୩୦ ଓ୍ବାର୍ଡରେ ୮୭,୩୭୭ ଭୋଟର

ଭଦ୍ରକ ଅଫିସ, ୩ା୩: ଭଦ୍ରକ ପୌର ପରିଷଦ ନିର୍ବାଚନ ଲାଗି ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ୩୦ଟି ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦର ମୋଟ ଭୋଟର ସଂଖ୍ୟା ୮୭ ହଜାର ୩୭୭। ସେଥି ମଧ୍ୟରେ ୪୪, ୫୭୭ ପୁରୁଷ, ୪୨, ୭୭୭ ମହିଳା ଓ ୨୩ ଜଣ କିନ୍ନର ଥିବା ଭୋଟର ଥିବା ତାଲିକାରେ ପ୍ରକାଶ ପାଇଛି। ୧୬ନଂ. ୱାଡର୍ର୍ରେ ସର୍ବାଧିକ ୩୭୨୬ ଭୋଟର ଥିବା ବେଳେ ୩ନଂ. ୱାଡର୍ର୍ରେ ସର୍ବନିମ୍ନ ୧୨୫୯ ଭୋଟର ରହିଛନ୍ତି। ସେହିଭଳି ୨୦୧୩ ପୌର ନିର୍ବାଚନରେ ଏହି ପୌରପାଳିକା ଅଧୀନରେ ୭୮ଟି ବୁଥ୍‌ ହୋଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇ ୮୩ରେ ପହଞ୍ଚତ୍ଛି। ଚଳିତ ନିର୍ବାଚନରେ ୧୩ଟି ୱାର୍ଡ ଅଣସଂରକ୍ଷିତ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ରହିଥିବା ବେଳେ ଗୋଟିଏ ଅନୁସୂଚିତ ଜନଜାତି(ମହିଳା) ଓ ଗୋଟିଏ ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ସେହିଭଳି ୧୫ଟି ୱାର୍ଡ ଅଣସଂରକ୍ଷିତ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ରହିଛି। ଅଧ୍ୟକ୍ଷ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି। ବୁଧବାର ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନାହାନ୍ତି।