ଗଛ ଅଛି ଫଟୋରେ, ଗଛ ନାହିଁ ମାଟିରେ

ପ୍ରତିବର୍ଷ କିଛି କିଛି ବୃକ୍ଷ ରୋପଣ କରି ଆମ ଅବକ୍ଷୟମୁଖୀ ପରିବେଶକୁ ସୁରକ୍ଷା କରିବା ନିହାତି ଆବଶ୍ୟକ। ପ୍ରତିବର୍ଷ ପାଳନ କରାଯାଉଥିବା ବନମହୋତ୍ସବର ଲକ୍ଷ୍ୟ ହେଲା ୧-ଜଙ୍ଗଲର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା। ୨-ଜଙ୍ଗଲ କ୍ଷୟର କ୍ଷତିକାରକ ପ୍ରଭାବ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା। ୩-ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଲୋକଙ୍କୁ ଉତ୍ସାହିତ କରିବା। ୪-ମୃତ୍ତିକା, ଜଳ ଓ ଜୈବ ବିବିଧତାର ସୁରକ୍ଷା କରି ପବନର ଗୁଣାତ୍ମକ ଉନ୍ନତି କରିବା। ଏ ସବୁ ଲକ୍ଷ୍ୟ ନେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଏ। ମାଗଣାରେ ଚାରା ଯୋଗାଇ ଦିଆଯାଏ। ସରକାରୀ ଅର୍ଥ ବ୍ୟୟ କରି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ ହୁଏ। ଫଟୋ ଉଠାଇ ପ୍ରମାଣ ରଖାଯାଏ। କିନ୍ତୁ କିଛିଦିନ ପରେ ଦେଖାଯାଏ ଯେଉଁଠାରେ ଗଛ ଲଗା ଯାଇଥିଲା ସେଠାରେ ଗଛ ନ ଥାଏ। ତେଣୁ ସେ ଗଛଟି ଫଟୋରେ ହିଁ ରହିଯାଏ। ଯଦି ୧୦୦ଟି ଗଛରୁ ୧୦ଟି ଗଛ ରହିଥାନ୍ତା ତା’ହେଲେ ସରକାରୀ ଅର୍ଥର କିଛି ଅଂଶ ସୁବିନିଯୋଗ ହୋଇଥାନ୍ତା।
ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ମଧ୍ୟ ପାଳନ କରାଯାଉଛି। ଏହି ଦିନ ମଧ୍ୟ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦିଆଯାଏ। ସ୍କୁଲ କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଏ। ପିଲାମାନଙ୍କୁ ମାଗଣାରେ ଚାରା ଯୋଗାଇ ଦିଆଯାଏ। ସରକାରୀ ବାବୁମାନେ ବହୁ ପରିମାଣରେ ଗଛ ଲଗାଇ ଫଟୋ ଉଠନ୍ତି। ଗଛର ହିସାବ କେହି ରଖନ୍ତି ନାହିଁ। ଏହି ଦିନ ବିଦ୍ୟାଳୟମାନଙ୍କରେ ମଧ୍ୟ ବୃକ୍ଷ ରୋପଣ ହୋଇଥାଏ, ବିଭିନ୍ନ ଅତିଥିମାନଙ୍କୁ ଡକାଇ ଗଛ ଲଗାଯାଏ ଓ ଫଟୋ ଉଠାଯାଇ ରଖାଯାଏ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ, ଅର୍ଥାତ୍‌ ବିଦ୍ୟାଳୟ ପାଇଁ କୌଣସି ପୁରସ୍କାର ହାତେଇବା ଉଦ୍ଦେଶ୍ୟରେ। ଏଠି ଗୋଟିଏ ଘଟଣା ମନେପଡେ। ଗୋଟିଏ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଅନେକ ଗଛ ଲଗାଇ ଫଟୋ ଉଠାଇ ପ୍ରକୃତିମିତ୍ର ପୁରସ୍କାର ପାଇଁ ଆବେଦନ କଲେ ଏବଂ ସେଥିରେ ସଫଳ ବି ହେଲେ। କିଛି ମାସ ପରେ ସେହି ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇ ଗଲା। ତାଙ୍କ ଜାଗାରେ ଆଉ ଜଣେ ପ୍ରଧାନ ଶିକ୍ଷକ ସେ ବିଦ୍ୟାଳୟକୁ ଆସିଲେ। ସେ ଯେତେବେଳେ ଦେଖିଲେ ଏତେଗୁଡାଏ ଗଛ ଲାଗିଛି ତାଙ୍କର ଲୋଭ ହେଲା। ସେ ମଧ୍ୟ ଗଛଗୁଡିକର ଫଟୋ ଉଠାଇ ଆବେଦନ କଲେ ପୁରସ୍କାର ପାଇଁ। ଧରାଧରି କରି ସେ ମଧ୍ୟ ପୁରସ୍କାର ହାତେଇ ନେଲେ। ତେଣୁ ଫଟୋରେ ହିଁ ଗଛ ବଞ୍ଚି ରହେ। ଗଛ ନ ଲଗାଇ ମଧ୍ୟ ଅନ୍ୟ ଜାଗାର ଫଟୋ ଦେଖାଇ ପୁରସ୍କାର ମିଳିଯାଉଛି। ବାସ୍ତବ ଚିତ୍ରକୁ କେହି ଅନୁଧ୍ୟାନ କରୁନାହାନ୍ତି। ଗଛ ମାଟିରେ ନ ଥିଲେ କ’ଣ ହେଲା ଫଟୋରେ ତ ଅଛି।
ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ଚାରା ନଷ୍ଟ କରାଯାଉଛି। ବୃକ୍ଷରୋପଣ ନାଅଁାରେ ଟଙ୍କା ଆସୁଛି। ସେଥିପାଇଁ ଚାରା ପକାଯାଉଛି। ବହୁତ ଅର୍ଥ ବିନିଯୋଗ ହେଉଛି କିନ୍ତୁ ଫଳ ଶୂନ। ଅଳ୍ପ କିଛି ଗଛ ଲଗାଇ ଦିଆଯାଉଛି। ତାହା ପୁଣି ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ପ୍ରତିବର୍ଷ ଲଗାଯାଉଛି। ଇଏ ବଡ ବିଚିତ୍ର କଥା। ଗତ ବର୍ଷ ଯେଉଁ ଜାଗାରେ ଗଛ ଲାଗିଥିଲା ଏବର୍ଷ ପୁଣି ସେହି ଜାଗାରେ ଗଛ ଲଗାଯାଉଛି। ଗତ ବର୍ଷର ଗଛ ଗଲା କେଉଁଆଡେ। ଚାରା ଲାଗିଲା ପରେ ବାକି ବଳକା ଚାରା ସବୁ ଫୋପାଡି ଦିଆଯାଉଛି। କାରଣ ଚାରର ମଧ୍ୟ ହିସାବ ଅଛି। ହିସାବ ଅନୁସାରେ ଟଙ୍କା ଖର୍ଚ୍ଚ ହୋଇଛି।
ଆଜିକାଲି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ମଧ୍ୟ ଗଛ ଲଗାଇବାକୁ ଗୁରୁତ୍ୱ ଦେଉଛନ୍ତି। ପରିବେଶକୁ ନିର୍ମଳ ରଖିବା, କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହ୍ରାସ କରିବା ଲକ୍ଷ୍ୟ ନେଇ କାମ କରୁଛନ୍ତି। ଉଦ୍ଦେଶ୍ୟ ମହତ୍‌ କିନ୍ତୁ ବାସ୍ତବତା ଅଲଗା। ସେମାନେ ମଧ୍ୟ କୌଣସି ଗ୍ରାମ କିମ୍ବା ସହର ନିକଟସ୍ଥ ଅଦରକାରୀ ଜାଗାରେ ଗଛ ଲଗାଇ ଫଟୋ ଉଠାଇ ସାରିବା ପରେ କାମ ସରିଗଲା। ସୋସିଆଲ ମିଡିଆରେ ତାକୁ ପୋଷ୍ଟ କରିଦେଲେ ତାଙ୍କର ସେ ଅନୁଷ୍ଠାନକୁ କିଛି ଧନ୍ୟବାଦ, ପ୍ରଶଂସା ମିଳିଯାଏ ତ କିଛି ଅନୁଦାନ ମଧ୍ୟ ମିଳିଯାଏ।
ବର୍ତ୍ତମାନ ସମୟରେ ସାମାଜିକ ବନୀକରଣର ଆବଶ୍ୟକତା ବଢିଯାଇଛି। ଗ୍ରାମ କିମ୍ବା ସହର ନିକଟରେ ଥିବା ଅଦରକାରୀ ଜାଗାରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା, କେବଳ ଫଟୋ ଉଠାଇବା ଉପରେ ଗୁରୁତ୍ୱ ନ ଦେଇ ବାସ୍ତବରେ ପରିବେଶ କଥା ଚିନ୍ତା କରି ଗଛ ଲଗାଇ ସେଗୁଡିକର ରକ୍ଷଣାବେକ୍ଷଣ କରି ବଞ୍ଚାଇବା ଜରୁରୀ। ମାଟିରେ ଗଛଟିଏ କେବଳ ଲଗାଇ ଦେଲେ ବଞ୍ଚେ ନାହିଁ , ତାକୁ ପାଣି ଦେଇ ବଞ୍ଚାଇବା ଓ ତା’ର ରକ୍ଷଣାବେକ୍ଷଣ କରି ଗୋରୁଙ୍କ କବଳରୁ ରକ୍ଷା କରିବା ଆବଶ୍ୟକ ହୋଇଥାଏ। ତା’ ହେଲେ ଯାଇ ନୂଆ ଜଙ୍ଗଲଟିଏ ସୃଷ୍ଟି କରିପାରିବା। ବାସ୍ତବିକ ଆଗରୁ ଯେଉଁ ଗଛଗୁଡିକ ଆମର ପୂର୍ବପୁରୁଷ ଲଗାଇଥିଲେ ସେହି ବିଶାଳ ଗଛଗୁଡିକ ଆଉ ଦୃଷ୍ଟିଗୋଚର ହେଉ ନାହିଁ। ବିଭିନ୍ନ କାରଣ ପାଇଁ ସେଗୁଡିକ କାଟି ଦିଆଗଲା। ସେ ଗଛଗୁଡିକର ପରମାୟୁ ବହୁତ ଥିଲା। ଏବେ ମଧ୍ୟ କାଁ ଭାଁ ଅଳ୍ପ କିଛି ପୁରାତନ ଗଛ ଅଛି। ରାସ୍ତାର ଉଭୟ ପାର୍ଶ୍ୱରେ ଯେଉଁ ପୁରୁଣା ଗଛ ଥିଲା ସେଗୁଡିକ କଟାଯାଇ ରାସ୍ତା ପ୍ରଶସ୍ତୀକରଣ ପରେ ନୂତନ ଗଛ ଲଗାଯାଇଛି। ନୂଆ ଗଛଗୁଡିକ ଆକାରରେ ଛୋଟ ହୋଇଥିବାରୁ ବାଟୋଇମାନଙ୍କୁ ଖରାଦିନେ ଛାଇ ପ୍ରଦାନ କରିପାରୁ ନାହିଁ। ସାମାନ୍ୟ ପବନରେ ଡାଳଗୁଡିକ ଭାଙ୍ଗିଯାଉଛି। ଯାହା ବି ହେଉ ଟଙ୍କା ଖର୍ଚ୍ଚ ହେଉଛି ଓ କିଛି କିଛି ଗଛ ଲଗାଯାଉଛି ଇଏ ଏକ ଆଶ୍ୱସ୍ତିର କଥା। କିନ୍ତୁ ସବୁ ଅର୍ଥର ଯଦି ସୁବିନିଯୋଗ ହୁଅନ୍ତା ନିଶ୍ଚିତ ଭାବରେ ପୃଥିବୀ ସବୁଜିମାରେ ଭରିଯାନ୍ତା।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri