୍କା କ୍ଷତି ହେବା ସହ ୩.୨୬ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇ ପାରି ନ ଥିଲା। ଜିଲା ଅବକାରୀ ଅଧିକାରୀ ଲାଇସେନ୍ସଧାରୀମାନେ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣର ଦେଶୀ ମଦ, ଭାରତୀୟ ପ୍ରସ୍ତୁତ ଦେଶୀ ମଦ ଓ ବିୟର ଉଠାଣ କରିପାରି ନ ଥିଲେ,ସେମାନଙ୍କ ଉପରେ ହେଉଥିବା ୮.୩୧ କୋଟି ଟଙ୍କାର ଜରିମାନାକୁ ଆଦାୟ କରିପାରି ନ ଥିଲେ। ସେହିପରି ଭାରତୀୟ ଷ୍ଟାମ୍ପ ଅଧିନିୟମ ୧୮୯୯ ବ୍ୟବସ୍ଥାକୁ ଅନୁସରଣ ନ କରି ପଟ୍ଟା କବଲା କରାଯିବା ଯୋଗୁ ସରକାରଙ୍କୁ ୮.୨୮ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେଶନ ଫି’ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ମୋଟର ଯାନ ଟିକସରେ ମଧ୍ୟ ସରକାରଙ୍କୁ ଘାଟା ସହିବାକୁ ପଡିଛି। ଆଞ୍ଚଳିକ ପରିବହନ ଅଧିକାରୀମାନେ ପଞ୍ଜୀକୃତ ହୋଇଥିବା ୭୬୩୪ଟି ଯାନ ମାଲିକଙ୍କଠାରୁ ୯.୫୨ କୋଟି ଟଙ୍କା ମୋଟର ଯାନ ଟିକସ ଓ ୧୯.୦୪ କୋଟି ଟଙ୍କା ଜରିମାନା ଆଦାୟ କରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?