୬୦୬ରୁ ଅଛନ୍ତି ମାତ୍ର ୧୯୯ ଡାକ୍ତର

ଭବାନୀପାଟଣା,୧୧ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗରେ ଏବେ ଅନେକ ପଦବୀ ଖାଲି ପଡିଛି। ଫଳରେ ଜିଲାବାସୀ ଠିକ୍‌ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଉ ନ ଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୬୦୬ ଡାକ୍ତର ପଦବୀ ରହିଥିବାବେଳେ ଏବେ ମାତ୍ର ୧୯୯ ଜଣ ରହିଛନ୍ତି। ୪୦୭ ଜଣ ଅର୍ଥାତ୍‌ ୬୭% ଡାକ୍ତର ପଦବୀ ଖାଲିପଡିଛି। ସେହିପରି ଆୟୁଷ ମେଡିକାଲ ଅଫିସର ୫୫ ମଧ୍ୟରୁ ବର୍ତ୍ତମାନ ୪୧ ଥିବାବେଳେ ୧୪ଟି ପଦବୀ ଖାଲିପଡିଛି। ଷ୍ଟାଫ୍‌ନର୍ସ ୩୫୬ ମଧ୍ୟରୁ ୨୩୯ଜଣ ଥିବାବେଳେ ୧୧୭ଟି ଖାଲିପଡିଛି। ସିଏଚ୍‌ଓ (କମୁନିଟି ହେଲ୍‌ଥ ଅଫିସର) ୧୯୯ ମଧ୍ୟରୁ ୧୮୬ ଜଣ ରହିଥିବାବେଳେ ୧୩ ପଦବୀ ଖାଲିପଡିଛି। ଫାର୍ମାସିଷ୍ଟ ୯୦ ମଧ୍ୟରୁ ବର୍ତ୍ତମାନ ୭୬ ଜଣ ରହିଥିବାବେଳେ ୧୪ ପଦବୀ ଖାଲିପଡିଛି। ଏମ୍‌ପିଏଚ୍‌ଏସ୍‌ (ପୁରୁଷ) ୬୦ରୁ ୪୬ ଜଣ ରହିଥିବାବେଳେ ୧୪ ପଦବୀ ଖାଲିପଡିଛି। ଏମପିଏଚ୍‌ଏସ୍‌ (ମହିଳା)/ଏଲ୍‌ଏଚ୍‌ଭି ୪୬ରୁ ୧୭ ଜଣ ରହିଥିବାବେଳେ ୨୯ ପଦବୀ ଖାଲିପଡିଛି। ଏଲ୍‌ଟି ୫୫ଜଣ ମଧ୍ୟରୁ ୨୯ ଜଣ ରହିଥିବାବେଳେ ୨୬ ପଦବୀ ଖାଲି ପଡିଛି। ରେଡିଓଗ୍ରାଫର ୧୯ଜଣଙ୍କ ମଧ୍ୟରୁ ୧୬ ଜଣ ରହିଥିବାବେଳେ ୩ ପଦବୀ ଖାଲିପଡିଛି। ଏମ୍‌ପିଏଚ୍‌ଡବ୍ଲ୍ୟୁ (ପୁରୁଷ) ୧୮୫ ମଧ୍ୟରୁ ୧୮୧ ଜଣ ରହିଥିବାବେଳେ ୪ ପଦବୀ ଖାଲିପଡିଛି। ଏହି ତଥ୍ୟ ଦେଖିଲେ ଜିଲାରେ କିପରି ସ୍ବାସ୍ଥ୍ୟ ସେବା ପରିଚାଳନା ହେଉଥିବ ତାହା ସହଜେ ଅନୁମେୟ। ବୁଧବାର ଜିଲାପରିଷଦ ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡା. ମିନତୀଲତା ଦାସ ଏହି ସମସ୍ୟା ଉପସ୍ଥାପନ କରିଥିଲେ। ଜିଲାରେ ଏତେ କମ୍‌ ସଂଖ୍ୟକ ଡାକ୍ତର, କର୍ମଚାରୀ ପଦବୀ ଖାଲିପଡିଥିବାରୁ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଟିଏ ଉପଖଣ୍ଡ ଡାକ୍ତରଖାନା, ୧୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୪୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୟୁଏଚ୍‌ଡବ୍ଲ୍ୟୁସି ୪ ଓ ଉପସ୍ବାସ୍ଥ୍ୟ କେନ୍ଦ୍ର ୨୪୧ଟି ରହିଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri