ବୋହିନେଲେ ଲୁହାପଥର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଖଣି ରାଜସ୍ବରେ ବ୍ୟାପକ ହେରଫେର ଓ ଅନିୟମିତତା ହୋଇଛି। ଲିଜ୍‌ଧାରୀ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରିଥିଲେ ମଧ୍ୟ ଖଣି ଯୁଗ୍ମ ନିର୍ଦ୍ଦେଶକ ସେମାନଙ୍କଠାରୁ ବଳକା ମୂଲ୍ୟ ଆଦାୟ କରିନାହାନ୍ତି। ଫଳରେ ସରକାରଙ୍କୁ ଖଣି ଟିକସ ବାବଦରେ ୪୫୬.୪୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କେବଳ ସେତିକି ନୁହେଁ, ନିର୍ଦ୍ଧାରିତ ସମୟରେ କୋଇଲାର ରନ ଅଫ୍‌ ମାଇନ୍ସ (ଆର୍‌ଓଏମ୍‌) ମୂଲ୍ୟରେ ସାଇଜିଂ ଦେୟକୁ ଅନ୍ତର୍ଭୁକ୍ତ ନ କରିବା ଯୋଗୁ ୪୧.୫ କୋଟିର ରୟାଲ୍‌ଟି କ୍ଷତି ମଧ୍ୟ ସରକାରଙ୍କୁ ସହିବାକୁ ପଡ଼ିଛି। କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ଅଡିଟ୍‌ ରିପୋର୍ଟରେ ଏକଥା ଦର୍ଶାଇଛନ୍ତି। ବିଧାନସଭାରେ ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷର ରାଜସ୍ବ, ସାଧାରଣ କ୍ଷେତ୍ର ଓ ସାମାଜିକ କ୍ଷେତ୍ର ସିଏଜି ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି।
ସିଏଜି ରାଜସ୍ବ କ୍ଷେତ୍ର ରିପୋର୍ଟରେ ଦର୍ଶାଇଛନ୍ତି ଯେ ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଉଞ୍ଚାବାଲି ଲହାପଥର ଓ ମାଙ୍ଗାନିଜ ଖଣିର ଲିଜ୍‌ଧାରୀ ଇନ୍ଦ୍ରାଣୀ ପଟ୍ଟନାୟକ ୮,୨୦,୭୯୭ ମେଟ୍ରିକ ଟନ୍‌ ଅଧିକ ଲୁହାପଥର ଉତ୍ତୋଳନ କରିଛନ୍ତି। ଏହି ଖଣିର ରନ୍‌ ଅଫ୍‌ ମାଇନ୍ସର ସୀମା ୩୭,୯୯,୯୨୩ ମେଟ୍ରିକ ଟନ୍‌ ଥିବାବେଳେ ସେଥିରୁ ୨୯,୬୬,୩୩୩ ମେଟ୍ରିକ ଟନ୍‌ ଲୁହାପଥର ଏବଂ ୮,୩୩,୫୯୦ ମେଟ୍ରିକ ଟନ୍‌ ଖଣିଜ ବର୍ଜ୍ୟବସ୍ତୁ ଅନ୍ତର୍ଭୁକ୍ତ। ତେବେ ମାସିକ ବିବରଣୀ ଯାଞ୍ଚରୁ ଜଣାପଡ଼ିଲା ଯେ ଉକ୍ତ ଲିଜଧାରୀ ୨୦୧୮-୧୯ରେ ୩୭,୮୭,୧୩୦ ଏମ୍‌ଟି ଲୁହପଥର ଉତ୍ପାଦନ କରିଥିଲେ। ସେଥିରେ ଆଦୌ ଖଣିଜ ବର୍ଜ୍ୟବସ୍ତୁ ନ ଥିଲା। ଅନୁମୋଦିତ ମାଇନିଂ ପ୍ଲାନ୍‌ ସହ ଏହି ପରିମାଣର ଲୁହାପଥରକୁ ତୁଳନା କଲେ ଲିଜ୍‌ଧାରୀ ୮,୨୦,୭୯୭ ଏମ୍‌ଟି ଲୁହପଥର ଅଧିକ ଉତ୍ତୋଳନ କରିଛନ୍ତି, ଯାହାର ମୂଲ୍ୟ ୪୫୬.୪୬ କୋଟି ହେବ ବୋଲି ସିଏଜି ଦର୍ଶାଇଛନ୍ତି।
ଟିକସ ଏବଂ ଅଣ ଟିକସ ଆଦାୟରେ ମଧ୍ୟ ବ୍ୟାପକ ଅନିୟମିତତା ଓ ହେରଫେର ହୋଇଛି। ଖଣି ଟିକସ, ଅବକାରୀ ଟିକସ, ଷ୍ଟାମ୍ପ ଡ୍ୟୁଟି, ମୋଟର ଯାନ ଟିକସ, ମୂଲ୍ୟଯୁକ୍ତ ଟିକସ, ପ୍ରବେଶ କର ଇତ୍ୟାଦି କ୍ଷେତ୍ରରେ ସରକାରୀ ବାବୁମାନଙ୍କର ଉଦାସୀନତା ଜଳଜଳ ହୋଇ ଦିଶୁଛି। ଠିକ୍‌ ଢଙ୍ଗରେ ମୂଲ୍ୟାୟନ କରା ନ ଯିବା ଯୋଗୁ ରାଜକୋଷକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ରାଜକୋଷକୁ ୧୫୯୨.୯୬ କୋଟି ଟଙ୍କାର ଟିକସ ଓ ଅଣଟିକସ କ୍ଷତି ହୋଇଛି। ଏ ସମ୍ପର୍କିତ ନଥିପତ୍ର ଗାଏବ ହୋଇଯାଇଛି। ଅଡିଟ୍‌ ସମୟରେ ବାଣିଜ୍ୟ କର କମିଶନରଙ୍କ ପକ୍ଷରୁ ଯାଞ୍ଚ ପାଇଁ ୫୯୯ ନଥି, ରିଟର୍ନ, ଅର୍ଥ ଫେରସ୍ତ ରେଜିଷ୍ଟର ଏବଂ ଅନ୍ୟାନ୍ୟ ଦସ୍ତାବିଜ ପ୍ରଦାନ କରାଯାଇ ନାହିଁ। ଫଳରେ ୨୦୧୯-୨୦ ଆର୍ଥିକ ବର୍ଷର ୧୨୯୫.୪୭ କୋଟି ଟଙ୍କାର ବାଣିଜ୍ୟ କର ହିସାବ ମିଳୁନି।
୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭାଟ୍‌, ପ୍ରବେଶ କର ଏବଂ ଖଣି ଟିକସ ବାବଦରେ ୧୩,୧୬୫.୬୧ କୋଟି ଟଙ୍କା ବକେୟା ପଡ଼ି ରହିଥିଲା। ସେଥିରୁ ୧୮୬୦.୦୭ କୋଟି ଟଙ୍କା ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିରହିଛି। ଓଡ଼ିଶା ମୂଲ୍ୟଯୁକ୍ତ ଟିକସ(ଭାଟ୍‌) ହାର ନିର୍ଦ୍ଧାରଣରେ ତ୍ରୁଟି ଯୋଗୁ ରାଜକୋଷକୁ ୧.୬୩ କୋଟି ଟଙ୍କା କ୍ଷତି ହେବା ସହ ୩.୨୬ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇ ପାରି ନ ଥିଲା। ଜିଲା ଅବକାରୀ ଅଧିକାରୀ ଲାଇସେନ୍ସଧାରୀମାନେ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣର ଦେଶୀ ମଦ, ଭାରତୀୟ ପ୍ରସ୍ତୁତ ଦେଶୀ ମଦ ଓ ବିୟର ଉଠାଣ କରିପାରି ନ ଥିଲେ,ସେମାନଙ୍କ ଉପରେ ହେଉଥିବା ୮.୩୧ କୋଟି ଟଙ୍କାର ଜରିମାନାକୁ ଆଦାୟ କରିପାରି ନ ଥିଲେ। ସେହିପରି ଭାରତୀୟ ଷ୍ଟାମ୍ପ ଅଧିନିୟମ ୧୮୯୯ ବ୍ୟବସ୍ଥାକୁ ଅନୁସରଣ ନ କରି ପଟ୍ଟା କବଲା କରାଯିବା ଯୋଗୁ ସରକାରଙ୍କୁ ୮.୨୮ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେଶନ ଫି’ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ମୋଟର ଯାନ ଟିକସରେ ମଧ୍ୟ ସରକାରଙ୍କୁ ଘାଟା ସହିବାକୁ ପଡିଛି। ଆଞ୍ଚଳିକ ପରିବହନ ଅଧିକାରୀମାନେ ପଞ୍ଜୀକୃତ ହୋଇଥିବା ୭୬୩୪ଟି ଯାନ ମାଲିକଙ୍କଠାରୁ ୯.୫୨ କୋଟି ଟଙ୍କା ମୋଟର ଯାନ ଟିକସ ଓ ୧୯.୦୪ କୋଟି ଟଙ୍କା ଜରିମାନା ଆଦାୟ କରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ

ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ...

କାରଖାନାରୁ ଚୋରି କରି ଗିରଫ ହେଲେ ସମିତି ସଭ୍ୟ

କୁଆଁରମୁଣ୍ଡା,୧୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ ବିଜାବାହାଲାସ୍ଥିତ ପବନ ଜୟ ସ୍ପଞ୍ଜ କାରଖାନାରୁ ତମ୍ବା ଖୁମ୍ବ ଚୋରି ଘଟଣାରେ ପୋଲିସ ରବିବାର ଜଣେ ସମିତି...

ଖାଦ୍ୟ ଚାହିଦା ପୂରଣ କରିବ ନୂଆ ଚାଷ ପ୍ରଣାଳୀ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଖାଦ୍ୟ ଚାହିଦା ପୂରଣ କରିବାକୁ ହେଲେ କୃଷିକ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷ ଜମିରୁ ଅଧିକ...

ଆୟ ତୁଳନାରେ ଅଧିକ ବ୍ୟୟ

ଢେଙ୍କାନାଳ ଅଫିସ, ୧୭ା୬ ଆୟ ତୁଳନାରେ ବଢ଼ିବାରେ ଲାଗିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗର ବ୍ୟୟ। ତଥାପି ଖର୍ଚ୍ଚ ପରିଚାଳନା ଲାଗି ନାହିଁ କୌଣସି ଯୋଜନା।...

ଓଡ଼ିଶାର ପରିବର୍ତ୍ତନକୁ ବିଶ୍ୱରେ ପ୍ରଶଂସା କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ):ଆଜିର ବିକାଶ ପଥରେ ଓଡ଼ିଶା ବଡ଼ ଅଗ୍ରଗତି କରିଛି। ଓଡ଼ିଶାର ପରିବର୍ତ୍ତନକୁ ଦେଶ ତଥା ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପୂଜାଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଏଣିକି ଅଫଲାଇନ୍‌ରେ ଚାଲିବ ଶ୍ରେଣୀଗୃହ। ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶ୍ରେଣୀଗୃହରେ ପାଠପଢ଼ିିବେ ଛାତ୍ରୀଛାତ୍ର।...

ଚାଷୀ ଅନୁକୂଳ କଲେ ପହିଲି ମୁଣ୍ଡା

ମହାକାଳପଡ଼ା,୨୫ା୭(ଡି.ଏନ୍‌.ଏ.): ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅନେକ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ ହୋଇଥିବା ବେଳେ ଚାଷୀମାନେ...

ନାବାଳିକା ଛାତ୍ରୀ ବଳାତ୍କାର ଘଟଣା: ଛାତ୍ରୀନିବାସରେ ନୁହେଁ ପଡ଼ୋଶୀଙ୍କ ଦ୍ୱାରା ଛାତ୍ରୀ ଗର୍ଭବତୀ ହୋଇଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ଛାତ୍ରୀନିବାସରେ ରହୁଥିବା ଆଦିବାସୀ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି। ବିଭିନ୍ନ...

Advertisement
Archives

Model This Week