ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…

ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍‌ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ, ପ୍ରଶାସନର ମିଳିତ ଚଢାଉ ହୋଇଛି। ଚଢାଉରେ ୨୦୦୦ ଲିଟର ଦେଶୀ ମଦ ସହ ୩୦ ହଜାର ଲିଟରରୁ ଉର୍ଦ୍ଧ୍ୱ ପୋଚକୁ ନଷ୍ଟ କରାଯାଇଛି। ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ପରଜଙ୍ଗ ଥାନା ଅନ୍ତର୍ଗତ କଲଦା, କଙ୍କଡାସୋଡ଼ା, ଆମ୍ବପଳାସ ଓ ସେବାଗ୍ରାମରେ ଚଢାଉ କରାଯାଇଛି। ଏହି ବଡ଼ ଧରଣର ଚଢାଉରେ ମାଜିଷ୍ଟ୍ରେଟ ଭାବେ ପରଜଙ୍ଗ ଅତିରକ୍ତ ତହସିଲଦାର ମନୋରଞ୍ଜନ ସାହୁଙ୍କ ସମେତ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ,ପୋଲିସ ଫୋର୍ସ ସାମିଲ ହୋଇଛନ୍ତି। ତେବେ ଜଙ୍ଗଲ ଭିତରେ ମଦର ଭୂସ୍ବର୍ଗକୁ ଦେଖି ଅଧିକାରୀମାନେ ପ୍ରଥମେ ତାଜୁବ ହୋଇଯାଇଥିଲେ। ତେବେ ମିଳିତ ଚଢାଉ ଦେଖି ମଦ ମାଫିଆମାନେ ଫେରାର୍‌ ମାରିଥିଲେ। ଆମ୍ବପଳାସ ସେବାଗ୍ରାମ ଗାଁ ପାଖ ଜଙ୍ଗଲରେ ମଦ ତିଆରି ହାଟକୁ ସମ୍ପୂର୍ଣ୍ଣ ନଷ୍ଟ କରିଛି ମିଳିତ ଟିମ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ, ମଦ ମାଫିଆମାନେ ସଂରକ୍ଷିତ ଜଙ୍ଗଲର ଧଜିଆ ଉଡାଇ ଦେଇଛନ୍ତି। ଶହ ଶହ ଗଛକୁ କାଟି ସେଠାରେ ଦେଶୀ ମଦର ଭୂସ୍ବର୍ଗ ତିଆରି କରିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ଇରାନ ଉପରେ ବଡ଼ ଆକ୍ରମଣ…

ଇସଲାମବାଦ,୧।୩: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ, ଯାହା ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ଖେଳିଯାଇଛି। ଶନିବାର ସକାଳେ ଆମେରିକା…

ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୨(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ…

ମୃତ୍ୟୁ ସମୟରେ କ’ଣ କରୁଥିଲେ ଖାମନେଇ, କେଉଁଠି ଥିଲେ, ସାଙ୍ଗରେ ଆଉ କିଏ ଥିଲେ? ଜାଣନ୍ତୁ ସୁପ୍ରିମ ଲିଡରଙ୍କ ମୃତ୍ୟୁର ଇନସାଇଡ ଷ୍ଟୋରୀ

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ଏବେ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି। ସରକାରୀ ପ୍ରେସ ଟିଭି ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

ବଡ଼ଭାଇଙ୍କୁ ପଥରରେ ଛେଚି ହତ୍ୟା କଲେ ସାନ

ଝାରସୁଗୁଡ଼ା,୧ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ଏକ ବସ୍ତିରେ ରହୁଥିବା ବଡ଼ଭାଇ ବିବେକନାଥ ନାଗ(୨୮)ଙ୍କୁ ସାନଭାଇ କ୍ଷୀରୋଦନାଥ…

ଇସ୍ରାଏଲ-ଆମେରିକା ଆକ୍ରମଣରେ କେବଳ ଖାଇନେଇ ନୁହେଁ, ପରିବାରର ଅନେକ ସଦସ୍ୟ ନିହତ

ଜେରୁଜେଲମ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଏବେ ଖବର ଆସିଛି ଯେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି।…

ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୨୮ା୨(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ…

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri