Posted inଜାତୀୟ

ଭାରତରେ ୪ ଲକ୍ଷରୁ ଅଧିକ ଭିକାରି

ନୂଆଦିଲ୍ଲୀ,୧୧।୩: ଦେଶରେ ଭିକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ହଜାର ୨୪୪ ଜଣ ଭିକାର ରହିଛନ୍ତି। ଲାକ୍ଷାଦ୍ୱୀପରେ ସର୍ବନିମ୍ନ ୨ ଜଣ ଭିକାରି ଅଛନ୍ତି। କେନ୍ଦ୍ରୀୟ ସାମାଜିକ ନ୍ୟାୟ ମନ୍ତ୍ରୀ ଥାଓ୍ବର ଚାନ୍ଦ ଗେହଲଟ୍‌ ଏସମ୍ପର୍କରେ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ୨୦୧୧ ଜନଗଣନା ଅନୁସାରେ ଦେଶରେ ୪ ଲକ୍ଷ ୧୩ ହଜାର ୬୭୦ ଜଣ ଭିକାରି ଅଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ଭିକାରିଙ୍କ ସଂଖ୍ୟା ୧ ଲକ୍ଷ ୯୧ ହଜାର ୯୯୭ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୨ ଲକ୍ଷ ୨୧ ହଜାର ୬୭୩ ରହିଛି। ଭିକାରିଙ୍କ ସଂଖ୍ୟା ତାଲିକାରେ ପଶ୍ଚିମବଙ୍ଗ ପରେ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ଏଠାରେ ୬୫ ହଜାର ୮୩୫ ଜଣ ଭିକାରି ଅଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ୩୦ ହଜାର ୨୧୮, ବିହାରରେ ୨୯ ହଜାର ୭୨୩, ମଧ୍ୟପ୍ରଦେଶରେ ୨୮ ହଜାର ୬୯୫, ରାଜସ୍ଥାନରେ ୨୫ ହଜାର ୮୫୩, ଦିଲ୍ଲୀରେ ୨ ହଜାର ୧୮୭, ଚଣ୍ଡିଗଡ଼ରେ ୧୨୧ ଜଣ ଭିକାରି ଅଛନ୍ତି। ଅପରପକ୍ଷରେ ଦାଦର ନଗର ହାଭେଲି, ଧାମନ-ଡିୟୁ ଏବଂ ଆଣ୍ଡାମାନ-ନିକୋବରରେ ଯଥାକ୍ରମେ ୧୯, ୨୨ ଏବଂ ୫୬ ଜଣ ଭିକାରି ରହିଥିବା କେନ୍ଦ୍ରୀୟ ମନ୍ତ୍ରୀ ପଚରାଯାଇଥିବା ଏକ ପ୍ରଶ୍ନରେ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri