ଅଧ୍ୟକ୍ଷ ପଦରେ ୯, କାଉନସିଲର ପାଇଁ ରହିଲେ ୫୫ ପ୍ରାର୍ଥୀ

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ୨ତାରିଖରୁ ମାଲକାନଗିରି ପୌର ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୭ ତାରିଖ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିବସରେ ଅଧ୍ୟକ୍ଷ ପଦ ପାଇଁ ୯ ଜଣ ଓ ୧୯ଟି ଓ୍ବାର୍ଡ ପାଇଁ ୫୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ ା ବୁଧବାର ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ଥିବା ପୌର ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି। ତେବେ ପୌର ଅଧ୍ୟକ୍ଷ ପଦରେ ବିଜେଡିର ମନୋଜ ବାରିକ, କଂଗ୍ରେସର ଜି. ଶ୍ରୀନିବାସ ରାଓ, ଭାଜପାର ଶ୍ୟାମଲ ସୁନାନୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ଆକଳନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି।